ଭୁୁବନେଶ୍ୱର: ଭାରତର ବିଶ୍ୱକପ୍ ହକି ଆଶା ଧୂଳିସାତ୍ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ ରେ ହଜାର ହଜାର ଦର୍ଶକଙ୍କୁ ନିରାଶ କରି ଭାରତ ଆଜି ବିଶ୍ୱକପ୍ ଅଭିଯାନରୁ ବିଦାୟ ନେଇଛି । ଆଜି ଅନୁଷ୍ଠିତ କ୍ୱାଟର ଫାଇନାଲ୍ ମ୍ୟାଚ୍ ରେ ଭାରତ ନେଦରଲାଣ୍ଡସ୍ ଠାରୁ ୨-୧ ଗୋଲ୍ ରେ ପରାସ୍ତ ହୋଇଛି । ଫଳରେ ସେମି ଫାଇନାଲ୍ ରୁ ଭାରତ ବଞ୍ଚିତ ହୋଇଛି ।
ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା । ମ୍ୟାଚ୍ ର ପ୍ରଥମାର୍ଦ୍ଧରେ ୧-୧ ଗୋଲ୍ ରେ ଦୁହେଁ ବରାବର ଥିଲେ । ମାତ୍ର ଦ୍ୱିତୀୟାର୍ଦ୍ଧରେ ଏକ ପେନାଲଟି କର୍ଣ୍ଣର ଜରିଆରେ ନେଦରଲାଣ୍ଡସ୍ ଭାରତକୁ ଆଉ ଗୋଟେ ଗୋଲ୍ ଦେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତ ପେନାଲଟି ସୁଯୋଗ ପାଇଥିଲେ ବି ତାହାକୁ ହାତଛଡ଼ା କରିଥିଲା । ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଭାରତୀୟ ଦଳ ସଂଘର୍ଷ କରିଥିଲେ ବି ପାରି ନ ଥିଲେ ।