Monday, May 25, 2026 12:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ସାବାଡ଼ !

by Our Correspondent
29 Dec, 2017- 02:46 PM
in Latest News, Politics
1 min read
0
ବୈଜୟନ୍ତଙ୍କୁ ସାବାଡ଼ !
ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କଠାରେ ବିଜେଡ଼ିର କନା ଖଣ୍ଡିକ ପଡ଼ିଛି । କିନ୍ତୁ କର୍ପୂର ଉଡ଼ିଯାଇଛି । ଗତକାଲି ଏନଡ଼ିଟିଭିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଣ୍ଟରଭ୍ୟୁ ଦେଖିଥିବା ସବୁ ଲୋକ ଏହାକୁ ଭଲଭାବେ ଠଉରେଇଛନ୍ତି । ଦଳ ପାଇଁ ସଂଘର୍ଷ କରିଥିବା ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ବିଜେଡ଼ିରେ ଅଲୋଡ଼ା କରାଯାଇଛି ଏବଂ ବ୍ୟୁରୋକ୍ରାଟ୍ ଙ୍କ ଦ୍ୱାରା ଶାସନ କରାଯାଉଛି । ଏହାର ଆତ୍ମସମୀକ୍ଷା ଦରକାର ବୋଲି ଦଳର ସାଂସଦ ଜୟ ପଣ୍ଡାଙ୍କ ମତ ଉପରେ ପ୍ରଶ୍ନକର୍ତ୍ତା ଶ୍ରୀନିବାସନ୍ ଜୈନ୍ ନବୀନଙ୍କୁ ପ୍ରଶ୍ନ କରିଥିଲେ । ନବୀନ ଚଟାପଟ ଉତ୍ତରରେ କହିଥିଲେ ‘ମୁଁ ଭାବୁଛି ଏହା ସମ୍ପୂର୍ଣ୍ଣ ଅସତ୍ୟ । ବାସ୍ତବରେ ଏହାର କୌଣସି ଆଧାର ନାହିଁ(କ୍ୱାଇଟ୍ ବେସଲେସ୍ ଇନଫ୍ୟାକ୍ଟ)’ । ନବୀନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ ବି ଥିଲା ଜୟ ପଣ୍ଡାଙ୍କ ମନ୍ତବ୍ୟ ଉପରେ । ଡାଇନାମିକ୍ ଲିଡରସିପ୍ ଯୋଗୁଁ ଅନ୍ୟ ଦଳଗୁଡ଼ିକ ଦ୍ରୁତ ଗତିରେ ଆଗୋଉଛନ୍ତି । ଜୟ ପଣ୍ଡାଙ୍କ ଏହି ଉକ୍ତିର ଉଦ୍ଦେଶ୍ୟ କ’ଣ ବୋଲି ଶ୍ରୀ ଜୈନ୍ ପ୍ରଶ୍ନ ପଚାରିଥିଲେ । ନବୀନ ସିଧା ସିଧା କହିଥିଲେ ‘ ଏ ବିଷୟରେ ତାଙ୍କର ଧାରଣା ନାହିଁ’ । ବୈଜୟନ୍ତ ଓରଫ୍ ଜୟ ପଣ୍ଡାଙ୍କ ମୁହଁର ଏହି ଦୁଇଟି କଥାର ଜବାବ ଏନଡିଟିଭି ସାମ୍ବାଦିକ ଶ୍ରୀ ଜୈନ୍ ନବୀନଙ୍କଠାରୁ ଜାଣିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହି ଦୁଇଟି ପ୍ରଶ୍ନରେ ନବୀନଙ୍କ ମୁହଁର ଭାଷା ଅନେକ କିଛି ସୂଚାଇ ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ବୈଜୟନ୍ତଙ୍କ ନାଁରେ ଆସିଥିବା ଏହି ଦୁଇଟି ପ୍ରଶ୍ନକୁ ମୁଖ୍ୟମନ୍ତ୍ରୀ ଯେଭଳି ମୁହଁ ଛିଂଚାଡ଼ିଛନ୍ତି ତାହା ବିଜେଡ଼ିରେ ବୈଜୟନ୍ତଙ୍କ ଭବିଷ୍ୟତ ଜାଣିବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି ।
ବୈଜୟନ୍ତଙ୍କ ଉପରେ ନବୀନ ଖପ୍ପା ଏହା କିଛି ନୂଆ କଥା ନୁହେଁ । ଏହାର କାରଣ ବି ସ୍ପଷ୍ଟ । ଆଗରୁ ଯାହା ଥିଲେ ଥିଲେ ହେଲେ ୨୦୧୪ ନିର୍ବାଚନ ଜିତିବା ପରେ ବୈଜୟନ୍ତଙ୍କ ନିକିତିରେ ମୋଦିଙ୍କ ପଲା ଭାରି ହୋଇଯାଇଛି । ଜାତୀୟ ଖବରକାଗଜରେ ବୈଜୟନ୍ତଙ୍କ ସ୍ତମ୍ଭରେ ମୋଦି ପ୍ରେମ ଭରି ରହୁଛି । ତାଙ୍କ ଟୁଇଟର୍ ହାଣ୍ଡଲ୍ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରୁଛି । ସରକାରରେ ଦୁର୍ନୀତି ଓ ବିଜେଡ଼ିରେ ଅରାଜକତା ଚାଲିଛି ଏବଂ ନବୀନ ପଟ୍ଟନାୟକଙ୍କ ଧାର ନାହିଁ ବୋଲି ତାଙ୍କର ଆକ୍ଷେପ ଜାରି ରହିଛି । ନବୀନ ତାଙ୍କୁ ଶୃଙ୍ଖଳାର ଛାଟ ଦେଖାଇନାହାନ୍ତି ସତ ହେଲେ ଦଳରୁ ତାଙ୍କୁ ସମ୍ପୂର୍ଣ୍ଣ ଅଲୋଡ଼ା କରିସାରିଛନ୍ତି । ତାଙ୍କଠାରୁ ସଂସଦୀୟ ଦଳର ମୁଖପାତ୍ର ପଦ କାଢ଼ି ନେଇ ନିଜର ଅନାସ୍ଥା ଦେଖାଇ ସାରିଛନ୍ତି । ଦଳର କୌଣସି କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କୁ ଲୋଡୁ ନାହାନ୍ତି । ପୁରୀଠାରେ ଦଳର ପ୍ରତିଷ୍ଠା ଦିବସ ସମାରୋହକୁ ବୈଜୟନ୍ତ ଆସିଥିଲେ ମଧ୍ୟ ତାଙ୍କୁ ଆଦୌ ଗୁରୁତ୍ୱ ଦିଆଯାଇ ନ ଥିଲା । ବୈଜୟନ୍ତଙ୍କୁ ମଞ୍ଚରେ ବସିବାର ଅନୁମତି ଦିଆଯାଇ ନ ଥିଲା କି ଭାଷଣ ଦେବାର ସୁଯୋଗ ଦିଆଯାଇ ନ ଥିଲା । ଗୈରିକ ରଙ୍ଗର ପଞ୍ଜାବୀ ପରିହିତ ବୈଜୟନ୍ତ ସେଠାରେ ନିଃସଙ୍ଗ ହୋଇବସିଥିଲେ । ବିଜେଡ଼ିର ଅନ୍ୟ କୌଣସି ନେତା ତାଙ୍କ ସହ କଥା ହେବାକୁ ବି ଡରିଥିଲେ । ତାଙ୍କର ପୋଷାକକୁ ନେଇ କିଛି ସହଯୋଗୀ ସାଂସଦ ଓଲଟି କଟାକ୍ଷ କରୁଥିଲେ ।
ଚର୍ଚ୍ଚା ହେଉଛି, ଦଳରେ ତାଙ୍କର ସ୍ଥିତି ବିପନ୍ନ ବୋଲି ବୈଜୟନ୍ତ ଜାଣିସାରିଥିଲେ ମଧ୍ୟ ବିକଳ୍ପ ବାଟ ପାଉ ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ତାବକ ସାଜିଥିଲେ ମଧ୍ୟ ଓଡ଼ିଶା ବିଜେପିରେ ତାଙ୍କ ପାଇଁ ବାଟ ଖୋଲୁନାହିଁ । ସୁତରାଂ ବୈଜୟନ୍ତ ଏବେ ଏ କୂଳର ନୁହଁନ୍ତି କି ସେ କୂଳର । ଆଗାମୀ ନିର୍ବାଚନରେ ତାଙ୍କୁ ବିଜେଡ଼ି ଯେ ଟିକେଟ ଦେବ ସେ ବିଶ୍ୱାସ ବି ହରାଇଛନ୍ତି ସମର୍ଥକ । ଏଭଳିସ୍ଥଳେ ବୈଜୟନ୍ତଙ୍କର ଆଗାମୀ ଯୋଜନା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
Previous Post

ବିଜେପୁର ପାଳି ପଡ଼ିଲାନି

Next Post

ପ୍ରମ୍ପଟିଂ ହେଲା କାଳ: ଭୁଲ ମାଗିଲେ ରେଳ ରାଷ୍ଟ୍ରମନ୍ତ୍ରୀ

Next Post
ପ୍ରମ୍ପଟିଂ ହେଲା କାଳ: ଭୁଲ ମାଗିଲେ ରେଳ ରାଷ୍ଟ୍ରମନ୍ତ୍ରୀ

ପ୍ରମ୍ପଟିଂ ହେଲା କାଳ: ଭୁଲ ମାଗିଲେ ରେଳ ରାଷ୍ଟ୍ରମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA