Friday, May 1, 2026 03:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ମୋ ସରକାର’ ଟ୍ରେଲର୍: ଡାକ୍ତରଖାନାରୁ ବନ୍ଧା ହେଲେ ୩୦ ଦଲାଲ

by Our Correspondent
26 Sep, 2019- 10:34 PM
in Latest News, News
1 min read
0
‘ମୋ ସରକାର’ ଟ୍ରେଲର୍: ଡାକ୍ତରଖାନାରୁ ବନ୍ଧା ହେଲେ ୩୦ ଦଲାଲ
ଭୁୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମୋ ସରକାର’ । ଥାନା ଓ ଡାକ୍ତରଖାନାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ତେବେ ତାହା ପୂର୍ବରୁ ଏହି କାର୍ଯ୍ୟକ୍ରମର ଟ୍ରେଲର୍ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ଦଲାଲରାଜ୍ ହଟାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ଭିତରେ ୩୦ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଛି । ୮ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଚଢ଼ଉ ହୋଇ ଏହି ଦଲାଲଙ୍କୁ ଗିରଫ କରାଯାଇଛି । ବଲାଙ୍ଗୀରରେ ନିଜେ ଜିଲ୍ଲାପାଳ ଚଢ଼ଉ କରି ଦଲାଲଙ୍କୁ ଧରିଛନ୍ତି । ଆଗକୁ ଏହି ଦଲାଲ ଦମନ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ପୁଲିସ ଡିଜି ବିଜୟ କୁମାର ଶର୍ମା ।
ଗତକାଲି ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ରୁ ୪ ଜଣ ଦଲାଲଙ୍କୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିଥିଲା । ଆଜି ବୁର୍ଲା ଭିମସା ମେଡ଼ିକାଲ କଲେଜ ହସ୍ପିଟାଲ୍ ପରିସରରୁ ୫ ଜଣ, ବଲାଙ୍ଗୀରରୁ ୫, ଭଦ୍ରକରୁ ୪, ମୟୁରଭଞ୍ଜରୁ ୩, ରାଉରକେଲାରୁ ୪, ବାଲେଶ୍ୱରରୁ ୩ ଏବଂ ନବରଙ୍ଗପୁରରୁ ୨ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇଛି ପୁଲିସ ।
ସୂଚନାଯୋଗ୍ୟ, ରାଜ୍ୟର ଅଧିକାଂଶ ସରକାରୀ ଡାକ୍ତରଖାନାରେ ଦଲାଲରାଜ୍ ଉତ୍କଟ ରୂପ ନେଇଛି । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଦଲାଲ୍ ମାନେ ବିଭିନ୍ନ ଉପାୟରେ ଘରୋଇ ପାଥୋଲୋଜି ଏବଂ କ୍ଲିନିକ୍ ଗୁଡ଼ିକୁ ପଠାଇ ସେମାନଙ୍କ ବେପାର ବଢ଼ାଉଛନ୍ତି । ଏହି ଦଲାଲି ରାକେଟ୍ ଜରିଆରେ କାମ କରୁଛି । ଏଥିରେ ଡାକ୍ତର, କର୍ମଚାରୀଙ୍କଠାରୁ ଆରମ୍ଭ କରି ନର୍ସିଂ ହୋମ୍ ମାଲିକ, ମେଡ଼ିକାଲ୍ ରିପ୍ରେଜେଣ୍ଟିଭ୍, ଔଷଧ ଦୋକାନୀ ଅନେକ ଜଡ଼ିତ । ତେଣୁ ଏହି ରାକେଟ୍ ଭାଙ୍ଗି ଦଲାଲଙ୍କୁ ସାବାଡ଼ କରିବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ । ‘ମୋ ସରକାର’ କାର୍ଯ୍ୟକ୍ରମ ଜରିଆରେ ଦଲାଲି ଦମନ ଅଭିଯାନ ଜାରି ରହିଲେ ଦଲାଲ ସଫା ହେବେ ନହେଲେ ନାହିଁ ।
ପୁଲିସ ଓ ଡାକ୍ତରଙ୍କ ପରେ ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରେ ଭିଡ଼ିଓ କନଫରେନିସଂ ଜରିଆରେ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସେଥିପାଇଁ ୧୫ ଦିନିଆ ଡେଡଲାଇନ୍ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସ ଆରଟିଓ ଅଫିସଗୁଡ଼ିକରେ ଚଢ଼ାଉ ଆରମ୍ଭ କରିଛି । ବଲାଙ୍ଗୀର ଆରଟିଓ ଅଫିସରୁ ୫ ଜଣ ଦଲାଲ ଧରାପଡ଼ିଥିବା ବେଳେ ରାଉରକେଲା ଆରଟିଓ ଅଫିସରୁ ୮ ଜଣ ଦଲାଲ ଧରାପଡ଼ି ଗିରଫ ହୋଇଛନ୍ତି ।
ଦିନକ ପୂର୍ବରୁ ପୁଲିସ ଡିଜି ବିଜୟ କୁମାର ଶର୍ମା ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ଅଫିସ୍ ରେ ଥିବା କଲ୍ ସେଣ୍ଟରରେ ଅଚାନକ ପହଞ୍ଚି ଭୁବନେଶ୍ୱର, ନୟାଗଡ଼ ଓ ନବରଙ୍ଗପୁରର ତିନୋଟି ଥାନାରୁ ୩ ଅଭିଯୋଗକାରୀଙ୍କ ସହ ଟେଲିଫୋନ୍ ରେ କଥା ହୋଇ ଥାନାବାବୁଙ୍କ କାର୍ଯ୍ୟର ଫିଡ଼ବ୍ୟାକ୍ ନେଇଥିଲେ । ଏବଂ ଫିଡ଼ବ୍ୟାକ୍ ଆଧାରରେ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ କରିଛନ୍ତି ।
Previous Post

ବିଜେପୁର ଦାୟିତ୍ୱରେ ଦଳର ହେଭିୱେଟ୍

Next Post

ବାପା ଜାଗାରେ ପୁଅ: ଓସିଏରେ ରହିଲା ଆଶିର୍ବାଦ ରାଜ୍

Next Post
ବାପା ଜାଗାରେ ପୁଅ: ଓସିଏରେ ରହିଲା ଆଶିର୍ବାଦ ରାଜ୍

ବାପା ଜାଗାରେ ପୁଅ: ଓସିଏରେ ରହିଲା ଆଶିର୍ବାଦ ରାଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA