Friday, April 17, 2026 08:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତଙ୍କ ଦ୍ୱିତୀୟ ଟିଭି କନକ !

by Our Correspondent
02 Jun, 2017- 10:43 AM
in Latest News, Politics
1 min read
1
ବୈଜୟନ୍ତଙ୍କ ଦ୍ୱିତୀୟ ଟିଭି କନକ !

ଭୁବନେଶ୍ୱର: ମାହାଙ୍ଗା ଘଟଣାରେ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ନିଜ ଓଟିଭି ଯେତିକି ହାଇଲାଇଟ୍ କରୁନି ତାଠୁଁ ଅଧିକ କରୁଛି ସୌମ୍ୟରଂଜନ ପଟ୍ଟନାୟକଙ୍କ କନକ ଟିଭି । ମାହାଙ୍ଗାରେ ଗଣ୍ଡଗୋଳ ସୁନିଶ୍ଚିତ ବୋଲି ବୈଜୟନ୍ତ ଆଗୁଆ ସୂଚନା ଦେଇଥିଲେ । ତାହା ଜବରଦସ୍ତ ହାଇଲାଇଟ୍ ହେଉ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ବୈଜୟନ୍ତଙ୍କ ଇଚ୍ଛାକୁ ସମ୍ମାନ ଜଣାଇବାକୁ ଥତମତ ହୋଇଥିଲେ କନକ କର୍ତ୍ତୃପକ୍ଷ । ଘଟଣାସ୍ଥଳକୁ ଡିଏସଏନଜି ପଠାଇ ବୈଜୟନ୍ତଙ୍କ ଉପରକୁ ଅଣ୍ଡାମାଡ଼ ଦୃଶ୍ୟ ଲୋକଙ୍କୁ ଜୀବନ୍ତ ଦେଖାଇଲେ । ମାହାଙ୍ଗା ଲାଇଭ୍ ରେ ରାଜ୍ୟବାସୀଙ୍କର କେଉଁ ସ୍ୱାର୍ଥ ରହିଛି ତାହା ସେମାନେ ଜାଣିଥିବେ ।

ଖାଲି କ’ଣ ସେତିକି ? ବୈଜୟନ୍ତଙ୍କ ଟ୍ୱିଟର ପୃଷ୍ଠାକୁ ବୋଧହୁଏ ଠିକା ନେଇଯାଇଛି କନକ । ବୈଜୟନ୍ତଙ୍କ ଟ୍ୱିଟ୍ ପଡୁ ପଡୁ କନକରେ ବ୍ରେକିଂ ନିଉଜ୍ ପଡ଼ିଯାଉଛି । ଓଟିଭିରେ ଦେଖାଇବା ପୂର୍ବରୁ କନକ ତାକୁ ଘାଣ୍ଟି ପକଉଛି । ମାହାଙ୍ଗା ଘଟଣାରେ ଲଗାତର ବୈଜୟନ୍ତଙ୍କ ଟ୍ୱିଟ୍ କୁ କନକ ଏଭଳି ହାଇଲାଇଟ୍ କରୁଛି ସତେ ଯେମିତି ସରକାର ଭାଙ୍ଗିଯିବ । ବୈଜୟନ୍ତଙ୍କ ଖବର ଦେବାକୁ କନକ ଟିଭିର ଏଭଳି ଡହଳବିକଳ ସାମ୍ବାଦିକ ଓ ରାଜନୈତିକ ମହଲରେ ଗୁଂଜରଣ ସୃଷ୍ଟି କରିଛି । ବୈଜୟନ୍ତଙ୍କୁ ଖୁସି କରି ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏଭଳି କରାଯାଉଛି ବୋଲି ଅନେକ ବିଶ୍ୱାସ କରୁଛନ୍ତି । ସବୁଠାରୁ ଗମ୍ଭୀର କଥା, ସୌମ୍ୟଙ୍କର ଚିରଶତ୍ରୁ ତଥାଗତ ଶତପଥୀଙ୍କ ପାଇଁ କନକ ଟିଭି ବି ଛାତି ଖୋଲିଦେଇଛି । ବୈଜୟନ୍ତଙ୍କ ଭଳି ତଥାଗତଙ୍କୁ ଖୁସି କରାଇବାକୁ ଟିଭି ଅଣ୍ଟା ଭିଡ଼ିଛି ।

ଖାଲି ବ୍ୟକ୍ତିଗତ ମୋହ ନୁହେଁ, କନକ ଚାନେଲ୍ ରାଜନୈତିକ ଆକର୍ଷଣ ଓ ଫନ୍ଦିଫିକରରେ ଅଧିକ ମାତିଥିବା କୁହାଯାଉଛି । ବିଜେଡ଼ି ଓ ବିଜେପି ଦୁଇ ନାଆରେ ଗୋଡ ରଖିଛି । କେତେବେଳେ ବିଜେପି ଓ ଧର୍ମେନ୍ଦ୍ରଙ୍କ ପ୍ରତି ଅଧିକ ଦରଦ ଦେଖାଉଛି ତ ଆଉ କେତେବେଳେ ବିଜେଡ଼ି । ଗୋଟେ ଆଡେ ଧର୍ମେନ୍ଦ୍ରଙ୍କୁ ପାଲା ଯାଇଥିବା ବେଳେ ଅନ୍ୟପଟେ ତୃତୀୟ ମହଲାରେ କିଛି ଅଫିସର ଓ ଦଳର ନାମକରା ମୁଖପାତ୍ରଙ୍କୁ ପାଲା ଯାଇଛି । ଅବଶ୍ୟ ସନ୍ତୁଳନ ବେଳେ ବେଳେ ବିଗିଡ଼ିଯାଉଛି । ନିକଟରେ ଏକ ଷ୍ଟାର୍ ହୋଟେଲରେ କନକ ଟିଭି ଆୟୋଜନ କରିଥିବା କନକ୍ଲେଭ ପାଇଁ ବିଜେଡ଼ି ୧୦ ଲକ୍ଷ ଟଙ୍କା ଚାନ୍ଦା ଦେଇଥିବା ଜାଣିବା ପରେ ବିଜେପି ଫିଡ଼ିକି ଯାଇଛି । ଆମଠୁଁ ତ ନଉଛ, ପୁଣି ବିଜେଡ଼ି ଆଡକୁ କାହିଁକି ହାତଗଲା ବୋଲି ବିଜେପିର କିଛି ନେତା କ୍ଷୁବ୍ଧ ହୋଇଛନ୍ତି ।

କନକ ଟିଭିର ଏଭଳି କାରସାଦି ମାଲିକ ସୌମ୍ୟରଂଜନଙ୍କ ଜାଣତରେ ହେଉନାହିଁ ବୋଲି ତାଙ୍କର ଜଣେ ଭକ୍ତ ସଫେଇ ଦେଇଛନ୍ତି । ସୌମ୍ୟବାବୁଙ୍କ ନିୟନ୍ତ୍ରଣରେ ତାଙ୍କ ଟିଭି ଏବଂ ଖବରକାଗଜ ନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି ।

Previous Post

ମାହାଙ୍ଗାରେ ମହଙ୍ଗା ରାଜନୀତି

Next Post

ଆସୁଣୁ କୀଳା ଡାକିଲେ ପୂଜାରୀ

Next Post
ଆସୁଣୁ କୀଳା ଡାକିଲେ ପୂଜାରୀ

ଆସୁଣୁ କୀଳା ଡାକିଲେ ପୂଜାରୀ

Comments 1

  1. PURNACHANDRA RATH says:
    9 years ago

    It is true that BJD goons of Pratap Jena threw egg and stones to an MP (of whichever party that doesnot matter) who was opening a project under MPLAD. He informed the Police beforehand. Police were present. But they did not take any symbolic action against the culprits. As it was a public function and Police was present, there is no need for the MP to file an FIR. The police must arrest the culprits under 307, as did so to a youth Congress fellow. It is meaningless to accuse Kanaka TV who broadcast the news. Any neutral person would have done so. I was used to read the online Midday Odisha as it published good news. Now it seems to have converted to the Sycophant groups.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA