ଭୁବନେଶ୍ୱର: କାଲି ୫୬୪ ଜଣଙ୍କ ସାମ୍ପଲ୍ ଟେଷ୍ଟ ହୋଇଥିଲା । ଯାଜପୁରରୁ ଜଣେ ଏବଂ ଭୁବନେଶ୍ୱରରୁ ୪ ଜଣଙ୍କର ପଜିଟିଭ୍ ବାହାରିଛି । ଅର୍ଥାତ୍ ୨୪ ଘଣ୍ଟାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗତକାଲି ଯାଜପୁର ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଆସିଥିଲା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜିର ପ୍ରେସମିଟ୍ ରେ ସମ୍ପୂର୍ଣ୍ଣ ଆକ୍ରାନ୍ତଙ୍କ ହିସାବ ଦେଇଛନ୍ତି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ରେ ପହଞ୍ଚିଛି ।
ଭୁବନେଶ୍ୱରରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ବମିଖାଲ୍ ର ୩ ଜଣ ହୋଇଥିବା ବେଳେ ଝାରପଡ଼ାରୁ ଜଣେ ଅଛନ୍ତି । ଝାରପଡ଼ା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ ୫୦ ବର୍ଷ । ବମିଖାଲରେ ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରେ ୫୦ ବର୍ଷ ଓ ୭୫ ବର୍ଷର ଦୁଇ ପୁରୁଷ ଏବଂ ୫୧ ବର୍ଷର ଜଣେ ମହିଳା ଅଛନ୍ତି ।