Thursday, April 30, 2026 03:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନ୍ତ୍ରୀଙ୍କ ପରାମର୍ଶ: କ୍ଷୀର ପିଅନ୍ତୁ, କରୋନା ବିରୋଧରେ ଲଢ଼ନ୍ତୁ

by Our Correspondent
24 Mar, 2020- 07:45 PM
in Latest News, News
1 min read
0
ମନ୍ତ୍ରୀଙ୍କ ପରାମର୍ଶ: କ୍ଷୀର ପିଅନ୍ତୁ, କରୋନା ବିରୋଧରେ ଲଢ଼ନ୍ତୁ
ଭୁବନେଶ୍ୱର: କ୍ଷୀର ପିଇ ଦେହରେ ଶକ୍ତି ବଢ଼ାନ୍ତୁ । କରୋନା ବିରୋଧରେ ଲଢ଼ନ୍ତୁ । ଉଚ୍ଚଶିକ୍ଷା, କୃଷି ଓ ପଶୁସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ଆଜି ଏକ ଭିଡ଼ିଓ ଜରିଆରେ ଓଡ଼ିଶାବାସୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । କରୋନା ପାଇଁ ଲକ୍ ଡାଉନ୍ ରେ ଥିବା ଜନସାଧାରଣ ଦୋକାନରୁ କ୍ଷୀର ଆଣି ପିଇବାକୁ ଆଗ୍ରହ କମାଇ ଦେଇଥିବାରୁ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ସେ ସତର୍କ କରାଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ଆଜି ସାରା ପୃଥିବୀରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ଭାଇରସ୍ କଭେଟ୍-୧୯ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଛି । ଏହି ମାରାତ୍ମକ ଭାଇରସ୍ ର ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଓ ଆମ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ଲକ୍ ଡାଉନ୍ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଏହି ଲକ୍ ଡାଉନ୍ ପାଳନ କରୁଥିବା ବେଳେ କ୍ଷୀର ବ୍ୟବହାର କମେଇ ଦେବା ତାଙ୍କୁ ବ୍ୟଥିତ କରିଛି ।
କ୍ଷୀର ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଲକ୍ ଡାଉନ୍ ରୁ ବାଦ୍ ଦିଆଯାଇଛି । ଓମଫେଡ୍ ଦୋକାନ, ରିଟେଲ୍ କାଉଣ୍ଟର୍ ଏବଂ ଅନ୍ୟାନ୍ୟ କ୍ଷୀର ବିକ୍ରୀ ଦୋକାନଗୁଡ଼ିକୁ ଲକ୍ ଡାଉନ୍ କଟକଣାରୁ ମୁକ୍ତ ଅଛନ୍ତି । ଆମ ଓଡ଼ିଶାେରେ ଓମଫେଡ୍ ଦ୍ୱାରା ଦୈନିକ ୫ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରାଯାଏ । ତେଣୁ କ୍ଷୀର ଅଭାବ ନାହିଁ କି ତାହାର ବିକ୍ରୀ ଉପରେ କଟକଣା ନାହିଁ । କିନ୍ତୁ ତାହା ସତ୍ତ୍ୱେ କ୍ଷୀର ବିକ୍ରୀ କମିଛି । କ୍ଷୀର ଏତେ ଶକ୍ତିବର୍ଦ୍ଧକ ହୋଇଥିଲେ ମଧ୍ୟ ତାହାର ବିକ୍ରୀବଟା କମିବା ଚିନ୍ତାର କାରଣ ବୋଲି ଅରୁଣ କହିଛନ୍ତି ।
ମନ୍ତ୍ରୀ ଡ. ସାହୁଙ୍କ ପରାମର୍ଶ ହେଉଛି, ଜନସାଧାରଣ ପ୍ରଚୁର ପରିମାଣରେ କ୍ଷୀର ପିଅନ୍ତୁ । କାରଣ ଡାକ୍ତରମାନଙ୍କ ମତରେ କ୍ଷୀର ଏକ ସୁଷମ, ପୃଷ୍ଟିକର ଖାଦ୍ୟ । ଏଥିରେ ଭିଟାମିନ୍ ଏ , ଭିଟାମିନ୍ ବି୨, ମିନେରାଲସ୍ ଅଛି, କ୍ୟାଲସିୟମ୍ ଅଛି । ନିଉଟ୍ରିନସ୍ ଭରପୂର ଅଛି । ଅନ୍ୟପକ୍ଷରେ ଓଡ଼ିଶାରେ ୩ ଲକ୍ଷ କ୍ଷୀର ଚାଷୀ କେବଳ ଓମଫେଡକୁ କ୍ଷୀର ଯୋଗାନ୍ତି । କ୍ଷୀର ବିକ୍ରୀ କରି ସେମାନେ ପେଟ ପୋଷନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ଆବଶ୍ୟକତା ହେଉଛି ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟକୁ ସୁରକ୍ଷିତ ରଖିବାକୁ ସାହାଯ୍ୟ କରନ୍ତୁ । ଦୁଗ୍ଧ ପାନ କରନ୍ତୁ, ଶକ୍ତି ବଢ଼ାନ୍ତୁ । ଏବଂ କରୋନା ବିରୋଧରେ ଲଢ଼େଇ କରିବାର ସମସ୍ତ ଶକ୍ତି ନିଜ ପାଖରେ ଠୁଳ କରନ୍ତୁ । ଓଡ଼ିଶାର ଚାଷୀ ବଞ୍ଚନ୍ତୁ । ଓଡ଼ିଶାର ଜନସାଧାରଣ ସୁସ୍ଥ ରହନ୍ତୁ ବୋଲି ଅରୁଣ ବିନମ୍ର ନିବେଦନ କରିଛନ୍ତି ।
Previous Post

ଲୋକେ ଘରୁ ନ ବାହାରିବାକୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

Next Post

୨୧ ଦିନ ପାଇଁ ଭାରତ ଲକ୍ ଡାଉନ୍; ଘରେ ରହିବାକୁ ହାତଯୋଡି ନିବେଦନ କଲେ ପ୍ରଧାନମନ୍ତ୍ରୀ

Next Post
୨୧ ଦିନ ପାଇଁ ଭାରତ ଲକ୍ ଡାଉନ୍; ଘରେ ରହିବାକୁ ହାତଯୋଡି ନିବେଦନ କଲେ ପ୍ରଧାନମନ୍ତ୍ରୀ

୨୧ ଦିନ ପାଇଁ ଭାରତ ଲକ୍ ଡାଉନ୍; ଘରେ ରହିବାକୁ ହାତଯୋଡି ନିବେଦନ କଲେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA