Saturday, May 9, 2026 11:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ପାଇଁ ବିଜେପି ବାଟ ବନ୍ଦ !

by Our Correspondent
11 Aug, 2018- 10:18 AM
in Latest News, Politics
1 min read
1
ବୈଜୟନ୍ତଙ୍କ ପାଇଁ ବିଜେପି ବାଟ ବନ୍ଦ !
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ବିଜେପି ଚକ୍କର ମଉଳିବାକୁ ଯାଉଛି । ଅଗଷ୍ଟ ୧୦ ପୂର୍ବରୁ ସେ ବିଜେପିରେ ମିଶିବାକୁ କ୍ଷେତ୍ର ପ୍ରସ୍ତୁତ ସରିଥିଲା । ଭୁବନେଶ୍ୱର କି କେନ୍ଦ୍ରାପଡ଼ା ନୁହେଁ, ସିଧା ଦିଲ୍ଲୀରେ ଧରିଥାଆନ୍ତେ ପଦ୍ମ ହାତ । ମାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ତାହାକୁ ବିଗାଡ଼ି ଦେଇଛି । ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଗୋଟାଇଥିବା ବିଜେପି ଏବେ ବୈଜୟନ୍ତଙ୍କୁ ଦଳରେ ମିଶାଇ କୁଆଡ଼େ ନବୀନଙ୍କ ଗାତ୍ରଦାହ ହେବାକୁ ଚାହୁଁ ନାହିଁ । ବୈଜୟନ୍ତଙ୍କ ବିଜେପି ମୁଖ୍ୟ ଯୋଗସୂତ୍ରଧାରୀ ରାମ ମାଧବ ଇତିମଧ୍ୟରେ ହାତ ଟେକି ଦେଇଥିବା ଜଣାପଡ଼ିଛି ।

ବିଜେପିରେ ମିଶିବା ପାଇଁ ବୈଜୟନ୍ତ ବହୁ ପୂର୍ବରୁ ଗ୍ରୀନ୍ ସିଗନାଲ୍ ପାଇସାରିଥିଲେ । ମାତ୍ର ହେଭି ବାର୍ଗେନିଂ(ମୂଲଚାଲ)ରେ ରହି ନିଜର ପ୍ରବେଶକୁ ଅଟକେଇ ରଖିଥିଲେ । ମଝିରେ ଏକ ରାଜନୈତିକ ଦଳ ଗଢ଼ିବାକୁ ମନ ବି ବଳାଇଥିଲେ । ମାତ୍ର ସେଥିପାଇଁ ସମର୍ଥନ ଯୋଗାଡ଼ କରିପାରିଲେନି । ଚାରିଆଡୁ ହତାଶ ହେଲା ପରେ ବିଜେପି ସହ ବାର୍ଗେନିଂରେ ଅଟକି ରହିବାକୁ ଚାହିଁ ନ ଥିଲେ । ବିଜେପିରେ ଜଲଦି ଯୋଗଦେବାକୁ ସମୟ ଧାର୍ଯ୍ୟ କରିସାରିଥିଲେ । ଯାହା ଏବେ ଫସର ଫାଟିଯାଇଛି ।

ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, ବିଜେଡ଼ିରୁ ତଡ଼ା ଖାଇ ଇସ୍ତଫା ଦେଇଥିବା ବୈଜୟନ୍ତଙ୍କର ମୁଖ୍ୟ ଶତ୍ରୁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଜନମାନସରେ ନିନ୍ଦିତ କରିବାକୁ ସେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ରାଜନୈତିକସ୍ତରରେ ନବୀନଙ୍କୁ କଡ଼ା ଟକ୍କର ଦେବାକୁ ବୈଜୟନ୍ତ ବିଜେପିକୁ ଶ୍ରେଷ୍ଠ ବିକଳ୍ପ ଧରି ନେଇଥିଲେ । ବିଜେପିକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ବି କରିଥିଲେ । ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ- ନବୀନ ଅଙ୍କ ତାଙ୍କୁ ଅକଳରେ ପକାଇଛି ।
ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନବୀନ ପଟ୍ଟନାୟକଙ୍କ ସହ ବରାବର ଯୋଗାଯୋଗରେ ରହିବା, ନବୀନଙ୍କୁ ଫୋନ୍ କରି ସମର୍ଥନ ମାଗିବା ଏବଂ ନବୀନ ସମର୍ଥନ ଦେବା କଥାଟି ବିଜେଡ଼ି-ବିଜେପି ସମ୍ପର୍କର ରହସ୍ୟ ଖୋଜୁଥିଲା ବେଳେ ବୈଜୟନ୍ତଙ୍କୁ ଭୀଷଣ ଘାଟାରେ ପକାଇଛି । ବୈଜୟନ୍ତଙ୍କୁ ଦଳରେ ନେଇ ମୋଦି ଓ ଅମିତ୍ ଶାହା ନବୀନଙ୍କୁ କ୍ଷୁବ୍ଧ କରିବାକୁ ଚାହିଁବେନି ବୋଲି କୁହାଯାଉଛି । ବ୍ୟକ୍ତିଗତ ସୌଜନ୍ୟତା ଆଉ ରାଜନୈତିକ ବାଧ୍ୟବାଧକତା କାରଣରୁ ନବୀନଙ୍କୁ ସେମାନେ ଅସନ୍ତୁଷ୍ଟ କରିବାକୁ ନ ଚାହିଁବା ସ୍ୱାଭାବିକ । ଦେଶର ରାଜନୈତିକ ପରିସ୍ଥିତି ଯାହା ସେଥିରେ ନବୀନ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ବୈଜୟନ୍ତ ନୁହଁନ୍ତି ।
ବିଜେପିର ଇଙ୍ଗିତ ବୁଝିସାରିଥିବା ବୈଜୟନ୍ତ ଏବେ କୋଉ କୂଳର ହୋଇନାହାନ୍ତି । ବିଜେପିକୁ ନେଇ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଚୁରମାର୍ ହୋଇଯାଇଛି । ନିଜେ ଏକ ରାଜନୈତିକ ଦଳ ଗଢ଼ିବାକୁ ତାଙ୍କର ପ୍ରୟାସ ବି ସଫଳ ହୋଇନି । ସୁତରାଂ ବୈଜୟନ୍ତ ନିଜର ଭବିଷ୍ୟତକୁ ନେଇ ତ୍ରିଶଙ୍କୁ ଅବସ୍ଥାରେ ପଡ଼ିଛନ୍ତି । ଆଗକୁ ତାଙ୍କର ପଦକ୍ଷେପ କ’ଣ ହେବ ତାହା ସମସ୍ତଙ୍କ ଅପେକ୍ଷାରେ ।
Previous Post

ନବୀନଙ୍କୁ ମୋଦି, ନୀତୀଶଙ୍କ ଧନ୍ୟବାଦ

Next Post

‘ହାତ’ ଧରିଲେ ସାମ୍ବାଦିକ ସତ୍ୟ ପ୍ରକାଶ

Next Post
‘ହାତ’ ଧରିଲେ ସାମ୍ବାଦିକ ସତ୍ୟ ପ୍ରକାଶ

‘ହାତ’ ଧରିଲେ ସାମ୍ବାଦିକ ସତ୍ୟ ପ୍ରକାଶ

Comments 1

  1. Ajaya Kumar Dash says:
    8 years ago

    This situation better u join in congress.Very soon u also one of the hero of congress.In future congress back to leading party of India. Request never formation new party in odisha because we the people wants more which is never satisfied them .

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA