Monday, May 25, 2026 06:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାରଥୀ ଆଉ କାନ୍ଦନ୍ତୁନୁ

by Our Correspondent
08 Mar, 2017- 07:45 AM
in Latest News
0
ମହାରଥୀ ଆଉ କାନ୍ଦନ୍ତୁନୁ

ଭୁବନେଶ୍ୱର: ବରଗଡ଼ କେନ୍ଦପାଲି ଗାଁର ଚାଷୀ ହାଡୁ ବଗର୍ତ୍ତୀଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଡ୍ରାମାବାଜି ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ହୃଦୟ ଥରାଇଦେଇଛି । ନିଜ ମୁଣ୍ଡରୁ ଅପବାଦ ଖସାଇବା ପାଇଁ ଶାସନ ଓ ପ୍ରଶାସନ କୁତ୍ସିତ କାର୍ଯ୍ୟ କରିଛନ୍ତି । ନିଜକୁ ଚାଷୀଙ୍କ ତ୍ରାଣକର୍ତ୍ତା ବୋଲାଉଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏଭଳି ଏକ ସ୍ପର୍ଶକାତର ମାମଲାରେ ଖାଲି ଖାମଖିଆଲ ହୋଇନାହାନ୍ତି ବରଂ ବିଧାନସଭାର ପବିତ୍ର ଗୃହରେ କଞ୍ଚା ମିଛ କହି ହାଡୁ ବଗର୍ତ୍ତୀଙ୍କ ଆତ୍ମାକୁତ୍ତାତ୍ସଲ୍ୟ କଲା ଭଳି କାର୍ଯ୍ୟ କରିଛନ୍ତି । ଏବେ ନିଜ ଛେପ ନିଜେ ଢ଼ୋକି ରିପୋର୍ଟକୁ ଅସତ୍ୟ ବୋଲି ମାନିବା ସହ ଆଉ ଥରେ ତଦନ୍ତ କରି ରିପୋର୍ଟ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ନିଜ ଉପରୁ ଦାୟିତ୍ୱ ଖସାଇବାର ସାହାସ କରିଛନ୍ତି । ଅତ୍ୟନ୍ତ ବେପରୁଆ ଢ଼ଙ୍ଗରେ ରିପୋର୍ଟକୁ ସତ୍ୟ ବୋଲି କହିବାକୁ ପଛାଇ ନାହାନ୍ତି । ମନ୍ତ୍ରୀ ରିପୋର୍ଟକୁ ଅସତ୍ୟ ବୋଲି ମାନି ନେଇଥିଲା ବେଳେ ଜିଲ୍ଲାପାଳଙ୍କର ଏଭଳି ଉଦ୍ଧତାମି ଲଜ୍ଜାର ବିଷୟ ହୋଇଛି । ତଳିଆ କ୍ଷେତ୍ର କର୍ମଚାରୀଙ୍କ ତଦନ୍ତ ରିପୋର୍ଟ ଠିକ୍ ବୋଲି ଜିଲ୍ଲାପାଳ ସଫେଇ ଦେଇଛନ୍ତି । ଆଉ ଦୁଇପାଦ ଆଗକୁ ଯାଇ ଆତ୍ମହତ୍ୟା ସମାଧାନର ବାଟ ନୁହେଁ ବୋଲି ବାହାଦୁରି ମାରିଛନ୍ତି । ଆମେ ଧନ୍ୟ କହିବା ରାଜ୍ୟ ସରକାରଙ୍କୁ ଓ ତାଙ୍କର ଏଭଳି ଜିଲ୍ଲାପାଳଙ୍କୁ ।

ଚାଷୀ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଗତବର୍ଷ ଏହି ଚାଷୀ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ହୋଇଥିଲା । ରାଜ୍ୟ ସରକାର ହଲଚଲ ହୋଇଥିଲେ । ଏବେ ତାହାର ପୁନରାବୃତ୍ତି ଆରମ୍ଭ ହୋଇଛି । ଗତ ୨୬ ତାରିଖରେ କେନ୍ଦପାଲିର ୫୭ ବର୍ଷୀୟ ଚାଷୀ ହାଡୁ ବଗର୍ତ୍ତୀ ନିଜ ଚାଷ ଜମିରେ ବିଷ ପିଇ ଦେଇଥିଲେ । ପରଦିନ ରାତିରେ ବୁର୍ଲ୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୯ ତାରିଖରେ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇଲା ପରେ ବିଧାନସଭା ହୁଲସ୍ତୁଲ ହୋଇଥିଲା । କ୍ରମାଗତ ଦୁଇଦିନ ଧରି ଅଚଳ ହୋଇଯାଇଥିଲା ବିଧାନସଭା । ୨ ତାରିଖରେ ବାଚସ୍ପତି ନିରଞ୍ଜନ ପୂଜାରୀ ଏ ସମ୍ପର୍କରେ ଗୃହରେ ବିବୃତି ରଖିବାକୁ କୃଷିମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ୪ ତାରିଖରେ ଗୃହରେ ବିବୃତି ରଖିଥିଲେ କୃଷିମନ୍ତ୍ରୀ । ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ସେ ଗୃହକୁ ଜଣାଇଥିଲେ ଯେ ସ୍ତ୍ରୀ ସହ କଳି ଯୋଗୁଁ ହାଡୁ ଆତ୍ମହତ୍ୟା କରିଛନ୍ତି । ଏହା ପଛରେ ଚାଷଜନିତ କାରଣ ନାହିଁ । ମନ୍ତ୍ରୀଙ୍କ ଏଭଳି ବିବୃତି ପରେ ଖୋଦ୍ କେନ୍ଦପାଲି ଗାଁ ଓ ମୃତ ହାଡୁଙ୍କ ପରିବାର ଲୋକେ ଆଚମ୍ବିତ ହୋଇଥିଲେ । ତଦନ୍ତ କିଏ କଲା, କେତେବେଳେ ହେଲା କେହି ବୁଝିପାରିଲେନି । ମୃତ ହାଡୁଙ୍କ ଆତ୍ମହତ୍ୟାର କାରଣ ବୁଝିବାକୁ କୌଣସି ସରକାରୀ ଅଧିକାରୀ ତାଙ୍କ ପାଖକୁ ଆସିନାହାନ୍ତି ବୋଲି ପତ୍ନୀ କଳାବତୀ ଓ ତାଙ୍କ ପରିବାର ଲୋକ କହିଲେ । ଅତଏବ ମନ୍ତ୍ରୀ ବିଧାନସଭାରେ ମିଛ କହିଛନ୍ତି ବୋଲି ଧରାପଡ଼ିଗଲା ।

ହାଡୁ ଆତ୍ମହତ୍ୟାକୁ ନେଇ ବିଧାନସଭା ହୁଲସ୍ତୁଲ ହେଲା । ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ଦୁଇ ଦିନ ସମୟ ଦେଲେ । ହେଲେ ଏତେ ସମୟ ପାଇ ବି ସରକାରୀ ଅଧିକାରୀ ମୃତ ହାଡୁ ଗାଁକୁ ଗଲେ ନାହିଁ । ଭିଏଲଡବ୍ଲୁ, ଆରଆଇ ମନଇଚ୍ଛାରେ ସରକାରଙ୍କୁ ସୁହାଇଲା ଭଳି ତହସିଲଦାରଙ୍କୁ ରିପୋର୍ଟ ଦେଇଦେଲେ । ଆଉ ତହସିଲଦାର ତାକୁ କଲେକ୍ଟରଙ୍କ ପାଖକୁ ପଠାଇଦେଲେ । କଲେକ୍ଟର ମହାଶୟ ଖୁସିରେ ଗଦ ଗଦ ହୋଇ ତାହା ରାଜ୍ୟ ସରକାରଙ୍କ ପାଖକୁ ପଠାଇଦେଲେ । ଏତେବଡ଼ ସମ୍ବେଦନଶୀଳ ପ୍ରସଙ୍ଗରେ କଲେକ୍ଟର ନିଜେ ସେଠାକୁ ତଦନ୍ତ ପାଇଁ ଗଲେନି କି ତସସିଲଦାରଙ୍କୁ ପଠାଇଲେନି । ଆଉ ତଳିଆ କର୍ମଚାରୀ ହାଡୁଙ୍କ ଗାଁ ମୁଣ୍ଡରେ ଚା ପାନ ଖାଇ ରିପୋର୍ଟ ବନେଇ ଦେଲେ । କି ଅଦ୍ଭୂତ ସରକାର? ଜିଲ୍ଲାପାଳଙ୍କର କଲିଜାରେ କେତେ ଦମ୍ଭ? ଖୋଦ୍ ବିଧାନସଭା ଯେଉଁ ରିପୋର୍ଟକୁ ଚାହିଁ ବସିଛି ସେହି ରିପୋର୍ଟକୁ ସରକାରଙ୍କୁ ଖୁସି କଲା ଭଳି ଜାଲିଆତ କରିବାର ଅଦମ୍ୟ ସାହାସ ଧରିଛନ୍ତି ଜିଲ୍ଲାପାଳ? ଏପଟେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯେ ରିପୋର୍ଟ ଅସତ୍ୟ ବୋଲି ଜାଣି ନ ଥିଲେ ତାହା ଭାବିବା ଭୁଲ୍ ହେବ । ସବୁ ସତ ଜାଣି ବି ନିଜର ଗାଦି ରକ୍ଷା ପାଇଁ ପାର୍ ହେବା ଚକ୍କର ତାଙ୍କ ପାଇଁ ବିରାଟ କୀଳା ହୋଇଛି । ଅପବାଦ ସମଗ୍ର ସରକାରଙ୍କୁ ଛନ୍ଦି ଦେଇଛି । ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଦେଇ ମନ୍ତ୍ରୀ ନିଜର ଦାୟିତ୍ୱବୋଧତା ଛିଣ୍ଡାଇ ଦେଲେ ଚଳିବ ନାହିଁ । ଚାଷୀଙ୍କ ପ୍ରତି ଯଦି ଏତେ ସମ୍ବେଦନଶୀଳ ପ୍ରଥମରୁ ନିଜେ ଜିଲ୍ଲାପାଳଙ୍କୁ ପଠାଇ ତଦନ୍ତ କଲେ ନାହିଁ କାହିଁକି? ଏବେ ନେଡ଼ି ଗୁଣ କହୁଣିକୁ ବୋହିଗଲା ପରେ ସେ ସବୁ କରି ଲାଭ କ’ଣ? ମହାରଥୀ ନୈତିକତାର ଦାୟିତ୍ୱ ନେବେନି କାହିଁକି? ନିଜକୁ ଚଷା ପୁଅ କହି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ବନ୍ଦ କରନ୍ତୁ । ନିଜ ବିଭାଗ ଓ ପ୍ରଶାସନ ଉପରେ କାଟତି ପାଉ ନ ଥିଲେ ଇସ୍ତଫା ଦେଇ ଦିଅନ୍ତୁ ।

Previous Post

ମୁଁ ପୂରା ସୁସ୍ଥ ଅଛି : ନବୀନ

Next Post

ଫୁଟାଣି ଆଉ କେତେ ଦିନ ?

Next Post
ଫୁଟାଣି ଆଉ କେତେ ଦିନ ?

ଫୁଟାଣି ଆଉ କେତେ ଦିନ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA