Saturday, May 9, 2026 02:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦି-ନବୀନ ଭେଟଘାଟ

by Our Correspondent
14 Feb, 2018- 11:54 PM
in Latest News, Politics
1 min read
0
ମୋଦି-ନବୀନ ଭେଟଘାଟ
ଭୁବନେଶ୍ୱର: ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ଉନ୍ମୋଚିତ ବିଜୁବାବୁଙ୍କ ଜୀବନୀ ସମ୍ବଳିତ ପୁସ୍ତକ ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଉପହାର ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଥିଲା । ତେବେ ଉଭୟଙ୍କ ଏହି ଅଚାନକ ଭେଟଘାଟ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି । ଏହାକୁ ନେଇ ବିଭିନ୍ନ ଆଲୋଚନା ଚାଲିଛି ।
୪ ଦିନିଆ ଦିଲ୍ଲୀଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଭୁବନେଶ୍ୱର ଛାଡ଼ିଥିଲେ । ହକି ଇଣ୍ଡିଆ ଉତ୍ସବରେ ଯୋଗଦେବେ ବୋଲି ସେ ସୂଚନା ଦେଇଥିଲେ । ଏଥିସହ ବିଜେପୁର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଭଲ ଭୋଟ ବ୍ୟବଧାନରେ ଜିତିବେ ବୋଲି ସାମ୍ବାଦିକଙ୍କୁ କହି ଯାଇଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ସମ୍ପର୍କରେ ସେ କୌଣସି ସୂଚନା ଦେଇ ନ ଥିଲେ । ମାତ୍ର ହଠାତ ସଂଧ୍ୟାରେ ଖବର ଆସିଲା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ‘ଦି ଟଲ୍ ମ୍ୟାନ୍’ ପୁସ୍ତକ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସୋସିଆଲ୍ ମିଡ଼ିଆରେ ଏହି ଖବର ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗୋପନ ରଖିବା ନେଇ ବିଭିନ୍ନ ଆଲୋଚନା ହେଉଛି । ଉଭୟଙ୍କ ମଧ୍ୟରେ ୨୦ ମିନିଟ୍ କାଳ କ’ଣ ଆଲୋଚନା ହେଲା ? ରାଜ୍ୟ ଓ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି କି ? ବିଜେପୁର ଉପନିର୍ବାଚନ ସଂକ୍ରାନ୍ତରେ କିଛି ଆଲୋଚନା ହୋଇଛି କି ? ମହାନଦୀ ସମ୍ପର୍କରେ କିଛି ମନ୍ତ୍ରଣା ହୋଇଛି କି ? ଏମିତି ନାନା ପ୍ରଶ୍ନ ଉଠିଛି । ତେବେ ସେ ଯାହା ହେଉ ନା କାହିଁକି ଏଇ ରାଜନୈତିକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଭେଟଘାଟ ସମସ୍ତଙ୍କୁ ରହସ୍ୟରେ ପକାଇଛି ।
Previous Post

ବିଜେପୁର: ଉପରେ ଦମ୍ଭ, ଭିତରେ ଟଳମଳ

Next Post

ଡାଲ୍ ମେଁ କୁଛୁ କାଲା..!!

Next Post
ଡାଲ୍ ମେଁ କୁଛୁ କାଲା..!!

ଡାଲ୍ ମେଁ କୁଛୁ କାଲା..!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA