Tuesday, May 26, 2026 10:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦିଙ୍କ ପ୍ରଶଂସା: କରୋନା ମୁକାବିଲାରେ ନବୀନ ବାବୁ ଉଦାହରଣ, ଅନ୍ୟମାନେ ଅନୁସରଣ କରନ୍ତୁ

by Our Correspondent
18 Mar, 2020- 10:34 PM
in Latest News, News
1 min read
0
ମୋଦିଙ୍କ ପ୍ରଶଂସା: କରୋନା ମୁକାବିଲାରେ ନବୀନ ବାବୁ ଉଦାହରଣ, ଅନ୍ୟମାନେ ଅନୁସରଣ କରନ୍ତୁ
ଭୁବନେଶ୍ୱର: କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବୀନ ବାବୁଙ୍କୁ ଅନ୍ୟମାନେ ଅନୁସରଣ କରନ୍ତୁ ବୋଲି ଏକ ଟ୍ୱିଟ୍ ଜରିଆରେ ଆହ୍ୱାନ ଜଣାଇଛନ୍ତି ମୋଦି ।
ଆମେରିକାରୁ ଆସୁଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ଓ ବିବରଣୀର ରେଜିଷ୍ଟ୍ରସନ୍ ସରକାରଙ୍କ ଉଦ୍ଦିଷ୍ଟ ୱେବସାଇଟ୍ ରେ ଆଜି ନିଜେ କରାଇଥିଲେ ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ ଜରିଆରେ ସେ ଏହା ଜଣାଇବା ସହ ବିଦେଶରୁ ଫେରୁଥିବା ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କର ସମସ୍ତ ତଥ୍ୟ ଦେଇ ସରକାରୀ ୱେବସାଇଟ୍ ରେ ରେଜିଷ୍ଟ୍ରସନ୍ କରିବାକୁ ରାଜ୍ୟର ଜନସାଧାରଣଙ୍କୁ ଅପିଲ୍ କରିଥିଲେ । ଓଡ଼ିଶାକୁ ଏହା କରୋନା ଭାଇରସ୍ ରୁ ରକ୍ଷା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ଉପରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,

“ଆପଣ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି, ମୁଖ୍ୟମନ୍ତ୍ରୀ! । ମୁଁ ଆଶା କରୁଛି, ଅନ୍ୟମାନେ ନବୀନ ବାବୁଙ୍କୁ ଅନୁସରଣ କରନ୍ତୁ । କୋଭିଡ୍-୧୯ ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଆମେ ଯଥାସାଧ୍ୟ ଉଦ୍ୟମ କରିପାରିବା ।”

ସୂଚନାଯୋଗ୍ୟ, ଓଡ଼ିଶାକୁ କରୋନା ଭାଇରସ୍ ର ସଂକ୍ରମଣ ସମ୍ଭାବନା ଆସିବା କ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ପ୍ରଶାସନକୁ ଯୁଦ୍ଧାକାଳୀନ କାର୍ଯ୍ୟରେ ଲଗାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରତିଷେଧକ ସଚେତନତା ସୃଷ୍ଟି କରାଯାଉଛି । ବିଦେଶ ଫେରନ୍ତା ଓଡ଼ିଶାବାସୀଙ୍କ ପାଇଁ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ କରାଯାଇ ସେମାନଙ୍କ ବିବରଣୀ ଆଧାରରେ ଆବଶ୍ୟକ ଚିକିତ୍ସା ଏବଂ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ଉଦ୍ଦିଷ୍ଟ ୱେବସାଇଟ୍ ରେ ଆଜି ମୁଖ୍ୟମନ୍ତ୍ରୀ ଆମେରିକାରୁ ଆସୁଥିବା ଭଉଣୀ ଗୀତା ମେହେଟ୍ଟାଙ୍କର ରେଜିଷ୍ଟ୍ରେସନ୍ କରାଇଥିବାରୁ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ନବୀନଙ୍କ ପ୍ରଶଂସା ନ କରି ରହିପାରିନାହାନ୍ତି ।
ସୂଚନାଯୋଗ୍ୟ, କରୋନା ଭାଇରସ୍ ରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ କାଳବିଳମ୍ବ ନକରି ଯଥେଷ୍ଟ ପୂର୍ବରୁ ସତର୍କତା ଅବଲମ୍ବନ କରିଥିଲେ । ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ରାଜ୍ୟ ବିଧାନସଭାକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଡିପୋଜିଟ୍ ସହ ଯୋଡି ବିଜେପି ତମ୍ବିତୋଫାନ କରିଥିଲା । ବିଧାନସଭା ବନ୍ଦ ନିଷ୍ପତ୍ତିକୁ ନଈ ନ ଦେଖୁଣୁ ଲଙ୍ଗଳା ଆଖ୍ୟା ଦେଇ ବିଜେପି ବିଧାୟକମାନେ ନବୀନଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତେବେ କରୋନା ମୁକାବିଲାରେ ନବୀନ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ପ୍ରଶଂସାର ଟ୍ୱିଟ୍ କରିବା ପରେ ରାଜ୍ୟ ବିଜେପି ନେତାଙ୍କ ମୁହଁ ପୋଡି ଯାଇଥିବା ଅନେକ ଟିପ୍ପଣୀ ଦେଉଛନ୍ତି ।
ଖାଲି ସେତିକି ନୁହେଁ, ଯେଉଁ ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ବୁଡ଼ିଯିବ କହି ବିଜେପି ସରକାରଙ୍କୁ ଘେରିଥିଲା, ମହାପ୍ରଭୁଙ୍କ ସେହି ୫୪୫ କୋଟି ଟଙ୍କା ସୁରକ୍ଷିତ ଭାବେ ଏସବିଆଇକୁ ଆସନ୍ତାକାଲି ଟ୍ରାନସଫର୍ ହେବ ବୋଲି ଘୋଷଣା କରାଯାଇଛି ।
Previous Post

୪୭ରୁ ୪୬ କରୋନା ନେଗେଟିଭ୍

Next Post

ମହାପ୍ରଭୁଙ୍କ ୟେସ୍ ବ୍ୟାଙ୍କ ଡିପୋଜିଟ୍ ଟଙ୍କା ଫେରିଲା

Next Post
ମହାପ୍ରଭୁଙ୍କ ୟେସ୍ ବ୍ୟାଙ୍କ ଡିପୋଜିଟ୍ ଟଙ୍କା ଫେରିଲା

ମହାପ୍ରଭୁଙ୍କ ୟେସ୍ ବ୍ୟାଙ୍କ ଡିପୋଜିଟ୍ ଟଙ୍କା ଫେରିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA