Tuesday, June 30, 2026 12:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମମତାଙ୍କ ରାସ୍ତାକୁ ଡରିଲେ ନବୀନ !

by Our Correspondent
04 Feb, 2019- 09:00 PM
in Latest News, News, Politics, Story Of The Week
1 min read
0
ମମତାଙ୍କ ରାସ୍ତାକୁ ଡରିଲେ ନବୀନ !
ଭୁୁବନେଶ୍ୱର: ବିରୋଧୀଙ୍କ ପଛରେ ସିବିଆଇକୁ ଲଗୋଉଛି କି ମୋଦି ସରକାର? ଚିଟଫଣ୍ଡ ମାମଲାରୁ ରାଜନୈତିକ ଫାଇଦା ହାସଲ ପାଇଁ ସିବିଆଇ ଅସ୍ତ୍ର ହୋଇଛି କି? ତମାମ ଦେଶରେ ଏହା ଖାଲି ବିତର୍କର ବିଷୟ ହୋଇ ରହିନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କ୍ଲାଇମାକ୍ସକୁ ନେଇଯାଇଛନ୍ତି । ଚିଟଫଣ୍ଡ ଓ ସିବିଆଇ ଝାମେଲାରେ ପଶ୍ଚିମବଙ୍ଗ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ ଯେଉଁଠି ଶାସକ ଦଳ ୬ ବର୍ଷ ହେଲା ଘାଣ୍ଟି ହେଉଛନ୍ତି । ସାଧାରଣ ନିର୍ବାଚନ ଆଉ ମାତ୍ର ଦୁଇମାସ ଥିବା ବେଳେ ଅମିତ୍ ଶାହା ଡାକି ବଜେଇ ବିଜେଡ଼ିର ଦୁଇ ହେଭିୱେଟ୍ ବିଧାୟକଙ୍କୁ ସିବିଆଇ ସମନ୍ କରାଇଥିବା ବି ଚର୍ଚ୍ଚା ହେଉଛି । ସମାନ ପ୍ରସଙ୍ଗରେ ମମତା ବାନାର୍ଜୀ ଯେମିତି କଠୋର ହୋଇଛନ୍ତି, ନବୀନ ପଟ୍ଟନାୟକ ସେହି ରାସ୍ତାରେ ଯିବେ ତ? ସେହି ରାସ୍ତାରେ ନ ଗଲେ ନାଇଁ, ମମତାଙ୍କୁ ପ୍ରସଙ୍ଗଭିତ୍ତିକ ଖୋଲାଖୋଲି ସମର୍ଥନ କରିବେ ତ?
ସାରା ଦେଶକୁ ହଲଚଲ କରୁଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମୁହଁ ଖୋଲିନାହାନ୍ତି । ନିଜର ଆଭିମୁଖ୍ୟ ଦଳୀୟ ବିବୃତି ଜରିଆରେ ଜଣାଇ ଦେଇଛନ୍ତି । ଆମେ ଏହାର ଘଟଣାକ୍ରମ ଉଲ୍ଲେଖ କରୁଛୁ ।
– ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଶୁଣୁଥିଲେ । କୋଲକତା ମହାଡ୍ରାମା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ବାହାରେ ସାମ୍ବାଦିକମାନେ ଅପେକ୍ଷା କରିଥିଲେ । ମାତ୍ର ଦିନ ୧୨ଟା ବେଳକୁ ବିଜେଡ଼ି ଅଫିସରେ ମୁଖପାତ୍ର ସସ୍ମିତ୍ ପାତ୍ର ଦେଲେ ବିବୃତି । ବିବୃତିଟି ଏମିତି..
ସବୁ କଳିକଜ୍ୟା ପରେ ବି ସଂସ୍ଥାର ବିଶ୍ୱସନୀୟତା ବଜାୟ ରହିବା ଉଚିତ । ଆମେ ଏକ ପରିପକ୍ୱ ଗଣତନ୍ତ୍ରରେ ରହିଛୁ ଏବଂ ଏସବୁ ସଂସ୍ଥାରେ ବୃତ୍ତିଗତ କାର୍ଯ୍ୟଶୈଳୀ ବଜାୟ ରହିବା ଉଚିତ । ଅତୀତରେ ଓଡ଼ିଶାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇ ଅଚାନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏବେ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ସେୟା । ସିବିଆଇ ନିଜ ବୃତ୍ତିଗତ କାର୍ଯ୍ୟଶୈଳୀରୁ ବାହାରି ଏଭଳି କାର୍ଯ୍ୟ କରୁଛି ଏବଂ ତାହା ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ଜଣାପଡୁଛି ।
– ଲୋକସଭାରେ ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ମଧ୍ୟ ସମାନ ବିବୃତି ରଖିଥିଲେ । ସାଙ୍ଗରେ ପଦେ ଯୋଡିଥିଲେ । ସେ କହିଥିଲେ, ଜଣେ ମୁଖ୍ୟମନ୍ତ୍ରୀ ରାଜରାସ୍ତାରେ ବସିବା ଗ୍ରହଣୀୟ ନୁହେଁ ।
– ବିଜେଡ଼ି ଓ ଭର୍ତ୍ତୃହରିଙ୍କ ବିବୃତି ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ପ୍ରତିକ୍ରିୟା ଦେଲେ । ସିଧା ସିଧା କହିଲେ, ମମତାଙ୍କ ରାସ୍ତାରେ ନବୀନ ଯିବା ପଛରେ ଉଭୟଙ୍କ ଚିଟଫଣ୍ଡ ଭୟ ଅଛି । ଧର୍ମେନ୍ଦ୍ର ଦୁଇପାଦ ଆଗକୁ ଯାଇ ନବୀନ ନିବାସର ସରୋଜ ସାହୁଙ୍କ ନାଁ ନେଇଥିଲେ ।
– ସେପଟେ କୋଲକତାରେ ଧାରଣାରେ ବସିଥିବା ମମତା ବାନାର୍ଜୀ ନିଜ ସମର୍ଥକଙ୍କ ତାଲିକାରେ ବିଜେଡ଼ି ନାଁକୁ ଯୋଡି ସାମ୍ବାଦିକଙ୍କୁ କହିଲେ ।
– ଦୁଇ ଘଣ୍ଟା ପରେ ଦଳର ପୂର୍ବ ବିବୃତି ଉପରେ ଏକ ସ୍ପଷ୍ଟୀକରଣ ଯୋଡାଗଲା । ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ଖବର ଉପରେ ଥିଲା ଏହି ସ୍ପଷ୍ଟୀକରଣ । କୁହାଗଲା..
ବିଜେଡ଼ି ଜଣାଇଦେବାକୁ ଚାହେଁ ଯେ ଓଡ଼ିଶା ଏବଂ ଜାତୀୟସ୍ତରରେ ସିବିଆଇ ସାମନା କରିଥିବା ସବୁ ପ୍ରସଙ୍ଗ ଉପରେ ଦଳର ଆଭିମୁଖ୍ୟ ଉଦ୍ଦିଷ୍ଟ ଥିଲା । କିନ୍ତୁ ଏହି ଆଭିମୁଖ୍ୟ/ବିବୃତି ଆଧାରରେ କିଛି ରାଜନୈତିକ ଦଳ ସହ ବିଜେଡ଼ିକୁ ଗ୍ରୁପିଙ୍ଗ୍ କରିବା ଠିକ୍ ନୁହେଁ । ଏହା ଭୁଲ୍ କଥା ।
ମମତା ବାନାର୍ଜୀଙ୍କୁ ବିଜେଡ଼ି ସମର୍ଥନ କରୁଛି କି କରୁନି ସେ ସମ୍ପର୍କରେ କିଛି ବି ଉଲ୍ଲେଖ ନ ଥିଲା ।
ଏହାକୁ ସରଳ ଭାଷାରେ ବୁଝିଲେ ଏୟା ବୁଝାପଡୁଛି ଯେ ବିଜେଡ଼ି ସିବିଆଇର ଭୂମିକାକୁ ପ୍ରଶ୍ନ କରୁଛି । କିନ୍ତୁ ତା ଅର୍ଥ ନୁହେଁ କି ବିଜେଡ଼ି ମମତା ବାନାର୍ଜୀଙ୍କୁ ସମର୍ଥନ କରୁଛି । କି ମମତାଙ୍କୁ ସମର୍ଥନ କରୁଥିବା ରାହୁଲ ଗାନ୍ଧୀ, ଶରଦ ପାୱାର, ଚନ୍ଦ୍ରବାବୁ ନାଇଡୁ, ଲାଲୁପ୍ରସାଦ ଯାଦବ, ଅଖିଳେଶ ଯାଦବ, ମାୟାବତୀ, ଅରବିନ୍ଦ କେଜ୍ରିୱାଲ୍ ଓ ଓମାର ଅବଦୁଲ୍ଲାଙ୍କ ସହ ନବୀନ ପଟ୍ଟନାୟକ ଅଛନ୍ତି । ନବୀନ ସିବିଆଇର କାର୍ଯ୍ୟଶୈଳୀକୁ ବିରୋଧ କରୁଥିଲେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ବାହାରକୁ ଯିବାକୁ ଚାହୁଁନାହାନ୍ତି । ମୋଦିଙ୍କ ବିରୋଧରେ ଖୋଲା ଲଢ଼େଇ କରିବାକୁ ଚାହୁଁନାହାନ୍ତି ।
ତେବେ ନବୀନଙ୍କ ଏଭଳି ଆଭିମୁଖ୍ୟ ଅନେକଙ୍କୁ ସନ୍ଦେହରେ ପକାଇଛି । ବିଜେପି ସହ ଭିତିରି ସଲାସୁତୁରାର ଏହା ଏକ ବଡ଼ ପ୍ରମାଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନିକଟରେ ଓଡ଼ିଶା ଆସିଥିବା ରାହୁଲ ଗାନ୍ଧୀ ଯାହା କହିଥିଲେ ତାହା ଠିକ୍ ବୋଲି କୁହାଯାଉଛି । ଗୋଟିଏ ପଟେ ସିବିଆଇକୁ ରାଜନୈତିକ ଅସ୍ତ୍ର ବୋଲି ନବୀନ ବିଶ୍ୱାସ କରୁଥିବା ବେଳେ ସେଇ ସିବିଆଇ ବିରୋଧରେ ଲଢ଼େଇ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ମମତାଙ୍କ ଲଢ଼େଇକୁ ସମର୍ଥନ ଦେବାକୁ ବି ସାହାସ କରିପାରୁନାହାନ୍ତି ।
କିଛି ମହଲର ବିଶ୍ୱାସ, ସିବିଆଇ ହାତରେ ରହିଛି ବିଜେଡ଼ି ଚୁଟି । ସେଥିପାଇଁ ମୋଦିଙ୍କୁ ନବୀନଙ୍କର ପ୍ରବଳ ଭୟ । ଅମିତ୍ ଶାହା ଯେତେଥର ଓଡ଼ିଶା ଆସୁଛନ୍ତି ସିବିଆଇ ଭୟ ଦେଇ ଫେରୁଛନ୍ତି । କହି କହି ବିଜେଡ଼ି ନେତାଙ୍କୁ ସିବିଆଇ ବାଡ଼ି ଦେଖାଉଛନ୍ତି । ଆଗରୁ ଏହା ଜଣା ଥିଲା । ମାତ୍ର ଠିକ୍ ନିର୍ବାଚନ ପୂର୍ବରୁ ବିଜେଡ଼ିର ଦୁଇ ହେଭିୱେଟ୍ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ ପରେ ଏହା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସୁତରାଂ ସିବିଆଇ ବିରୋଧରେ ରାସ୍ତାକୁ ଯିବା କି ମମତାଙ୍କ ପଛରେ ଛିଡ଼ା ହେବା ନିଜ ଗୋଡ଼ରେ କୁରାଢ଼ୀ ମାରିବା ସଦୃଶ ବୋଲି ନବୀନ ବୋଧହୁଏ ବିଚାର କରୁଛନ୍ତି । ଏ ପ୍ରସଙ୍ଗରେ ଉତ୍ସାହିତ ହୋଇ ମୋଦିଙ୍କୁ ତତେଇବାକୁ ନବୀନ ଚାହୁଁ ନ ଥାଇପାରନ୍ତି ।
ତେବେ ନବୀନଙ୍କୁ ଏହା ଘାଟା ହୋଇପାରେ ବୋଲି କୁହାଯାଉଛି । କାରଣ ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଲିଆଖିକୁ ବିଜେଡ଼ି ନେତା ଓ କର୍ମୀମାନେ ଆଉ ସହିବାକୁ ପ୍ରସ୍ତୁତ ନାହାନ୍ତି । ସିବିଆଇ ପ୍ରସଙ୍ଗରେ ସେମାନେ ମମତାଙ୍କ ଆଭିମୁଖ୍ୟକୁ ପସନ୍ଦ କରୁଛନ୍ତି । ଲଢ଼େଇ କରିବାର ଯଦି ଅଛି ଏମିତି ହେବା ଦରକାର ବୋଲି ଅଧିକାଂଶ କହିଲେଣି ।
କିଛି ବୁଦ୍ଧିଜୀବୀଙ୍କ ମତ କିନ୍ତୁ ଭିନ୍ନ । ମମତାଙ୍କ ପ୍ରତିବାଦକୁ ସେମାନେ ସମର୍ଥନ କରୁଥିଲେ ମଧ୍ୟ ପ୍ରତିବାଦର ଧାରାକୁ ସମର୍ଥନ କରିପାରୁନାହାନ୍ତି । ଚିଟଫଣ୍ଡ ଦୁର୍ନୀତିଗ୍ରସ୍ତ ନେତା ଓ ଅଫିସରଙ୍କୁ ଏହା ସୁରକ୍ଷା କବଚ ଭଳି କାର୍ଯ୍ୟ କରିବ । ସିବିଆଇ ଭଳି ଏକ ସଂସ୍ଥାର ବିଶ୍ୱସନୀୟତା ଉପରେ ଏହା କାଳ କାଳକୁ କଳଙ୍କ ବୋଳିଦେବ । ଦେଶର ଆଇନକାନୁନ, ସମ୍ବିଧାନ ରାଜନୈତିକ ମଇଦାନରେ ଖେଳନା ହୋଇଯିବ । ଏସବୁକୁ ଦେଖିଲେ ନବୀନଙ୍କ ଆଭିମୁଖ୍ୟକୁ ସେମାନେ ଠିକ୍ ବୋଲି ମନେ କରୁଛନ୍ତି । ତେବେ ଏ ସମ୍ପର୍କରେ ସ୍ପଷ୍ଟ କରିଦେବା ଉଚିତ୍ ବୋଲି ସେମାନଙ୍କ ମତ ।
Previous Post

ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ

Next Post

ରାଜୀବ କୁମାରଙ୍କୁ ସିବିଆଇରେ ହାଜର ନିର୍ଦ୍ଦେଶ

Next Post
ରାଜୀବ କୁମାରଙ୍କୁ ସିବିଆଇରେ ହାଜର ନିର୍ଦ୍ଦେଶ

ରାଜୀବ କୁମାରଙ୍କୁ ସିବିଆଇରେ ହାଜର ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA