Thursday, April 30, 2026 04:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍: ସରକାରୀ ଦପ୍ତରରୁ ଲୋକେ ଯେମିତି ନିରାଶ ମନରେ ନ ଫେରନ୍ତି

by Our Correspondent
02 Mar, 2020- 11:06 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍: ସରକାରୀ ଦପ୍ତରରୁ ଲୋକେ ଯେମିତି ନିରାଶ ମନରେ ନ ଫେରନ୍ତି

‘ମୋ ସରକାର’ ରେ ଆଉ ୫ଟି ବିଭାଗ, ସମୁଦାୟ ୨୨ଟି ବିଭାଗ ଆସିଲା

ଭୁୁବନେଶ୍ୱର: ସାଧାରଣ ମଣିଷଟି ସରକାରୀ ଦପ୍ତରକୁ ଯେ କୌଣସି କାମରେ ଆସିଥାଆନ୍ତୁ ନା କାହିଁକି ନିରାଶ ମନରେ ଫେରି ନ ଆସନ୍ତୁ । ଯେଉଁ କାମ ନେଇ ଆସିଥିଲେ ତାଙ୍କୁ ଉପଯୁକ୍ତ ଧ୍ୟାନ ଓ ସମ୍ମାନ ମିଳିଲା ବୋଲି ତାଙ୍କର ଅନୁଭବ ହେଉ । ତାଙ୍କ ମନରେ ବିଶ୍ୱାସ ହେଉ କି ସମୁଦାୟ ସରକାରୀ କଳ ଜନସାଧାରଣଙ୍କ କଲ୍ୟାଣ ପାଇଁ ହିଁ କାର୍ଯ୍ୟ କରୁଛି ।
ଜନସାଧାରଣଙ୍କ ପ୍ରତି ସରକାରୀ ଅଧିକାରୀମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରାଞ୍ଜଳ ବାର୍ତ୍ତା ଦେଇଛନ୍ତି ।
ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ଜୀବନ ବଳ ହେଉଛନ୍ତି ଜନସାଧାରଣ । ଜନସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବାର ଦାୟିତ୍ୱବୋଧ ହେଉଛି ସରକାରଙ୍କର । ସୁତରାଂ ଜନସାଧାରଣଙ୍କ ସେବାରେ ନିୟୋଜିତ ସରକାରୀ ଅଧିକାରୀମାନେ ଏହାକୁ ଧ୍ୟାନରେ ରଖି ଲୋକଙ୍କ ଇଚ୍ଛା ଓ ମର୍ଯ୍ୟାଦାର ଟେକ ରଖିବା ଉଚିତ । ଲୋକଙ୍କ ସେବା କେବଳ ଏକ ସ୍ଲୋଗାନ୍ ନୁହେଁ । ବରଂ ସରକାରୀ ଚାକିରିଆ ମାନଙ୍କ ପାଇଁ ଏହା ନିହାତି ଭାବେ ‘ସଂସ୍କୃତି’ ହେଉ ।
ମୁଖ୍ୟମନ୍ତ୍ରୀ କହିଛନ୍ତି- “ମୋର ବିଶ୍ୱାସ ଏହି ବାର୍ତ୍ତାକୁ ସମସ୍ତେ ଠିକ୍ ଭାବେ ବୁଝିପାରିଥିବେ । ମୋ ରାଜ୍ୟର ପ୍ରତ୍ୟେକ ନାଗରିକ ନିଜ ହୃଦୟରୁ ଯେଭଳି କଥା କହିପାରିବେ ସେହି ଦାୟିତ୍ୱ ହେଉଛି ସରକାରୀ ବାବୁମାନଙ୍କର । ତାହା ହିଁ ବାସ୍ତବରେ ‘ମୋ ସରକାର’ ।”
‘ମୋ ସରକାର’ ରେ ଆଉ ୫ଟି ବିଭାଗର ସାମିଲ ପର୍ବରେ ମୁଖ୍ୟମନ୍ତ୍ରୀ ଆଜି ପରାମର୍ଶ ଛଳରେ ଏଭଳି ତାଗିଦ୍ କରିଛନ୍ତି । ‘ମୋ ସରକାର’ ପରିଧିକୁ ଆଜି ଆସିଛି ଜଳସମ୍ପଦ, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ, ସାମାଜିକ ସୁରକ୍ଷା ଏବଂ ବୟନ ଓ ହସ୍ତଶିଳ୍ପ ବିଭାଗ । ଏହାକୁ ମିଶାଇ ୨୨ଟି ବିଭାଗ ‘ମୋ ସରକାର’ ରେ ସାମିଲ ହେଲାଣି । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ୫ଟି ବିଭାଗକୁ ‘ମୋ ସରକାର’ ରେ ସାମିଲ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଅଶୋକ ପଣ୍ଡା, ଅରୁଣ ସାହୁ, ରଣେନ୍ଦ୍ର ପ୍ରସାଦ ସ୍ୱାଇଁ, ଶ୍ରୀମତୀ ପଦ୍ମିନୀ ଦିଆନ୍ ଭାଷଣ ଦେଇଥିଲେ । ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଭିଡ଼ିଓ କନଫରେନ୍ସିଂ ଯୋଗେ କେନ୍ଦୁଝର, ଜଗତସିଂହପୁର, ବୌଦ୍ଧ, ବଲାଙ୍ଗୀର ଏବଂ ନବରଙ୍ଗପୁର ଜିଲ୍ଲାର ୫-ଟି ଅଧିକାରୀମାନଙ୍କ ସହ ଆଲୋଚନା କରି ବିଭାଗର କାର୍ଯ୍ୟାନ୍ୱୟ ସମ୍ପର୍କରେ ପଚାରି ବୁଝିଥିଲେ ।
‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ସଚେତନତା ଉପରେ ଶ୍ରୀ ପାଣ୍ଡିଆନ୍ ସନ୍ତୋଷ ପ୍ରକାଶ କରିଥିଲେ । ସୋସିଆଲ୍ ମିଡ଼ିଆରେ ହେଉଥିବା ଯୋଗାଯୋଗକୁ ଅଫିସିଆଲ୍ ଯୋଗାଯୋଗ କିମ୍ବା ନିର୍ଦ୍ଦେଶ ଭାବେ ବିଚାର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ ।
Previous Post

ଏସସିବି ପାଇଁ ୧୦ ଜଣ ବିଶ୍ୱବିଖ୍ୟାତ ଡାକ୍ତରଙ୍କୁ ଡାକିଆଣିଲେ ମୁଖ୍ୟମନ୍ତ୍ରୀ

Next Post

ନବୀନ ଡୋରି:୨୦ ବର୍ଷରେ ତଥାପି ମଜବୁତ

Next Post
ନବୀନ ଡୋରି:୨୦ ବର୍ଷରେ ତଥାପି ମଜବୁତ

ନବୀନ ଡୋରି:୨୦ ବର୍ଷରେ ତଥାପି ମଜବୁତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA