ଭୁବନେଶ୍ୱର: ମାହାଙ୍ଗା ଘଟଣାରେ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ନିଜ ଓଟିଭି ଯେତିକି ହାଇଲାଇଟ୍ କରୁନି ତାଠୁଁ ଅଧିକ କରୁଛି ସୌମ୍ୟରଂଜନ ପଟ୍ଟନାୟକଙ୍କ କନକ ଟିଭି । ମାହାଙ୍ଗାରେ ଗଣ୍ଡଗୋଳ ସୁନିଶ୍ଚିତ ବୋଲି ବୈଜୟନ୍ତ ଆଗୁଆ ସୂଚନା ଦେଇଥିଲେ । ତାହା ଜବରଦସ୍ତ ହାଇଲାଇଟ୍ ହେଉ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ବୈଜୟନ୍ତଙ୍କ ଇଚ୍ଛାକୁ ସମ୍ମାନ ଜଣାଇବାକୁ ଥତମତ ହୋଇଥିଲେ କନକ କର୍ତ୍ତୃପକ୍ଷ । ଘଟଣାସ୍ଥଳକୁ ଡିଏସଏନଜି ପଠାଇ ବୈଜୟନ୍ତଙ୍କ ଉପରକୁ ଅଣ୍ଡାମାଡ଼ ଦୃଶ୍ୟ ଲୋକଙ୍କୁ ଜୀବନ୍ତ ଦେଖାଇଲେ । ମାହାଙ୍ଗା ଲାଇଭ୍ ରେ ରାଜ୍ୟବାସୀଙ୍କର କେଉଁ ସ୍ୱାର୍ଥ ରହିଛି ତାହା ସେମାନେ ଜାଣିଥିବେ ।
ଖାଲି କ’ଣ ସେତିକି ? ବୈଜୟନ୍ତଙ୍କ ଟ୍ୱିଟର ପୃଷ୍ଠାକୁ ବୋଧହୁଏ ଠିକା ନେଇଯାଇଛି କନକ । ବୈଜୟନ୍ତଙ୍କ ଟ୍ୱିଟ୍ ପଡୁ ପଡୁ କନକରେ ବ୍ରେକିଂ ନିଉଜ୍ ପଡ଼ିଯାଉଛି । ଓଟିଭିରେ ଦେଖାଇବା ପୂର୍ବରୁ କନକ ତାକୁ ଘାଣ୍ଟି ପକଉଛି । ମାହାଙ୍ଗା ଘଟଣାରେ ଲଗାତର ବୈଜୟନ୍ତଙ୍କ ଟ୍ୱିଟ୍ କୁ କନକ ଏଭଳି ହାଇଲାଇଟ୍ କରୁଛି ସତେ ଯେମିତି ସରକାର ଭାଙ୍ଗିଯିବ । ବୈଜୟନ୍ତଙ୍କ ଖବର ଦେବାକୁ କନକ ଟିଭିର ଏଭଳି ଡହଳବିକଳ ସାମ୍ବାଦିକ ଓ ରାଜନୈତିକ ମହଲରେ ଗୁଂଜରଣ ସୃଷ୍ଟି କରିଛି । ବୈଜୟନ୍ତଙ୍କୁ ଖୁସି କରି ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏଭଳି କରାଯାଉଛି ବୋଲି ଅନେକ ବିଶ୍ୱାସ କରୁଛନ୍ତି । ସବୁଠାରୁ ଗମ୍ଭୀର କଥା, ସୌମ୍ୟଙ୍କର ଚିରଶତ୍ରୁ ତଥାଗତ ଶତପଥୀଙ୍କ ପାଇଁ କନକ ଟିଭି ବି ଛାତି ଖୋଲିଦେଇଛି । ବୈଜୟନ୍ତଙ୍କ ଭଳି ତଥାଗତଙ୍କୁ ଖୁସି କରାଇବାକୁ ଟିଭି ଅଣ୍ଟା ଭିଡ଼ିଛି ।
ଖାଲି ବ୍ୟକ୍ତିଗତ ମୋହ ନୁହେଁ, କନକ ଚାନେଲ୍ ରାଜନୈତିକ ଆକର୍ଷଣ ଓ ଫନ୍ଦିଫିକରରେ ଅଧିକ ମାତିଥିବା କୁହାଯାଉଛି । ବିଜେଡ଼ି ଓ ବିଜେପି ଦୁଇ ନାଆରେ ଗୋଡ ରଖିଛି । କେତେବେଳେ ବିଜେପି ଓ ଧର୍ମେନ୍ଦ୍ରଙ୍କ ପ୍ରତି ଅଧିକ ଦରଦ ଦେଖାଉଛି ତ ଆଉ କେତେବେଳେ ବିଜେଡ଼ି । ଗୋଟେ ଆଡେ ଧର୍ମେନ୍ଦ୍ରଙ୍କୁ ପାଲା ଯାଇଥିବା ବେଳେ ଅନ୍ୟପଟେ ତୃତୀୟ ମହଲାରେ କିଛି ଅଫିସର ଓ ଦଳର ନାମକରା ମୁଖପାତ୍ରଙ୍କୁ ପାଲା ଯାଇଛି । ଅବଶ୍ୟ ସନ୍ତୁଳନ ବେଳେ ବେଳେ ବିଗିଡ଼ିଯାଉଛି । ନିକଟରେ ଏକ ଷ୍ଟାର୍ ହୋଟେଲରେ କନକ ଟିଭି ଆୟୋଜନ କରିଥିବା କନକ୍ଲେଭ ପାଇଁ ବିଜେଡ଼ି ୧୦ ଲକ୍ଷ ଟଙ୍କା ଚାନ୍ଦା ଦେଇଥିବା ଜାଣିବା ପରେ ବିଜେପି ଫିଡ଼ିକି ଯାଇଛି । ଆମଠୁଁ ତ ନଉଛ, ପୁଣି ବିଜେଡ଼ି ଆଡକୁ କାହିଁକି ହାତଗଲା ବୋଲି ବିଜେପିର କିଛି ନେତା କ୍ଷୁବ୍ଧ ହୋଇଛନ୍ତି ।
କନକ ଟିଭିର ଏଭଳି କାରସାଦି ମାଲିକ ସୌମ୍ୟରଂଜନଙ୍କ ଜାଣତରେ ହେଉନାହିଁ ବୋଲି ତାଙ୍କର ଜଣେ ଭକ୍ତ ସଫେଇ ଦେଇଛନ୍ତି । ସୌମ୍ୟବାବୁଙ୍କ ନିୟନ୍ତ୍ରଣରେ ତାଙ୍କ ଟିଭି ଏବଂ ଖବରକାଗଜ ନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି ।
It is true that BJD goons of Pratap Jena threw egg and stones to an MP (of whichever party that doesnot matter) who was opening a project under MPLAD. He informed the Police beforehand. Police were present. But they did not take any symbolic action against the culprits. As it was a public function and Police was present, there is no need for the MP to file an FIR. The police must arrest the culprits under 307, as did so to a youth Congress fellow. It is meaningless to accuse Kanaka TV who broadcast the news. Any neutral person would have done so. I was used to read the online Midday Odisha as it published good news. Now it seems to have converted to the Sycophant groups.