ଭୁବନେଶ୍ୱର: ଭୁବନେଶ୍ୱରରୁ ୧୪ଟି ନୂଆ ବିମାନର ଉଡ଼ାଣ ହେବାକୁ ଯାଉଛି । ଦେଶର ବିଭିନ୍ନ ସହର ଓ ବିଦେଶ ମାଟିକୁ ଏହି ବିମାନ ଚଳାଚଳ କରିବ । ନୂଆ ବିମାନଗୁଡ଼ିକ କୋଲକତା-ଝାରସୁଗୁଡ଼ା, ଭୁବନେଶ୍ୱର-ବାରାଣସୀ, ବାରାଣସୀ-ଭୁବନେଶ୍ୱର, ଝାରସୁଗୁଡ଼ା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ୱର, ଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ରାଉରକେଲା, ଭୁବନେଶ୍ୱର-କଲାଇକୁଣ୍ଡା, ଭୁବନେଶ୍ୱର-ବ୍ୟାଙ୍ଗକକ୍, ବ୍ୟାଙ୍ଗକକ୍-ଭୁବନେଶ୍ୱର, ସିଙ୍ଗାପୁର-ଭୁବନେଶ୍ୱର ଏବଂ ଭୁବନେଶ୍ୱର- ଆବୁ ଧାବି ମଧ୍ୟରେ ଚଳାଚଳ କରିବାକୁ ଯୋଜନା ହୋଇଛି ।
ବୁଧବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ୨୫ରୁ ଅଧିକ ଏୟାରଲାଇନ୍ସ କମ୍ପାନୀର ସିଇଓଙ୍କ ବୈଠକରେ ଏହି ସୂଚନା ଦିଆଯାଇଛି । ଜାନୁଆରୀରୁ ଜୁଲାଇ ମାସ ମଧ୍ୟରେ ଅଧିକାଂଶ ବିମାନର ଉଡ଼ାଣ ଆରମ୍ଭ କରିବାକୁ ଯୋଜନା ହୋଇଛି । ସୂଚନାଥାଉକି, ବର୍ତ୍ତମାନ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ୫ଟି ବିମାନ ଚଳାଚଳ କମ୍ପାନୀର ୪୦ଟି ବିମାନ ଚଳାଚଳ କରୁଛି ।
ନୂଆ ରୁଟ୍ ରେ ଯିବାକୁ ଥିବା ଘରୋଇ ବିମାନରେ ଟିକସ କମାଯିବ । ଘରୋଇ ବିମାନ ପାଇଁ ୧ ପ୍ରତିଶତ ଭାଟ୍ ରେ ଇନ୍ଧନ ଯୋଗାଇ ଦିଆଯିବ । ଅନ୍ତର୍ଜତୀୟ ବିମାନର ଇନ୍ଧନ ଉପରେ ଭାଟ୍ ଛାଡ ହେବ ବୋଲି ବୈଠକରେ ଆଲୋଚନା ହୋଇଛି ।







