Wednesday, April 29, 2026 01:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହିଳା ଆଇଏଏସ୍ ଙ୍କ ବଙ୍ଗଳା ସଉକ !

by Our Correspondent
27 Jun, 2019- 07:37 PM
in Latest News, News
1 min read
0
ମହିଳା ଆଇଏଏସ୍ ଙ୍କ ବଙ୍ଗଳା ସଉକ !
ରାଉରକେଲା: ସରକାରୀ ଅର୍ଥରେ ବଡ଼ବଡ଼ିଆ ମନ୍ତ୍ରୀ, ଅଫିସରଙ୍କ ବିଳାସ ବ୍ୟସନର ଅନେକ କାହାଣୀ ଆଗରୁ ଶୁଣିଥିଲୁ । ମାତ୍ର ସମସ୍ତଙ୍କୁ ଚକିତ କଲା ଭଳି ଜଣେ ମହିଳା ଆଇଏଏସ୍ ଙ୍କ ବିଳାସ କାହାଣୀ ସାମନାକୁ ଆସିଛି । ବର୍ତ୍ତମାନର ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା ବର୍ଷେ ତଳେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷା ଥିଲା ବେଳେ ତାଙ୍କ ସରକାରୀ କ୍ୱାର୍ଟର(ବଙ୍ଗଳା) ଆଧୁନିକୀକରଣରେ ଖର୍ଚ୍ଚ କରିଥିଲେ ପ୍ରାୟ ୭୦ ଲକ୍ଷ ଟଙ୍କା । ସେଥିରୁ କେବଳ ପାଚେରୀ ବାବଦ ଖର୍ଚ୍ଚ ରହିଛି ୮ ଲକ୍ଷ ଏବଂ ମଶା ଜାଲି ପାଇଁ ୪ ଲକ୍ଷ ଟଙ୍କା । ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା । ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ହସ୍ତଗତ ହୋଇଛି ।

ରାଉରକେଲାର ଉଦିତନଗରସ୍ଥିତ ସରକାରୀ କ୍ୱାର୍ଟର ନଂ ୪ଆର/୧ । ଏଠାରେ ରହୁଥିଲେ ରଶ୍ମିତା ପଣ୍ଡା । ଏକକାଳୀନ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ, ରାଉରକେଲା ମ୍ୟୁନିସପାଲ୍ କର୍ପୋରେସନ୍ ର କମିଶନର ତଥା ରାଉରକେଲା ସ୍ମାର୍ଟ ସିଟି ଅଥରିଟିର ସିଇଓ ଦାୟିତ୍ୱରେ ଥିଲେ । ଗତବର୍ଷ(୨୦୧୮) ଏପ୍ରିଲ୍ ରୁ ଅଗଷ୍ଟ ମାସ ମଧ୍ୟରେ ସେ ତାଙ୍କ କ୍ୱାର୍ଟରର ନବୀକରଣ କରାଇଥିଲେ । ସରକାରୀ ନିୟମ ଅନୁଯାୟୀ ୫ ଲକ୍ଷ ଟଙ୍କାରୁ ଅଧିକ କାମ ପାଇଁ ଖୋଲା ଟେଣ୍ଡର ହେବା କଥା । ମାତ୍ର ଶ୍ରୀମତୀ ପଣ୍ଡାଙ୍କ କ୍ୱାର୍ଟର ମରାମତିରେ ସମୁଦାୟ ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଟେଣ୍ଡର ହୋଇ ନ ଥିଲା । ଟେଣ୍ଡର ଏଡ଼ାଇବା ପାଇଁ ୫ ଲକ୍ଷ ହିସାବରେ କାମକୁ ବାଣ୍ଟି ଦିଆଯାଇଥିଲା ।
ଉକ୍ତ କ୍ୱାର୍ଟର ନବୀକରଣରେ ସରକାରୀ ଅର୍ଥର ବ୍ୟାପକ ଅପବ୍ୟବହାର ଓ ଅର୍ଥ ତୋଷରପାତ ଅଭିଯୋଗ ହେବା ପରେ ରାଉରକେଲାର ସୂଚନା ଅଧିକାର କର୍ମୀ ରଶ୍ମିରଞ୍ଜନ ପାଢ଼ୀ ଆରଟିଆଇ ବଳରେ ଏହି କ୍ୱାର୍ଟର ନବୀକରଣ ବାବଦ ଖର୍ଚ୍ଚର ହିସାବ ମାଗିଥିଲେ । ଯାହା ଏବେ ହସ୍ତଗତ ହୋଇଛି ।
ଆଇଏଏସ୍ ମହୋଦୟାଙ୍କ ସରକାରୀ କ୍ୱାର୍ଟର ମରାମତିରେ କେଉଁଥିପାଇଁ କେତେ ଖର୍ଚ୍ଚ ହୋଇଛି ତାହା ଏଠି ଉଲ୍ଲେଖ କରାଗଲା ।
୧. ଅତିରିକ୍ତ ଡାଇନିଂ ରୁମ୍- ୪ ଲକ୍ଷ ୫ ହଜାର
୨.ପାଚେରୀ ନବୀକରଣ(ମରାମତି ଓ ଉଚ୍ଚତା ବୃଦ୍ଧି)- ୪ ଲକ୍ଷ ୪୨ ହଜାର
୩. ପାଚେରୀ ନିର୍ମାଣ- ୩ ଲକ୍ଷ ୯୪ ହଜାର
୪. ଗାର୍ଡରୁମ୍ ଓ ଟଏଲେଟ୍ ନିର୍ମାଣ- ୪ ଲକ୍ଷ
୫. କ୍ୱାର୍ଟର ମରାମତି/ନବୀକରଣ- ୩ ଲକ୍ଷ ୮୦ ହଜାର
୬. କୋର୍ଟୟାର୍ଡ ଏବଂ ବେଡରୁମ୍ ପାଇଁ ଅତିରିକ୍ତ ଟଏଲେଟ୍-  ୩ ଲକ୍ଷ ୮୫ ହଜାର
୭. ଅତିରିକ୍ତ ବେଡରୁମ୍ ନିର୍ମାଣ- ୪ ଲକ୍ଷ ୩୪ ହଜାର
୮. ଆବାସିକ ଘର ଏବଂ ବୋରୱେଲ୍ ନିର୍ମାଣ- ୪ ଲକ୍ଷ ୨୩ ହଜାର
୯. ଡ୍ରେନ୍ ଏବଂ ପୋର୍ଟିକୋ ନିର୍ମାଣ- ୪ ଲକ୍ଷ ୪୪ ହଜାର
୧୦. ବାହ୍ୟ ବିଦ୍ୟୁତିକରଣ- ୪ ଲକ୍ଷ ୯୭ ହଜାର
୧୧. ଭିତର ବିଦ୍ୟୁତିକରଣ- ୪ ଲକ୍ଷ ୯୧ ହଜାର
୧୨. ଫାବ୍ରିକେସନ୍ କାମ – ୪ ଲକ୍ଷ ୪୦ ହଜାର
୧୩. ଟଏଲେଟ୍ ମରାମତି ଏବଂ ପାଣି ଯୋଗାଣ- ୪ ଲକ୍ଷ ୩୯ ହଜାର
୧୪. ମଶା ଜାଲି- ୪ ଲକ୍ଷ ୪ ହଜାର
୧୫. ସ୍ଲାଇଡିଂ ଉଇଣ୍ଡୋ ଏବଂ ଇଟାଲି ଟାଇଲସ୍- ୪ ଲକ୍ଷ ୨୭ ହଜାର
୧୬. ପେଣ୍ଟ/ ପଛପଟ ଗାର୍ଡରୁମ୍- ୪ ଲକ୍ଷ ୪୫ ହଜାର
ଆରଟିଆଇ ତଥ୍ୟ ପଦାକୁ ଆସିଲା ପରେ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀମତୀ ପଣ୍ଡାଙ୍କ ପ୍ରତିକ୍ରିୟା ଆଣିବାକୁ ଚେଷ୍ଟା କରିଥିଲେ । ମାତ୍ର କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ପ୍ରତିକ୍ରିୟା ଦେଇନାହାନ୍ତି ।
Previous Post

ହୃଦୟ ଛୁଇଁଲେ ଆଇପିଏସ୍ ସାରା ଶର୍ମା

Next Post

ମନ୍ତ୍ରୀଠାରୁ ମୋ କାଟତି ବେଶୀ

Next Post
ମନ୍ତ୍ରୀଠାରୁ ମୋ କାଟତି ବେଶୀ

ମନ୍ତ୍ରୀଠାରୁ ମୋ କାଟତି ବେଶୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA