Wednesday, April 29, 2026 07:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଛ କାଗଜର ପ୍ରେସମିଟ୍ ଲାଇଭ୍

by Our Correspondent
18 Mar, 2019- 11:55 PM
in Latest News, News, Politics
1 min read
0
ମିଛ କାଗଜର ପ୍ରେସମିଟ୍ ଲାଇଭ୍
ଭୁବନେଶ୍ୱର: ‘ହିଂଜିଳିରେ ଭିତ୍ତିଭୂମିର ବିକାଶ ହୋଇନଥିବାରୁ ଲୋକେ ବିମୁଖ ଅଛନ୍ତି । କାଳିଆରେ ମନଇଚ୍ଛା କାରବାର ନେଇ ଚାଷୀମାନେ ଅସନ୍ତୁଷ୍ଟ ଅଛନ୍ତି । ବାତ୍ୟା ପରବର୍ତ୍ତୀ ସହାୟତା କେବଳ ବିଜେଡ଼ି କର୍ମୀଙ୍କୁ ମିଳିଛି । ତେଣୁ ହିଂଜିଳିରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବା ସେଫ୍ ନୁହେଁ । ରାଉରକେଲା, ବିଜେପୁର, ବଲାଙ୍ଗୀର, ଟିଟିଲାଗଡ଼ ଭିତରୁ କୋଉଥିରେ ଗୋଟେ ମୁଖ୍ୟମନ୍ତ୍ରୀ ଲଢ଼ିବା ଠିକ୍ ହେବ ।’
ରାଜ୍ୟ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜିଙ୍କ ଦସ୍ତଖତରେ ଏମିତି ଲେଖାହୋଇଥିବା ଏକ ଚିଠି ଧରି ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଆଜି(ସୋମବାର) ଏକ ପ୍ରେସମିଟ୍ କରିଥିଲେ । ପ୍ରେସମିଟ୍ ଠିକ୍ ସଂଧ୍ୟା ୭ଟା ସମୟକୁ ଧାର୍ଯ୍ୟ କରାଯାଇଥିଲା । ସେଇ ସମୟଟି ହେଉଛି ଟିଭି ଚାନେଲମାନଙ୍କର ପ୍ରାଇମ୍ ବୁଲେଟିନ୍ ଟାଇମ୍ । ରାଜ୍ୟର ପ୍ରମୁଖ ଚାନେଲ ଓଟିଭି ବୁଲେଟିନ୍ ଆରମ୍ଭରୁ ହେଡଲାଇନ୍ ଛୁଇଁଦେଇ ସିଧା ପଳାଇଲା ବିଜେପି ଅଫିସ । ସେଠାରୁ ଲାଇଭ୍ କଲା ଟଙ୍କଧର ତ୍ରିପାଠୀଙ୍କ ପ୍ରେସମିଟ୍ । ଖାଲି ସେତିକି ନୁହେଁ, ଆଗରୁ ବ୍ରେକିଂ ଲାଇନ୍ ଲେଖା ସରିଥିଲା । ଟିଭିରେ ଲାଇଭ୍ ଆରମ୍ଭ ହେଲାମାତ୍ରେ ୭/୮ ଲାଇନ୍ ର ବ୍ରେକିଂ ବି ପଡ଼ିଗଲା ।
ଓଟିଭି ଭଳି ବଡ଼ ଚାନେଲ୍ ର ୭ଟା ‘ପ୍ରତିଦିନ’ ଖବର ଆରମ୍ଭରେ ଟଙ୍କଧର ତ୍ରିପାଠୀଙ୍କ ପ୍ରେସମିଟ୍ ର ଲାଇଭ୍ ବେଶ କୌତୁହଳୀ ଥିଲା । କାରଣ ବିଜେପି ପ୍ରେସମିଟ୍ ରେ ତାଙ୍କର ମୁଖପାତ୍ର ବସି ନ ଥିଲେ । ବିନା ମୁଖପାତ୍ର କି ଦଳର ଅନ୍ୟ କୌଣସି ବଡ଼ନେତାଙ୍କୁ ନ ଛାଡ଼ି ବିଜେପି ଟଙ୍କ ତ୍ରିପାଠୀଙ୍କୁ ବସାଇଥିଲା ପ୍ରେସମିଟ୍ ରେ । ଆଉ ଓଟିଭି ତାହା ଲାଇଭ୍ କରିବାକୁ ବ୍ୟାକୁଳ ହୋଇପଡ଼ିଥିଲା ।ସେ ଯାହା ହେଉ, ଟଙ୍କଧର ବାବୁ ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ଡିଜିଙ୍କ ଦସ୍ତଖତ ଥିବା ଯେଉଁ କାଗଜଟି ଦେଖାଉଥିଲେ ତାହାର ବିଷୟବସ୍ତୁ ସ୍ପର୍ଶକାତର ଥିଲା । ଟଙ୍କଧର ବାବୁ କାଗଜଟି ସୋସିଆଲ୍ ମିଡ଼ିଆରୁ ପାଇଥିବା କହୁଥିଲେ । ତାଙ୍କର କହିବା କଥା, ଆଜି ସକାଳୁ ସୋସିଆଲ୍ ମିଡ଼ିଆରେ କାଗଜଟି ବୁଲୁଛି । ସେ ଜାଣିନାହାନ୍ତି ଚିଠିଟି ସତ ଚିଠି ନା ମିଛ ଚିଠି । କିନ୍ତୁ ତାଙ୍କ ପ୍ରେସମିଟ୍ ଓ ପୂର୍ବପ୍ରସ୍ତୁତ ଟିଭି ପ୍ରଚାରରୁ ଲାଗୁଥିଲା ସତେ ଯେମିତି ଚିଠିଟି ନିରାଟ ସତ ।

ଖବରଟି ପ୍ରଚାରିତ ହେଲା ପରେ ପୁଲିସ ଡିଜି ଏକ ଟୁଇଟ୍ କରିଥିଲେ । ପ୍ରେସମିଟ୍ ରେ ଯାହା ଦେଖାଯାଉଛି ତାହା ଜାଲ୍ ଏବଂ ମନଗଢ଼ା ବୋଲି ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସେଥିରେ ସ୍ପଷ୍ଟୀକରଣ ଦେଇଥିଲେ । ଏହି ଘଟଣାରେ ଏକ ଏତଲା ରୁଜୁ କରାଯାଇଥିବା ବି ଡିଜି ଜଣାଇଥିଲେ । ଏହାର ଆଉ କିଛି ସମୟ ପରେ ଓଡ଼ିଶା ପୁଲିସ ପକ୍ଷରୁ ଏକ ଟୁଇଟ୍ ଆସିଥିଲା । ଜାଲ୍ ଚିଠି ଦେଖାଇ ଓଡ଼ିଶା ପୁଲିସକୁ ବଦନାମ କରିବା ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଜରୁର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏବଂ ଏହି ଜାଲ୍ କାଗଜକୁ ପ୍ରସାର ନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏହି ଘଟଣା ଉପରେ ପୁଲିସ ବିଭାଗ ପକ୍ଷରୁ ରାତିରେ ଏକ ପ୍ରେସ୍ ବିଜ୍ଞପ୍ତି ବି ଜାରି କରାଯାଇଛି ।

ସ୍ପେଶାଲ୍ ବ୍ରାଞ୍ଚ ଏସପିଙ୍କ ଏତଲା, ମାମଲା ରୁଜୁ

ରାଜ୍ୟ ଗୁଇନ୍ଦା ବିଭାଗ ନାଁରେ ଜାଲ ଓ ମନଗଢ଼ା ଚିଠି ପ୍ରସାରକୁ ନେଇ ଖାରବେଳନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ସ୍ପେଶାଲ୍ ବ୍ରାଞ୍ଚ ଏସପି କାର୍ତ୍ତିକେଶ୍ୱର ସାମଲଙ୍କ ରିପୋର୍ଟ ଆଧାରରେ ଥାନାରେ (କେସ୍ ନଂ ୮୫) ଆଇପିସିର ୪୬୫, ୪୬୮,୪୬୯, ୪୭୧ ଧାରାରେ ରୁଜୁ ହୋଇଛି ମାମଲା । ଏତଲାରେ ଦର୍ଶାଯାଇଛି ଯେ, ଗୁଇନ୍ଦା ନିଦେ୍ର୍ଦଶାଳୟରେ ‘ଏସଆଇବି ପଲିଟିକାଲ ଡେକ୍ସ’ ନାଁରେ କୌଣସି ବିଭାଗ ନାହିଁ । ଗୁଇନ୍ଦା ନିର୍ଦ୍ଦେଶାଳୟ ଅଫିସରୁ ସେଭଳି କୌଣସି ଚିଠି ଇସ୍ୟୁ କରାଯାଇନାହିଁ । ଜାଲିଆତି କରି ଚିଠିଟି ପ୍ରସ୍ତୁତ କରାଯାଇଛି ।

ବିଜେଡ଼ିର ପ୍ରତିକ୍ରିୟା

ବିଜେଡ଼ି ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରି୍ରୟା ପ୍ରକାଶ କରିଛି । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି, ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଭୟଭୀତ ହୋଇପଡ଼ିଛି ଏବଂ ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ମିଛ ଦସ୍ତାବିଜ୍ ପରିବେଷଣ କରୁଛି । ଅତୀତରେ କର୍ଣ୍ଣାଟକରେ ମଧ୍ୟ ବିଜେପି ଏଭଳି ମିଛ ଦସ୍ତାବିଜ୍ ପ୍ରଚାର ଜରିଆରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିଥିଲା । ୫ ଥର ଜିତିଥିବା ସିଦ୍ଧରମୈୟାଙ୍କୁ ତାଙ୍କ ପ୍ରିୟ ନିର୍ବାଚନମଣ୍ଡଳୀ ଚାମୁଣ୍ଡେଶ୍ୱରୀରୁ ନିର୍ବାଚନ ନ ଲଢ଼ିବାକୁ ଏକ ଜାଲ୍ ଗୁଇନ୍ଦା ରିପୋର୍ଟ ପ୍ରସ୍ତୁତ କରି ପ୍ରସାର କରିଥିଲା । ଯାହା ତଦନ୍ତ ପରେ ଧରାପଡ଼ିଥିଲା । ଆଜି ନବୀନ ପଟ୍ଟନାୟକଙ୍କ ନାଁରେ ପ୍ରସ୍ତୁତ ଜାଲ୍ ଚିଠିଟି ତାହାର ଅବିକଳ । ବିଜେପିର ଏଭଳି ଅଭ୍ୟାସଗତ ହୀନ ଚାଲ୍ କୁ ଓଡ଼ିଶାବାସୀ ବୁଝିସାରିଲେଣି ଏବଂ ଆଗାମୀ ନିର୍ବାଚନରେ ଜବାବ ଦେବେ ବୋଲି ଡ. ପାତ୍ର କହିଛନ୍ତି । ଏହି ଘଟଣା ଉପରେ କଂଗ୍ରେସର ଆଭିମୁଖ୍ୟକୁ ସେ ସମାଲୋଚନା କରିଛନ୍ତି ।
ଏହା ପୂର୍ବରୁ କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏକ ପ୍ରେସମିଟ୍ କରି ଡିଜି ଅତ୍ୟଧିକ ପ୍ରତିକ୍ରିୟାଶୀଳ କାହିଁକି ବୋଲି ପ୍ରଶ୍ନ କରିଥିଲେ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମୁଖ୍ୟଙ୍କ ପ୍ରତି ତାଙ୍କର ଦରଦ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି ବୋଲି କହିଥିଲେ ।
Previous Post

ବିଜେଡ଼ିକୁ ଫେରିଲେ ପ୍ରଫୁଲ୍ଲ ଘଡ଼ାଇ

Next Post

୬ ଲୋକସଭା, ୩୬ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

Next Post
୬ ଲୋକସଭା, ୩୬ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

୬ ଲୋକସଭା, ୩୬ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA