Wednesday, April 29, 2026 03:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହୃଦୟ ଛୁଇଁଲେ ଆଇପିଏସ୍ ସାରା ଶର୍ମା

by Our Correspondent
26 Jun, 2019- 10:44 PM
in Latest News, News, Story Of The Week
1 min read
0
ହୃଦୟ ଛୁଇଁଲେ ଆଇପିଏସ୍ ସାରା ଶର୍ମା
ଭୁବନେଶ୍ୱର: ହାକିମ ହୋଇ ଖାଲି ନିର୍ଦ୍ଦେଶ ଦେଇଦେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇଯାଏନି । ନିଚ୍ଛକ ସାମାଜିକ ସମସ୍ୟାଗୁଡ଼ିକ ନିଜ ଅନୁଭବକୁ ଆଣି ତାହାର ପ୍ରତିରୋଧ ଏବଂ ସମାଧାନର ରାସ୍ତାରେ ପ୍ରତ୍ୟକ୍ଷ ଭାବରେ ସାମିଲ ହେବା କ୍ୱଚିତ୍ ସରକାରୀ ବାବୁଙ୍କ ଠାରେ ଦେଖିବାକୁ ମିଳିଥାଏ । ଆମ ରାଜ୍ୟର ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କ ଏଭଳି ମହନୀୟ କାର୍ଯ୍ୟ ଆଜି ସମସ୍ତଙ୍କ ପାଇଁ ଗର୍ବର ବିଷୟ ପାଲଟିଛି । ନାବାଳିକା ଏବଂ ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆରମ୍ଭ କରିଛନ୍ତି ଅଭିଯାନ । ଅଭିଯାନର ନେତୃତ୍ୱ ଖାଲି ନେଇନାହାନ୍ତି, ତାହାକୁ ଅଧିକ ପ୍ରଭାବୀ କରିବା ପାଇଁ ନିଜ ମୁହଁରେ ଲୋକଙ୍କୁ ଗୀତ ଶୁଣାଇଛନ୍ତି ।
ଗଜପତି ଜିଲ୍ଲାର ଏସପି ସାରା ଶର୍ମାଙ୍କ ଏହି କାର୍ଯ୍ୟ ଆଜି କେବଳ ଗଜପତି ନୁହେଁ ସମଗ୍ର ରାଜ୍ୟବାସୀଙ୍କ ହୃଦୟ ଛୁଇଁଯାଇଛି । କିଶୋରୀ, ଯୁବତୀ ଓ ମହିଳାଙ୍କ ଉପରେ ବଢ଼ି ଚାଲିଥିବା ଅପରାଧିକ କାର୍ଯ୍ୟରେ ରୋକ୍ ଲଗାଇ ସେମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରିବା ପାଇଁ ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ଆସନ୍ତା ୨୮ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଏକ ପାଇଲଟ୍ ପ୍ରୋଜେକ୍ଟ । ଯାହାର ନାଁ ରହିଛି ସି ଟିମ୍ । ବିପଦରେ ପଡ଼ିଥିବା ନାବାଳିକା ଓ ମହିଳାମାନଙ୍କୁ ରକ୍ଷା କରିବା ହେବ ଏହି ଟିମ୍ ର କାର୍ଯ୍ୟ ।
ଗତ ସୋମବାର ଦିନ ଏହାର ଲୋଗୋ ଉଦଘାଟନ ହୋଇଥିବା ବେଳେ ଆଜି ଏହାର ଥିମ୍ କୁ ନେଇ ଏକ ଭିଡ଼ିଓ ଆଲବମ୍ ଲୋକାର୍ପଣ ହୋଇଛି । ‘ ନାରୀର ସୁରକ୍ଷା ପାଇଁ କରିଛି ପଣ, ଦେଶ ପାଇଁ ନିଜକୁ କରିଛି ପଣ’ ଶୀର୍ଷକର ଗୀତଟିକୁ ନିଜେ ଏସପି ସାରା ଶର୍ମା ଗାଇଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତିି ଗୁରୁ ରଘୁନାଥ ପାତ୍ର । ଭିଡ଼ିଓ ଆଲବମ୍ ଟି ଆଜି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ସମସ୍ତଙ୍କ ପ୍ରଶଂସା ସାଉଁଟିଛି । ଜଣେ ପୋଖତ ଗାୟିକା ଭଳି ଅତି ସୁନ୍ଦର କଣ୍ଠଶ୍ୱର ଦେଇଛନ୍ତି ସାରା । ଗୀତରେ ରହିଥିବା ଇମୋସନ୍ ଓ ଅପିଲ୍ ଏହାର ପ୍ରକୃତ ଉଦ୍ଦେଶ୍ୟର ଯଥାର୍ଥତା ପ୍ରତିପାଦିତ କରିଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଆଲବମ୍ ଟି ଯଥେଷ୍ଟ ବୋଲି କୁହାଯାଉଛି ।
ଶ୍ରୀମତୀ ଶର୍ମା କହିଛନ୍ତି, ଗଜପତି ଜିଲ୍ଲାରେ କାର୍ଯ୍ୟ କରିବା ବେଳେ ବହୁ ମହିଳାଙ୍କ ସହ ମିଶି ସେମାନଙ୍କ ଅସୁବିଧା ସମ୍ପର୍କରେ ଜାଣିବାକୁ ପାଇଲି । ରାତିରେ ମହିଳାମାନେ ଏକୁଟିଆ ଯିବାକୁ ଭୟ କରିବେ କାହିଁକି? ଏହି ପ୍ରଶ୍ନ ମୋ ମନକୁ ଦୋହଲାଇ ଦେଲା । ତାପରେ ନାରୀ ସୁରକ୍ଷା ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମନରେ ଚିନ୍ତା ଆସିଲା । ପ୍ରଥମେ ଲୋକଙ୍କୁ ସଚେତନତା କରାଇବା ଉଦେ୍ଦଶ୍ୟରେ ଏହି ଗୀତର ପରିକଳ୍ପନା କରାଯାଇଛି ।
ସୂଚନାଯୋଗ୍ୟ, ୨୦୧୦ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀଙ୍କ ଦକ୍ଷତା ଓ ସୃଜନଶୀତଳତା ବେଶ୍ ପ୍ରଶଂସନୀୟ । ଜଣେ ଦକ୍ଷ ପୁଲିସ ଅଫିସର ଭାବେ ତାଙ୍କର ଯଥେଷ୍ଟ ସୁନାମ ଥିବା ବେଳେ ସାମାଜିକ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ସମାଜରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ରୋକିବା ଦିଗରେ ତାଙ୍କର ଏକ କ୍ଷୁଦ୍ର ଗଳ୍ପ “ବର୍ନ ଟୁ ଫ୍ଲାଏ” ଦୁଇବର୍ଷ ତଳେ ପୁରସ୍କାର ଲାଭ କରିଥିଲା ।
Previous Post

ଅଫିସରଙ୍କୁ ବ୍ୟାଟ୍ ରେ ପିଟିଲେ ବିଜେପି ବିଧାୟକ

Next Post

ମହିଳା ଆଇଏଏସ୍ ଙ୍କ ବଙ୍ଗଳା ସଉକ !

Next Post
ମହିଳା ଆଇଏଏସ୍ ଙ୍କ ବଙ୍ଗଳା ସଉକ !

ମହିଳା ଆଇଏଏସ୍ ଙ୍କ ବଙ୍ଗଳା ସଉକ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA