Tuesday, May 26, 2026 05:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶାହାଙ୍କ ଆଖିରେ ଆଖିଏ ସ୍ୱପ୍ନ: ନବୀନ ସରକାରଙ୍କୁ ଅଲବତ ହଟାଇବେ

by Our Correspondent
05 Apr, 2018- 11:40 PM
in Latest News, Politics
1 min read
0
ଶାହାଙ୍କ ଆଖିରେ ଆଖିଏ ସ୍ୱପ୍ନ: ନବୀନ ସରକାରଙ୍କୁ ଅଲବତ ହଟାଇବେ
ଭୁବନେଶ୍ୱର: ଗତକାଲି ଭବାନୀପାଟଣା ସମାବେଶରେ ଅମିତ୍ ଶାହା ନବୀନ ସରକାରଙ୍କ ଉପରେ ବର୍ଷିଥିଲେ । ଆଜି ବଲାଙ୍ଗୀର ଯୁବ ସମାବେଶରେ ବର୍ଷା ସହ ଝଡ଼ ବୁହାଇଦେଲେ । ନବୀନ ପଟ୍ଟନାୟକଙ୍କୁ ସିଧା ସିଧା ଟାର୍ଗେଟ୍ କରି ୨୦ ମିନିଟ୍ ଯାଏଁ ଗରମା ଗରମି ବକି ଚାଲିଲେ । ନବୀନ ସରକାର ପୋଡ଼ା ଟ୍ରାନସଫରମର୍, ତାକୁ ଉପାଡ଼ି ଫିଙ୍ଗିଦେବାକୁ ପୁରୁଣା ଡାଇଲଗ୍ ମାରିଲେ । ନବୀନ ସରକାର ନିକମା ବୋଲି ଦୋହରାଇବା ସହ ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାରେ ବିକାଶ ହେବ ବୋଲି ବିଶ୍ୱାସ ଦେଲେ । ଓଡ଼ିଶାରେ ତାଙ୍କ ଦଳର ସରକାର ନ ଆସିଲା ଯାଏଁ ବିଜେପି ପାଇଁ ସୁବର୍ଣ୍ଣ ସୁଯୋଗ ଆସିବନି ବୋଲି ନିଜର ଇଚ୍ଛା ଓ ସଂକଳ୍ପ ଦୋହରାଇଲେ ।
ଅମିତ୍ ଶାହାଙ୍କ ଆଜିର ଭାଷଣରେ ଫୋକସ୍ ଥିଲା ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହ ବିଜେପିକୁ ଯୋଡ଼ିବାକୁ ଯଥେଷ୍ଟ ପ୍ରୟାସ କରିଥିଲେ । ନାଟକୀୟ ଭାଷା ଓ ଭାବଭଙ୍ଗିରେ ଯୁବବର୍ଗଙ୍କ ସମର୍ଥନ ପାଇବା ପାଇଁ ଭୀଷଣ ବ୍ୟାକୁଳତା ଦେଖାଇଥିଲେ । ନବୀନ ପଟ୍ଟନାୟକଙ୍କୁ ନିର୍ଧୂମ ଗାଳି ଦେଇ ଓଡ଼ିଶାବାସୀଙ୍କୁ ବିଜେପି ଆଡକୁ ଆକୃଷ୍ଟ କରିବାର ପୁରୁଣା ଫର୍ମୂଲା ଧରିଥିଲେ । ଓଡ଼ିଶାରେ ସେହି ଫର୍ମୂଲା ବାରମ୍ବାର ଫେଲ୍ ହେଉଛି ଜାଣି ମଧ୍ୟ ନଜାଣିଲା ଅଭିନୟ କରିଥିଲେ ।
ସବୁଠାରୁ ମଜ୍ଜାର କଥା ହେଉଛି, ଗତକାଲି ଭବାନୀପାଟଣା ଭାଷଣରେ ସେ ମିଶନ୍ ୧୨୦ କଥା ଛାଡ଼ିଦେଇଥିଲେ । ଆଜି ଏହା ସମ୍ବାଦପତ୍ରରେ ପ୍ରକାଶ ପାଇଥିବାରୁ ଶାହାଙ୍କୁ ଭଲ ଲାଗି ନ ଥିଲା । ମୁଣ୍ଡ ଗରମ ହୋଇଯାଇଥିଲା । ଦୋଷ ଦେଇଥିଲେ ନବୀନ ପଟ୍ଟନାୟକଙ୍କୁ । ନବୀନ ବାବୁ ମିଡ଼ିଆରେ ପ୍ଲାନ୍ କରି ଏହି ଖବର ଛାପିଛନ୍ତି ବୋଲି କେଞ୍ଚ ମାରିଥିଲେ । ତେବେ କାହିଁକି ୧୨୦ କଥା ସେ କହି ନ ଥିଲେ ତାହାର ସଫେଇ ଦେଇଥିଲେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୨୦ ରୁ ଅଧିକ ସିଟ୍ ପାଇବ ବୋଲି ତାଙ୍କୁ ଜଳ ଜଳ ଦିଶୁଛି । ସେହି ଦୃଷ୍ଟିରୁ ୧୨୦ ନାଁ ଆଉ ଧରିବାକୁ ଉଚିତ ମଣି ନ ଥିଲେ ବୋଲି ଶାହା କ୍ଲିୟର୍ କରିଥିଲେ ।
ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବ ବୋଲି ଶାହା ତାଙ୍କ ଭାଷଣରେ ସ୍ଥିର ନିଶ୍ଚିତ ହୋଇଛନ୍ତି । କ୍ଷମତାକୁ ଆସିଲା କ୍ଷଣି ବିଜେଡ଼ି ସରକାରଙ୍କ ହିଂସାର ଶିକାର ହୋଇଥିବା ୧୪ ଜଣ ବିଜେପି କର୍ମୀଙ୍କ ପରିବାରକୁ ତାଙ୍କ ସରକାର ନ୍ୟାୟ ଦେବ । ଅପରାଧୀଙ୍କୁ ପାତାଳରୁ ବାହାର କରି ବାନ୍ଧିବ ବୋଲି ଧମକ ଦେଇଛନ୍ତି । ଓଡ଼ିଶାରେ ବିକାଶ ନାହିଁ । ନଦୀ କୂଳିଆ ଲୋକେ ଫ୍ଲୋରାଇଡ଼ ପାଣି ପିଉଛନ୍ତି । କେବିକେ ଅଞ୍ଚଳରୁ ଯୁବକମାନେ ବାହାରେ ଦାଦନ ଖଟିବାକୁ ଭିଟାମାଟି ଛାଡ଼ି ଦେଉଛନ୍ତି । ସମଗ୍ର ଓଡ଼ିଶାରେ ୫୦ ଲକ୍ଷ ପରିବାର କଚା ଘରେ ରହୁଛନ୍ତି । ୩୬ ଲକ୍ଷ ପରିବାର ପାଖରେ ବିଜୁଳି ପହଞ୍ଚିନାହିଁ । ୧୨,୦୦୦ ଗାଁକୁ ରାସ୍ତା ସଂଯୋଗ ନାହିଁ । ନବୀନ ବାବୁ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ତାଙ୍କୁ ଏଥର ଜବାବ ଦିଆଯିବ । ଶାହା ନିଜ ଭାଷଣରେ ଏକଥା ସଫା ସଫା ଶୁଣାଇ ଦେଇଛନ୍ତି ।
ସବୁଠାରୁ ବଡ଼ କଥା ହେଲା, ୧୨୦ ପ୍ଲସ୍ ର ନାରା ଧରି ଓଡ଼ିଶାରେ ଅମିତ୍ ଶାହା ଯୁଆଡ଼େ ଯାଇଛନ୍ତି ବିଜେପି ସେଠାରେ ଉଧେଇ ପାରିନି । ଗତବର୍ଷ ଜୁଲାଇରେ ଯାଜପୁର ଜିଲ୍ଲାରେ ମୋ ବୁଥ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମ ଯେଉଁଠି(ବିଝାଂରପୁର ବ୍ଲକ୍ ର ଅରେଇ ଗାଁ) କରିଥିଲେ ତାଙ୍କ ଦଳ ସେଠି ୱାର୍ଡ ମେମ୍ବର ବି ଜିତିପାରିଲା ନାହିଁ । ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଶାହା ଦିଲ୍ଲୀରୁ ଭୀଷଣ କସରତ୍ କରିଥିଲେ । ହେଲେ ଦଳ ସେଠି ଲଜ୍ଜାଜନକ ପରାଜୟ ଭୋଗିଲା । ଏବେ ପଶ୍ଚିମ ଓଡ଼ିଶାରେ ସେ ଦୁଇ ଦିନ ବୁଲିବା ବେଳକୁ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ଫଳ ଆସିଛି । ଅତାବିରାରେ ୧୨ଟି ୱାର୍ଡରୁ ବିଜେପି ଖାତା ବି ଖୋଲିପାରିନାହିଁ । ଓଡ଼ିଶାରେ ନିଜ ଦଳର ଏମିତିକା ଶକ୍ତି ଓ ସାମର୍ଥ ଜାଣି ମଧ୍ୟ ଅମିତ୍ ଶାହା ତାଙ୍କ ଆଖିରେ ଆଖିଏ ସ୍ୱପ୍ନ ଧରିଛନ୍ତି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ତ୍ରିପୁରା ପରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ତ୍ରିପୁରାଠାରୁ ଓଡ଼ିଶାରେ ବଡ଼ ଜନାଦେଶ ବିଜେପିକୁ ମିଳିବ ଏବଂ ସଂଖ୍ୟା ୧୨୦ ଟପିବ ବୋଲି ବଲାଙ୍ଗୀର ଯୁବସମାବେଶରେ ସ୍ୱପ୍ନ ଦେଖିଛନ୍ତି ଶାହା ।
Previous Post

ଏନଏସି ନିର୍ବାଚନ: ନିଜ ଏରିଆରେ ଲଜ୍ଜିତ ହେଲେ ଧର୍ମେନ୍ଦ୍ର

Next Post

ଭାଇରାଲ୍ ହେଲା ଶାହାଙ୍କ ଭୋଜନ ଲାଇଭ୍

Next Post

ଭାଇରାଲ୍ ହେଲା ଶାହାଙ୍କ ଭୋଜନ ଲାଇଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA