ଭୁବନେଶ୍ୱର: ଭଦ୍ରକରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ଘର ବାସୁଦେବପୁରରେ ଏବଂ ତାଙ୍କର ବୟସ ୪୦ । ନିକଟରେ ସେ କୋଲକତାରୁ ଫେରିଥିଲେ । ୟାଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରୁ ରୁ ୧୨ ଜଣ ପଜିଟିଭ୍ ଚିହ୍ନଟ ହେଲେଣି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୯୦ । ୩୩ ଜଣ ସୁସ୍ଥ ଏବଂ ଜଣେ ମୃତ୍ୟୁବରଣ କରିଥିବାରୁ ଆକ୍ଟିଭ୍ କେସ୍ ହେଉଛି ୫୬ ।
ଗତକାଲି ସାରା ରାଜ୍ୟରୁ ସର୍ବାଧିକ ୨୪୭୪ଟି ସାମ୍ପଲ୍ ଟେଷ୍ଟ ହୋଇଥିଲା । ଆରଏମଆରସିରେ ୧୨୪୧, ଏସସିବିରେ ୫୪୮, ଆଇଏଲଏସରେ ୩୭୭, ଏମ୍ସରେ ୧୧୫, , ଭୀମସାରରେ ୬୬, ଆଇଜିଏଚରେ ୬୩, ଏମକେସିଜିରେ ୪୫ ଏବଂ ଆପୋଲୋରେ ୧୯ଟି ଟଷ୍ଟ ହୋଇଥିଲା ।
ଭଦ୍ରକ ସମେତ ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଗତକାଲି ରାତି ୧୦ଟାରୁ ସଟ୍ ଡାଉନ୍ ହୋଇଛି । କୋଲକତା ଫେରନ୍ତା ସମସ୍ତଙ୍କୁ ଠାବ କରି କ୍ୱାରେଣ୍ଟାଇନ୍ ରଖିବା ପାଇଁ ତିନି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।