Thursday, May 7, 2026 08:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

by Our Correspondent
04 Jun, 2019- 07:21 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା
ଭୁବନେଶ୍ୱର: ଏକଦା ନିଜର ସୁପ୍ରିମ୍ ବସ୍ ଙ୍କୁ ଆଜି ଭିନ୍ନ ରୂପରେ ଭେଟିଛନ୍ତି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ । ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବା ଏବଂ ବିଜେପି ଟିକେଟରେ ଭୁବନେଶ୍ୱର ଆସନରୁ ସାଂସଦ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଗତକାଲି ଶ୍ରୀମତୀ ଷଡ଼ଙ୍ଗୀ ସମୟ ମାଗିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ତାହାକୁ ଗ୍ରହଣ କରି ଆଜି ଅପରାହ୍ନ ୫.୩୦କୁ ସାକ୍ଷାତ ସମୟ ଧାର୍ଯ୍ୟ କରିଥିଲେ । ନିର୍ଦ୍ଧାରିତ ସମୟରେ ଶ୍ରୀମତୀ ଷଡ଼ଙ୍ଗୀ ଯାଇ ଭେଟିଥିଲେ ମୁଖ୍ୟମନ୍ତ୍ରୀଙ୍କୁ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କୁ ମାତ୍ର ୪ ମିନିଟ୍ ସମୟ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଂକ୍ଷିପ୍ତ ସାକ୍ଷାତକୁ ସୌଜନ୍ୟମୂଳକ କହିଛନ୍ତି ଅପରାଜିତା । ତୃତୀୟ ମହଲାରୁ ଫେରିବା ବେଳେ ଶ୍ରୀମତୀ ଷଡ଼ଙ୍ଗୀ ସାମ୍ବାଦିକ ପ୍ରଶ୍ନର ଜବାବରେ କହିଥିଲେ, ନିର୍ବାଚନ ଜିତିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ ଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ । ଉଭୟଙ୍କ ମଧ୍ୟରେ ସୁନ୍ଦର ଓ ସକରାତ୍ମକ ଆଲୋଚନା ହେଲା । ସାମ୍ବାଦିକମାନଙ୍କ ମୁହଁରେ ରାଜନୈତିକ ଛୁଙ୍କର ପ୍ରଶ୍ନକୁ ଏଡ଼ାଇ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ବିକାଶର କୌଣସି ଦଳ ନ ଥାଏ । ପରଷ୍ପର ମିଶି କାମ କରିବାକୁ ହୁଏ ।
ଆଇଏଏସ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିବା ଅପରାଜିତା ଏଥର ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟରେ ଜିତିଛନ୍ତି । ନବୀନ ପଟ୍ଟନାୟକଙ୍କ ଅଧୀନରେ ପାଖାପାଖି ଦେଢ଼ ଦଶନ୍ଧୀ ଧରି କାର୍ଯ୍ୟ କରିଥିବା ଏହି ବ୍ୟୁରୋକ୍ରାଟ୍ ଚାକିରି ଛାଡ଼ି ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟମାନଙ୍କ ଭଳି କଟୁ ସମାଲୋଚନା କରି ନ ଥିଲେ ମଧ୍ୟ ତାଙ୍କର କାର୍ଯ୍ୟଧାରା ଓ ବିଜେଡ଼ି ଶାସନକୁ ନାପସନ୍ଦ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଆଦର୍ଶ ମାନି ଓଡ଼ିଶାରୁ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କୁ ହଟାଇବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ।
ତେବେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ତୃତୀୟ ମହଲା ଆସିଥିଲେ ଅପରାଜିତା । ଜଣେ ନେତ୍ରୀ ଏବଂ ବିରୋଧୀ ପ୍ରତିପକ୍ଷର ସାଂସଦ ଭାବେ ଏହି ପୂର୍ବତନ ବ୍ୟୁରୋକ୍ରାଟ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର ୭୨.୩୩%

Next Post

ମନ୍ତ୍ରୀଙ୍କୁ ନିସ୍ତାର ନାହିଁ: ପ୍ରତିମାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ

Next Post
ମନ୍ତ୍ରୀଙ୍କୁ ନିସ୍ତାର ନାହିଁ: ପ୍ରତିମାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ

ମନ୍ତ୍ରୀଙ୍କୁ ନିସ୍ତାର ନାହିଁ: ପ୍ରତିମାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA