ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ଓ ଝାରପଡ଼ାରୁ ଚିହ୍ନଟ ୪ କରୋନା ଆକ୍ରାନ୍ତ( କେସ୍ ନଂ ୫୭,୫୮,୫୯,୬୦) ଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜାରି ହୋଇଛି । ଜାଣନ୍ତୁ, କିଏ କେଉଁଠାକୁ ଯାଇଛନ୍ତି ।
କେସ୍ ନଂ-୫୭: ୫୦ ବର୍ଷୀୟ ଏହି ବ୍ୟକ୍ତି ୭,୮,୨୨ ଏବଂ ୩୯ ନଂ ଆକ୍ରାନ୍ତଙ୍କ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୩ ତାରିଖ ପର୍ଯ୍ୟନ୍ତ ସେ ବମିଖାଲ ଜୟଦୁର୍ଗା ନଗରସ୍ଥିତ ବେବିଲୋନ୍ ଆପାର୍ଟମେଣ୍ଟ ନିଜ ଘରେ ରହିଥିଲେ । ଏହି ସମୟ ମଧ୍ୟରେ ଗଣେଶ ମଣ୍ଡପ ପାଖ ଦୋକାନ, ଓଭରବ୍ରିଜ୍ ନିକଟରେ ଥିବା ରିଲାଏନସ୍ ଫ୍ରେସ୍, ବମିଖାଲ ଏବଂ ରସୁଲଗଡ଼ ମାର୍କେଟ୍ ଯାଇଛନ୍ତି । କଣ୍ଟେନମେଣ୍ଟ ଅଞ୍ଚଳରେ ଥିବାରୁ ସର୍ଭେଲାନ୍ସରେ ତାଙ୍କର ସାମ୍ପଲ୍ ଟେଷ୍ଟ ହୋଇଥିଲା । ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କୁ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।
କେସ୍ ନଂ-୫୮: ୫୧ବର୍ଷର ଏହି ମହିଳା ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ପଡ଼ୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୩ ଜୟଦୁର୍ଗା ନଗରସ୍ଥିତ ବେବିଲୋନ୍ ଆପାର୍ଟମେଣ୍ଟ ଘରେ ଥିଲେ । ତାଙ୍କର ସାମ୍ପଲ୍ ଟେଷ୍ଟରୁ ପଜିଟିଭ୍ ବାହାରିଛି । କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।
କେସ୍ ନଂ-୫୯: ୭୫ ବର୍ଷର ବୃଦ୍ଧଙ୍କ ଘର ମଧ୍ୟ ସେଇ ବେବିଲୋନ୍ ଆପାର୍ଟମେଣ୍ଟରେ । ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିବା ପରେ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।
କେସ୍ ନଂ-୬୦: ୫୧ ବର୍ଷୀୟ ଝାରପଡ଼ା ଅଞ୍ଚଳର ବ୍ୟକ୍ତି । ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ୍ ୧୩ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ନିଳାଦ୍ରୀନଗରସ୍ଥିତ ବାସଭବନରେ ରହିଥିଲେ । ଏହି ସମୟ ମଧ୍ୟରେ କେଶୁରା ବଜାର, ରସୁଲଗଡ଼ ହାଟ ଏବଂ ପଳାଶୁଣୀକୁ ଗ୍ରୋସରି ଏବଂ ପନିପରିବା କିଣିବା ପାଇଁ ଯାଇଥିଲେ । ସାମ୍ପଲ୍ ଟେଷ୍ଟରୁ ପଜିଟିଭ୍ ବାହାରିବା ପରେ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।