Thursday, April 30, 2026 01:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୧ ଦିନ ପାଇଁ ଭାରତ ଲକ୍ ଡାଉନ୍; ଘରେ ରହିବାକୁ ହାତଯୋଡି ନିବେଦନ କଲେ ପ୍ରଧାନମନ୍ତ୍ରୀ

by Our Correspondent
24 Mar, 2020- 09:31 PM
in Latest News, National, News
1 min read
1
୨୧ ଦିନ ପାଇଁ ଭାରତ ଲକ୍ ଡାଉନ୍; ଘରେ ରହିବାକୁ ହାତଯୋଡି ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମଧ୍ୟରାତ୍ରରୁ ଦେଶ ୩ ସପ୍ତାହ ବା ୨୧ ଦିନ ପାଇଁ ଲକ୍ ଡାଉନ୍ ରେ ରହିବ । କରୋନା ବିପଦରୁ ଭାରତକୁ ବଞ୍ଚାଇବା ପାଇଁ ଏହା ଏକମାତ୍ର ରାସ୍ତା ବୋଲି ମୋଦି କହିଛନ୍ତି । ଏହାକୁ କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଜଣାଇ ଦେଇଛନ୍ତି ।

ଆଜି ସଂଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ତଥା କଠୋର କଟକଣା ଘୋଷଣା କରିଛନ୍ତି ।
କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ‘ସାମାଜିକ ଦୂରତ୍ୱ’ ଏକମାତ୍ର ଅସ୍ତ୍ର । ୨୧ ଦିନ ପାଇଁ କେହି ଜଣେ ବି ବାହାରେ ବୁଲିବା କଥା ଭୁଲିଯାଅ । ଏହି ଦିନଗୁଡ଼ିକରେ ସମସ୍ତଙ୍କର ଗୋଟିଏ କାମ କେବଳ ଘରେ ରହିବା । ନିଜ ଘରଦ୍ୱାରକୁ ଆପଣ ଲକ୍ଷ୍ମଣରେଖା ଭାବିଦିଅନ୍ତୁ । ଆପଣମାନେ ଦେଶର ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି, ସମସ୍ତଙ୍କୁ ମୁଁ ହାତଯୋଡିକି ଏହି ପ୍ରାର୍ଥନା କରୁଛି- କୋଇ ରୋଡ୍ ପର୍ ନା ନିକଲେ ।
ଆପଣଙ୍କ ଟିକେ ଭୁଲ୍ କରୋନାକୁ ଆପଣଙ୍କ ଘରକୁ ନେଇ ଆସିବ । ଏହି ୨୧ ଦିନ ସମ୍ଭାଳି ନ ପାରିଲେ, ଆମେ ୨୧ ବର୍ଷ ପଛକୁ ପଳାଇବା । କିଛି ପରିବାର ସବୁଦିନ ପାଇଁ ନିଶ୍ଚିନ୍ନ ହୋଇଯିବେ । ତେଣୁ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ଜଣେ ପରିବାର ସଦସ୍ୟ ଭାବେ ମୁଁ ସମସ୍ତଙ୍କୁ ଘରେ ରହିବାକୁ ହାତଯୋଡି ନିବେଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ ଆବେଗପୂର୍ଣ୍ଣ ଅପିଲ୍ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ, କରୋନା ଭାଇରସ୍ ଭାରି ଭୟଙ୍କର । କରୋନା ଭାଇରସ୍ ର ବେଗ କେତେ ଅନ୍ଦାଜ ଲଗାଇବା କଷ୍ଟ । ପ୍ରଥମ ୬୭ ଦିନରେ ୧ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିଥିଲା । ପରବର୍ତ୍ତୀ ୧୧ ଦିନରେ ଆଉ ୧ ଲକ୍ଷ ଲୋକ ଆକ୍ରାନ୍ତ ହେଲେ । ଶେଷ ୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରେ ପହଞ୍ଚିଥିଲା । ତେଣୁ କରୋନା ଭାଇରସ୍ ର ବେଗ କେତେ ତାହା ସହଜେ ଅନୁମେୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଏହି ମହାମାରୀରେ ସଂକ୍ରମିତ ଜଣେ ବ୍ୟକ୍ତି ମାତ୍ର ୧୦ ଦିନରେ ୧୦୦ ଲୋକଙ୍କୁ ସଂକ୍ରମଣ କରିଦିଏ । ଥରେ ସଂକ୍ରମଣ ହୋଇଗଲେ, ଏହାକୁ ରୋକିବା କଷ୍ଟକର । ଏପରିକି ସଂକ୍ରମିତ ବ୍ୟକ୍ତି ମୂଳରୁ ଜଣାପଡ଼ନ୍ତିନି । ପୂରା ସୁସ୍ଥ ଲାଗନ୍ତି । ଜାଣିଲା ବେଳକୁ ସଂକ୍ରମଣ ଆୟତ୍ତ ବାହାରକୁ ଚାଲିଯାଏ ।
ଏହି ପରିପ୍ରେକ୍ଷୀରେ ଗୁଜବ ଓ ଅନ୍ଧବିଶ୍ୱାସଠାରୁ ସମସ୍ତେ ଦୂରେଇ ରହିବାକୁ ମୋଦି ପରାମର୍ଶ ଦେଇଥିଲେ । ସତର୍କତାର ସହ ଦାୟିତ୍ୱ ତୁଲାଇବାକୁ ଗଣମାଧ୍ୟମକୁ ମଧ୍ୟ ପରାମର୍ଶ ଦେଇଥିଲେ ।
କରୋନା ମୁକାବିଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ୧୫,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିରେ ଡାକ୍ତରଖାନା ବେଡ୍, ନମୁନା ପରୀକ୍ଷା, ଭେଣ୍ଟିଲେଟର୍ ଏବଂ ଅନ୍ୟନ୍ୟ ମେଡ଼ିକାଲ୍ ସାମଗ୍ରୀ କିଣାଯିବ ।
Previous Post

ମନ୍ତ୍ରୀଙ୍କ ପରାମର୍ଶ: କ୍ଷୀର ପିଅନ୍ତୁ, କରୋନା ବିରୋଧରେ ଲଢ଼ନ୍ତୁ

Next Post

ଲୋକ ନ ମାନିଲେ ଆଗକୁ ବିସ୍ଫୋରକ ସ୍ଥିତି !

Next Post
ଲୋକ ନ ମାନିଲେ ଆଗକୁ ବିସ୍ଫୋରକ ସ୍ଥିତି !

ଲୋକ ନ ମାନିଲେ ଆଗକୁ ବିସ୍ଫୋରକ ସ୍ଥିତି !

Comments 1

  1. Manguli Charan Sethy says:
    6 years ago

    Outstanding step by our beloved PM. Step should be taken for poor their livelihood.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA