– ସବୁ ସେବକଙ୍କର ହେବ କରୋନା ଟେଷ୍ଟ୍
– ଟେଷ୍ଟିଂ ଦାୟିତ୍ୱରେ ଡା. ଦେବୀ ପ୍ରସାଦ ମହାପାତ୍ର
ପୁରୀ: ୧୩ ଦିନ ବିଳମ୍ବ ହୋଇଥିଲେ ବି ଶୁକ୍ରବାରଠାରୁ ଚଳଚଞ୍ଚଳ ହୋଇଛି ରଥଖଳା । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀଫଳରୁ ଶୁଭାରମ୍ଭ ପରେ ମାଳ ଓ ମାହାର୍ଦ୍ଦ ଅର୍ପଣ କରି ରଥ କାଠରେ କୁରାଢ଼ୀ ସ୍ପର୍ଶ କରିଛନ୍ତି ବିଶ୍ୱକର୍ମା ମହାରଣା । ଭୋଇ ସେବକମାନେ ନିର୍ଦ୍ଦିଷ୍ଟ କାଠ ଗଣ୍ଡି ଯୋଗାଇବା ପରେ ପ୍ରାଥମିକ କାର୍ଯ୍ୟ ଭାବେ ତିନି ରଥର ୪୨ ଟି ଚକ ପାଇଁ ତୁମ୍ବ ବାଡ଼ିଆ କରିଛନ୍ତି ।







