Thursday, April 30, 2026 03:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲୋକ ନ ମାନିଲେ ଆଗକୁ ବିସ୍ଫୋରକ ସ୍ଥିତି !

by Our Correspondent
24 Mar, 2020- 10:00 PM
in Latest News, News
1 min read
0
ଲୋକ ନ ମାନିଲେ ଆଗକୁ ବିସ୍ଫୋରକ ସ୍ଥିତି !
ଭୁବନେଶ୍ୱର: କରୋନା ଆତଙ୍କରୁ ବର୍ତ୍ତିବା ପାଇଁ ଏବେ ଜୀବନଶୈଳୀ ବଦଳାଇବାର ସମୟ । କାରଣ ଘରୁ ବାହାରିଲାମାତ୍ରେ ହିଁ ବିପଦର ଆଶଙ୍କା । ନିଜ ଓ ପରିବାରର ଜୀବନରକ୍ଷା ପାଇଁ ଘରେ ରହିବାର ଦାୟିତ୍ୱ ସମସ୍ତଙ୍କୁ ନିଷ୍ଠାର ସହ ପାଳନ କରିବାକୁ ହେବ । ନଚେତ୍ ଆଗକୁ ଏହି କରୋନା ବିସ୍ଫୋରକ ସ୍ଥିତି ନେବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ଆଜି ସତର୍କ କରାଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ବାଗଚୀ କହିଛନ୍ତି, ସବୁ କାଶ, ଥଣ୍ଡା ଜ୍ୱର କରୋନା ରୋଗ ନୁହେଁ । ମାତ୍ର ଆମକୁ ସେଥିପାଇଁ ସତର୍କ ରହିବା ନିହାତି ଜରୁରୀ । ଆତଙ୍କିତ ନହୋଈ ପରିସ୍ଥିତିର ମୁକାବିଲା କରିବାର ମାନସିକତାକୁ ଦୃଢ଼ କରିବାକୁ ହେବ । ସାରା ବିଶ୍ୱରେ କରୋନାର କ୍ରମବର୍ଦ୍ଧିଷ୍ଣୁ ହାରକୁ ଦେଖିଲେ ଆଗକୁ ଏହା ବିସ୍ଫୋରକ ସ୍ଥିତି ନେବ ବୋଲି ଆକଳନ କରାଯାଉଛି । ରୋକ୍ ନ ଲାଗିଲେ, ମେ ୩୧ ତାରିଖ ସୁଦ୍ଧା କରୋନା ଭୟଙ୍କର ସ୍ଥିତି ନେଇଥିବ । ଆମ ଦେଶରେ ଅତି କମ୍ ରେ ୫୮,୬୪୩ ଜଣ ଏବଂ ଅତି ବେଶୀରେ ୧୦ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବେ । ସେହି ଅନୁପାତରେ ଓଡ଼ିଶାରେ ଅତି କମ୍ ରେ ୨୩୪୫ ଜଣ ଏବଂ ଅତି ବେଶୀରେ ୩୬ ହଜାର ଆକ୍ରାନ୍ତ ଥିବେ । ଅର୍ଥନୀତି ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିବ । ଏଥିରୁ ବଞ୍ଚିବାକୁ ଲକ୍ ଡାଉନ୍ ବ୍ୟବସ୍ଥା କରାଯାଇଛି ।
କିନ୍ତୁ ଏଭଳି ସମୟରେ କିଛି ଲୋକ ଲକ୍ ଡାଉନ୍ ଉଲ୍ଲଂଘନ କରି ରାସ୍ତାରେ ବୁଲୁଛନ୍ତି । ଏତିକି ଜାଣନ୍ତୁ ଯେ କରୋନା ଆମକୁ ରାସ୍ତାରେ ଖୋଜୁଛି । ବଞ୍ଚିବାକୁ ହେଲେ ଲକ୍ ଡାଉନ୍ କୁ ଅତି ଗୁରୁତ୍ୱର ସହ ନେବାକୁ ପଡ଼ିବ । ଏହାକୁ ସମସ୍ତେ ପାଳନ କରି କରୋନା ଭୟାବହତାକୁ ପ୍ରତିହତ କରିବାକୁ ଶ୍ରୀ ବାଗଚୀ ନିବେଦନ କରିଥିଲେ ।
ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୧୦ ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ସବୁ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବର ଦୁଇଟି ପଜିଟିଭ୍ ବ୍ୟତୀତ ଆଉ କୌଣସି ନୂଆ ପଜିଟିଭ୍ ଚିହ୍ନଟ ହୋଇନାହିଁ । ଚିକିତ୍ସିତ ଦୁଇ ସଂକ୍ରମିତ ଦୁଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୭ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ସହ ଯୋଗାଯୋଗ ହୋଇଛି । ୯ଟି ମନିଟରିଂ ଟିମ୍ କୁ ନେଇ ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି ।
ବର୍ତ୍ତମାନ ସୁଦ୍ଧା ୩୮୬୧ ଜଣ ୧୦୪ ହେଲପ୍ ଲାଇନ୍ ଏବଂ ପୋର୍ଟାଲ୍ ଜରିଆରେ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କଠାରେ କିଛି କିଛି ଲକ୍ଷଣ ଦେଖାଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ ରେ ରଖାଯାଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଥିଲେ ।
Previous Post

୨୧ ଦିନ ପାଇଁ ଭାରତ ଲକ୍ ଡାଉନ୍; ଘରେ ରହିବାକୁ ହାତଯୋଡି ନିବେଦନ କଲେ ପ୍ରଧାନମନ୍ତ୍ରୀ

Next Post

‘କରୋନା’ ବିପଦକୁ ବରଣ! ସଉଦା,ପରିବା,ଆମିଷ ବଜାରରେ ଠେଲାପେଲା

Next Post
‘କରୋନା’ ବିପଦକୁ ବରଣ! ସଉଦା,ପରିବା,ଆମିଷ ବଜାରରେ ଠେଲାପେଲା

‘କରୋନା’ ବିପଦକୁ ବରଣ! ସଉଦା,ପରିବା,ଆମିଷ ବଜାରରେ ଠେଲାପେଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA