Tuesday, May 26, 2026 06:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭାଇରାଲ୍ ହେଲା ଶାହାଙ୍କ ଭୋଜନ ଲାଇଭ୍

by Our Correspondent
07 Apr, 2018- 11:28 AM
in Latest News, Politics
1 min read
0
ଭୁବନେଶ୍ୱର: ଗୁରୁବାର ଦିନ ଦେଓଗାଁର ଦଳିତ ମହେଶ୍ୱର ସୁନାଙ୍କ ଘରେ ଅମିତ୍ ଶାହାଙ୍କ ମଧ୍ୟାହ୍ନ ଭୋଜନକୁ ଜବରଦସ୍ତ ଲାଇଭ୍ କରିଥିଲା ବୈଜୟନ୍ତ ପଣ୍ଡାଙ୍କ ଓଟିଭି । ଅମିତ୍ ଶାହା ଖାଇ ବସିଛନ୍ତି.. ଚଟାଣରେ ବସି ଖଲିପତ୍ର ଧରିଛନ୍ତି..ଏଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାଇସାରି ବାହାରକୁ ଆସିଲେ..ଧର୍ମେନ୍ଦ୍ର ଗୋଟେ ପାଣିପାତ୍ରରୁ ପାଣି ଢ଼ାଳି ହାତ ଧୋଉଛନ୍ତି..ଆଉ କିଛି ସମୟ ପରେ ଅମିତ୍ ଖାଇବାରୁ ଉଠିବେ… । ସାମ୍ବାଦିକ ଓ ଆଙ୍କର୍ ଙ୍କ ଏମିତିକା ବର୍ଣ୍ଣନା ଭାରତ ପାକିସ୍ଥାନ ମଧ୍ୟରେ ଉତ୍କଣ୍ଠାପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ର ଧାରା ବିବରଣୀ ଭଳି ମନେ ହେଉଥିଲା । ଓଟିଭିର ଉକ୍ତ ନିଉଜ୍ କ୍ଲିପିଂ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କୁ ଟୁଇଟ୍ ବର୍ଷା ହେଉଛି । ଏହା କି ପ୍ରକାର ସାମ୍ବାଦିକତା ବୋଲି ଟୁଇଟକାରୀ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି ।
ଓଟିଭିର ଏହାକୁ ଚାଟୁକାରିତା ଆଖ୍ୟା ଦେଇ ବୁଦ୍ଧିଜୀବୀମହଲ ମଧ୍ୟ ଗ୍ରହଣ କରିନାହାନ୍ତି । ବଲାଙ୍ଗୀର ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ପ୍ରଥମ ଥର ପାଇଁ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ କରିନାହାନ୍ତି । ପୂର୍ବରୁ ଓଡ଼ିଶାର ବିଭିନ୍ନ ଜାଗାରେ ଦଳିତଙ୍କ ଘରେ ଶାହା ଏବଂ ତାଙ୍କ ଟିମ୍ ଯାଇ ଭୋଜନ କରିଛନ୍ତି । ସଂଘ ପରିବାର ସଦସ୍ୟମାନେ ଦଳିତଙ୍କ ଘରେ ଭୋଜନ କରିବା ଏକ ମାମୁଲି ଘଟଣା । ତେବେ ଓଡ଼ିଶାରେ ଅମିତ୍ ଶାହାଙ୍କ ଦଳିତ ଘରେ ଭୋଜନ ସୋ’କୁ ଭୋଟ ଚାଲ୍ ବୋଲି ବିରୋଧୀ କହୁଛନ୍ତି ।ସାମ୍ବାଦିକତା ଧର୍ମର ଦ୍ୱାହି ରଖୁଥିବା ବୈଜୟନ୍ତଙ୍କ ଟିଭି ଏହି ମାମୁଲି ଘଟଣା ଉପରେ ମାତ୍ରାଧିକ ଆଗ୍ରହ ଢ଼ାଳିବା ଅନେକଙ୍କୁ ବିସ୍ମିତ କରିଛି ।
ବୁଦ୍ଧିଜୀବୀଙ୍କ ମତରେ ଅମିତ୍ ଶାହାଙ୍କ ଭୋଜନ କାର୍ଯ୍ୟକ୍ରମର ଲାଇଭ୍ ଧାରାବିବରଣୀ ଦେଇ ଓଟିଭି ନିଜର ଏଜେଣ୍ଡା ପ୍ରତିପାଦିତ କରିଛି । ସେଦିନ ସେହି ସମୟରେ ସଲମାନ୍ ଖାଁ ଙ୍କ କୋର୍ଟ ଦଣ୍ଡ ଖବର ଆସିଯିବାରୁ ଅମିତ୍ ଶାହାଙ୍କ ଭୋଜନ୍ ବ୍ରେକିଂ ଖବରଟି ବାଧ୍ୟରେ ହଟିଥିଲା । ନହେଲେ ଶାହାଙ୍କ ଭୋଜନ୍ ଲାଇଭ୍ କୁ ଓଟିଭି ଆହୁରି ଜମେଇ ଥାଆନ୍ତା । ଓଟିଭିର ଏଭଳି ଆଭିମୁଖ୍ୟରୁ ରାଜନୈତିକ ବାତ୍ସ୍ନା ବାରି ହେଉଛି ବୋଲି ଜଣେ ବରିଷ୍ଠ ସାମ୍ବାଦିକ ଓ ସମ୍ଭକାର କହିଛନ୍ତି । ଓଟିଭି ବିରୋଧରେ ବିଜେଡ଼ିର ପକ୍ଷପାତିତା ଅଭିଯୋଗକୁ ଏହା ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି ।
ସେପଟେ ଓଟିଭିରେ ଶାହାଙ୍କ ଭୋଜନ୍ ଲାଇଭ୍ କମେଣ୍ଟ୍ରି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଫେସବୁକ୍ ଓ ଟୁଇଟରରେ ଏହା ଉପରେ ବିଭିନ୍ନ ଟିପ୍ପଣୀ ଆସିଲାଣି । ଏହା କି ପ୍ରକାର ସାମ୍ବାଦିକତା ବୋଲି ବୈଜୟନ୍ତ ଓ ଜାଗୀଙ୍କୁ ପ୍ରଶ୍ନ ହୋଇଛି । ଅବଶ୍ୟ ଓଟିଭି ସପକ୍ଷରେ ମତଦେବାକୁ ଅନେକ ଅଣ୍ଟା ଭିଡ଼ିଛନ୍ତି । ବୈଜୟନ୍ତଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ ବିଜେଡ଼ି ଚାମଚା ବୋଲି ଆଖ୍ୟା ଦିଆଯାଉଛି । ତେବେ ଯାହା ବି ହେଉ, ଓଟିଭିର ଏହି କ୍ଲିପିଂକୁ ଦେଖି ରାଜନୈତିକ ଉଦ୍ଧ୍ୱର୍ରେ ଥିବା ଅନେକ ଲୋକ ହସି ହସି ବେଦମ୍ ହେଉଛନ୍ତି ।
Previous Post

ଶାହାଙ୍କ ଆଖିରେ ଆଖିଏ ସ୍ୱପ୍ନ: ନବୀନ ସରକାରଙ୍କୁ ଅଲବତ ହଟାଇବେ

Next Post

ସାମ୍ବାଦିକ-ଅଫିସର ପ୍ରେମ; ସାଢ଼େ ୬ ଲକ୍ଷ ହଡ଼ପର ବାଟ ଖୋଜା ଚାଲିଛି

Next Post
ସାମ୍ବାଦିକ-ଅଫିସର ପ୍ରେମ; ସାଢ଼େ ୬ ଲକ୍ଷ ହଡ଼ପର ବାଟ ଖୋଜା ଚାଲିଛି

ସାମ୍ବାଦିକ-ଅଫିସର ପ୍ରେମ; ସାଢ଼େ ୬ ଲକ୍ଷ ହଡ଼ପର ବାଟ ଖୋଜା ଚାଲିଛି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA