Thursday, April 30, 2026 03:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯୌବନରେ ସଫଳତାର ଜୁଆର

by Our Correspondent
26 Dec, 2019- 10:54 AM
in Latest News, News, Politics
1 min read
0
ଯୌବନରେ ସଫଳତାର ଜୁଆର
ଭୁବନେଶ୍ୱର: ୨୦୦୯ରେ ବିଜେପି ସହ ସମ୍ପର୍କ ତୁଟାଇଲା ପରେ ବିଜେଡ଼ିର ଭବିଷ୍ୟତ ନେଇ ଅନେକଙ୍କ ଆଶଙ୍କା ଥିଲା । ମାତ୍ର ତାହା ଭୁଲ୍ ପ୍ରମାଣିତ ହେଲା । ୨୦୧୨ ରେ ପ୍ୟାରୀମୋହନ ମହାପାତ୍ରଙ୍କ ତଥାକଥିତ ମିଡ଼ନାଇଟ୍ ଅପରେସନ୍ ପରବର୍ତ୍ତୀ ସମୟରେ ବିଜେଡ଼ିର ସ୍ଥିତି ଅନେକଙ୍କୁ ଶଙ୍କାଗ୍ରସ୍ତ କଲା । ଦେଶବ୍ୟାପୀ ମୋଦି ଲହର ଖେଳିଲା । ହେଲେ ବିଜେଡ଼ି ଉପରେ ସାମାନ୍ୟତମ ପ୍ରଭାବ ପଡ଼ିଲାନି । ୨୦୧୪ ପରଠୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଣି, ପାଣି, ଚିଟଫଣ୍ଡ ଭଳି ଦୁର୍ନୀତି ଏବଂ ନାରୀ ନିର୍ଯାତନା ପ୍ରସଙ୍ଗ ଧରି ବିରୋଧୀ ଦଳ ବିଜେଡ଼ି ସରକାରକୁ ଘାଣ୍ଟିଲେ । ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତଙ୍କ ଭଳି ପୁରୁଖା ବିଜେଡ଼ି ନେତାଙ୍କୁ ସାଙ୍ଗରେ ଧରି ବିଜେପିବାଲା ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଚଉଦ ପୁରୁଷ ଉଦ୍ଧାର କଲେ । ହେଲେ ଜନସାଧାରଣଙ୍କ ଉପରେ ତାହାର କିଞ୍ଚିତ ପ୍ରଭାବ ପଡ଼ିଲାନି । ୧୧୩ଟି ଆସନ ସହ ପଞ୍ଚମ ଥର ପାଇଁ ବିଜେଡ଼ିକୁ ଶାସନ ଗାଦିରେ ବସାଇଲେ ଓଡ଼ିଶାବାସୀ ।
ଏହା ହେଉଛି ଆଞ୍ଚଳିକ ଦଳ ବିଜେଡ଼ିର ଲମ୍ବା ବିଜୟ ଯାତ୍ରା । ଦେଶର ରାଜନୈତିକ ଇତିହାସରେ ଏକ ବ୍ୟତିକ୍ରମ ତଥା ସଫଳ ଆଞ୍ଚଳିକ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି । ଦେଶବ୍ୟାପୀ ମୋଦି ଲହରି ଖେଳୁଥିବା ବେଳେ ଓଡ଼ିଶାବାସୀ ବିଜେଡ଼ିକୁ ଛାଡ଼ି ପାରିନାହାନ୍ତି । ନିର୍ବାଚନରେ ସରକାର ବିରୋଧୀ ଜନମତ ବା ଆଣ୍ଟି ଇନକମ୍ବେନ୍ସୀ ଫ୍ୟାକ୍ଟର୍ କାମ କରିନାହିଁ । ବିଜେଡ଼ିର ଏହି ଇର୍ଷାନ୍ୱିତ ସଫଳତା ଦେଶର ରାଜନୈତିକ ପଣ୍ଡିତମାନଙ୍କୁ ବିସ୍ମିତ କରୁଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଦୃଢ଼ ନେତୃତ୍ୱ ଆଗରେ ନରେନ୍ଦ୍ର ମୋଦି ବି ତୁଚ୍ଛ ହୋଇଛନ୍ତି ।
ସଫଳତାର ସିଢ଼ି ଚଢୁଥିବା ଏହି ବିଜେଡ଼ି ଆଜି ୨୩ ବର୍ଷରେ ପଦାର୍ପଣ କରିଛି । ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳୁଛି । ଦଳର ଲୋକପ୍ରିୟତାକୁ ଅତୁଟ ରଖି ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାର ସଂକଳ୍ପକୁ ଉଜାଗର ରଖି ଆଗକୁ ବଢ଼ୁଛି । ଏଥିପାଇଁ କୌଣସି ସୁଯୋଗକୁ ନେତୃତ୍ୱ ହାତଛଡ଼ା କରୁନାହାନ୍ତି ।
କେବଳ ନବୀନ ପଟ୍ଟନାୟକଙ୍କ ନାଁରେ ଦଳକୁ ଏଭଳି ଲଗାତର ସଫଳତା ସଫଳତା ମିଳୁଛି ବୋଲି ଅନେକ ବିଶ୍ୱାସ କରନ୍ତି । ଏହା କେତେକାଂଶରେ ସତ ହୋଇଥିଲେ ବି ନବୀନ ବାବୁଙ୍କ କାର୍ଯ୍ୟକ୍ରମ, ଆଭିମୁଖ୍ୟ ଓ ରଣନୀତିକୁ ଅନୁଧ୍ୟାନ କଲେ ବିଜେଡ଼ି ସଫଳତାର ଆହୁରି ଅନେକ କାରଣ ମିଳିଯାଉଛି ।
ଉଦାହରଣସ୍ୱରୂପ, ଚଳିତ ନିର୍ବାଚନ ସରୁ ସରୁ ବିଜୟର ଉଲ୍ଲାସରେ ଭାସି ଦଳୀୟ ସଂଗଠନ ଓ କାର୍ଯ୍ୟକ୍ରମରୁ ଦୂରେଇ ନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ବିଜେଡ଼ି ସପକ୍ଷ ଜନମତରେ ଅଧିକ ବିନମ୍ର ଓ ଉତ୍ତରଦାୟିତ୍ୱ ନେଇଛନ୍ତି । ସରକାରକୁ ଲୋକାଭିମୁଖୀ ଓ ଦଳକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ରଣନୀତି ଜାରି ରଖିଛନ୍ତି । ଦଳ ଓ ସରକାର ଭିତରେ ସମନ୍ୱୟ ରକ୍ଷା କରାଯାଉଛି । ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହିବାକୁ ବିଧାୟକ ଓ ସାଂସଦମାନଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିଛନ୍ତି । ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ସେମାନଙ୍କ ସୁଖଦୁଃଖରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ କଡ଼ା ହୁକୁମ୍ ଜାରି କରିଛନ୍ତି ।
ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଏଥର ଅଧିକ ଗୁରୁତ୍ୱ ଦେଇ ସରକାରରେ ଅନେକ ପରିବର୍ତ୍ତନ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ୫-ଟି ଓ ‘ମୋ ସରକାର’ କାର୍ଯ୍ୟକ୍ରମ ନବୀନ ବାବୁ ଓ ତାଙ୍କର ବିଜେଡ଼ି ପାଇଁ ଆଉ ଏକ ମାଇଲ୍ ଖୁଣ୍ଟ ଭାବେ ଛିଡ଼ାହେଲାଣି । ଏହାର ସିଧାସଳଖ ପ୍ରଭାବ ଲୋକେ ଆସ୍ତେ ଆସ୍ତେ ଅନୁଭବ କଲେଣି । ଡାକ୍ତରଖାନା, ଥାନା ଉପରେ ଲୋକଙ୍କ ଭରସା ଆସୁଛି । ଦଳୀୟସ୍ତରରେ କର୍ମୀଙ୍କ ସହ ସିଧାସଳଖ ଯୋଡି ହେବାକୁ ବି ଶକ୍ତି ଲଗାଯାଇଛି । ଏହିକ୍ରମରେ ଏଥର କୋଟିଏ କର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ କରି ସେମାନଙ୍କ ସହ ସିଧାସଳଖ ଯୋଡି ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ବିଜେଡ଼ି କର୍ମୀଙ୍କୁ ବୀମାଭୁକ୍ତ କରିବାକୁ ବି ଯୋଜନା ହୋଇଛି । ଆଜି ପ୍ରତିଷ୍ଠା ଦିବସରେ ହୁଏତ ଏହି ଘୋଷଣା କରିପାରନ୍ତି ସୁପ୍ରିମୋ । ବିଜେଡ଼ିର ଏହି ସବୁ ରଣନୀତି ପରୋକ୍ଷରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବିଜେଡ଼ିର ପତିଆରା ଆଗକୁ ଆହୁରି ବଢ଼ିବ ବୋଲି ରାଜନୈତିକ ମହଲ ଆକଳନ କରୁଛନ୍ତି ।
ମୁଖ୍ୟ ବିରୋଧୀ ଦଳ ଭାବେ ଛିଡ଼ା ହୋଇଥିବା ବିଜେପି ସହ ବିଜେଡ଼ିର ପରିବର୍ତ୍ତିତ ରାଜନୈତିକ ସମୀକରଣ ବି ଗୁରୁତ୍ୱ ବହନ କରୁଛି । ନିର୍ବାଚନ ପରେ ପରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ସହ ହାତ ମିଳାଇଥିବାରୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଜେଡ଼ିର ପରିବର୍ତ୍ତିତ ଆଭିମୁଖ୍ୟକୁ ଲୋକଙ୍କ ସହ ପ୍ରତାରଣା ଆଖ୍ୟା ଦିଆଯାଉଛି । ତେବେ ଏହାଦ୍ୱାରା ବିଜେଡ଼ି ଅପେକ୍ଷା ବିଜେପିର ଯେ ଅଧିକ କ୍ଷତି ତାହା ବି ଲୋକ ବୁଝିଗଲେଣି । ଓଲଟି କେନ୍ଦ୍ର ସରକାରଙ୍କ ସହ ସୁସମ୍ପର୍କ ଯୋଗୁଁ ଓଡ଼ିଶା ଅଧିକ ଲାଭବାନ ହେବ ବୋଲି ଧାରଣା ସୃଷ୍ଟି କରିବାରେ ବିଜେଡ଼ି ସଫଳ ହେଲାଣି ।
ଏତେସବୁ ରଣନୀତି ଏବଂ କାର୍ଯ୍ୟକ୍ରମ ସତ୍ତ୍ୱେ ବିଜେଡ଼ି ଘର ଯେ ସମ୍ପୂର୍ଣ୍ଣ ଭାବେ ଠିକଠାକ ଚାଲିଛି ତାହାକୁ ଅନେକ ଗ୍ରହଣ କରୁନାହାନ୍ତି । ଦଳରେ ଶୃଙ୍ଖଳା ଯେତିକି ଏକଛତ୍ରବାଦ ସେତିକି ବୋଲି କୁହାଯାଉଛି । ଦଳ ଭିତରେ ଚାପା ଅସନ୍ତୋଷ ଓ ଚାପା ବିଦ୍ରୋହ ଭରି ରହିଛି । ଅନେକ ବରିଷ୍ଠ ନେତା ନିଜକୁ ଉପେକ୍ଷିତ ମଣୁଛନ୍ତି । ଖାସ୍ କରି ମନ୍ତ୍ରୀମଣ୍ଡଳର ରୂପରେଖ ଓ ଥଇଥାନ ପଦକ୍ଷେପକୁ ନେଇ ଅନେକ ନେତା ବୀତସ୍ପୃହ ଅଛନ୍ତି । ଦଳରେ ଗୋଷ୍ଠୀରାଜ୍ ର ସେମାନେ ଶିକାର ହେଉଥିବା ଅଭିଯୋଗ ହେଉଛି ।
ଦଳ ପାଇଁ କେତେବେଳେ ହୁଏତ ଏହା ଚାଲେଂଜ ହୋଇପାରେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ନିଜ ଗୋଢ଼ରେ କୁରାଢ଼ୀ ମାରିବା ସଦୃଶ କଥା । ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ଭଳି ଦଶା ଭୋଗିବାକୁ କେହି ଚାହିଁବେନି । ବିଜେଡ଼ିର ଦୃଢ଼ ସଂଗଠନ ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏହାର ଏକମାତ୍ର କାରଣ ବୋଲି କୁହାଯାଉଛି ।
Previous Post

ଚାକିରିଆଙ୍କ ପଦୋନ୍ନତି ବିଳମ୍ବରେ ମୁଖ୍ୟମନ୍ତ୍ରୀ ଖପ୍ପା; ଏଣିକି ପ୍ରତିବର୍ଷ ଡିସେମ୍ବର ୩୧ ଡେଡଲାଇନ୍

Next Post

ହିଂସା ବାଟ ଧରିଲେ ପ୍ରଦୀପ ମାଝୀ

Next Post
ହିଂସା ବାଟ ଧରିଲେ ପ୍ରଦୀପ ମାଝୀ

ହିଂସା ବାଟ ଧରିଲେ ପ୍ରଦୀପ ମାଝୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA