କଟକ: ଆଜି ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ହୋଇଛି । କଟକ ଖପୁରିଆସ୍ଥିତ ଓଏଫଡିସିର କରତ କଳରେ ଏହି କାଠ ଚିରା ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ମୁଦିନିଧି ଦଳ ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ କାଠ ଚିରା ଆରମ୍ଭ ହୋଇଥିଲା । ତିନି ରଥ ପାଇଁ ତିନୋଟି କାଠ ପୂଜା କରାଯାଇ ଚିରା ଯାଇଥିଲା ।
ସୂଚନାଯୋଗ୍ୟ, ରଥଯାତ୍ରା ପାଇଁ ପ୍ରତିବର୍ଷ ରାମନବମୀରେ ରଥକାଠ ଚିରା ଅନୁକୂଳ ହୋଇଥାଏ । ଏହି କାଠ ରଥ ନିର୍ମାଣରେ ବ୍ୟବହୃତ ହୋଇଥାଏ । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ବିଧିବଦ୍ଧ ଆରମ୍ଭ ହୁଏ । ରଥ ସଂହିତା ଅନୁଯାୟୀ ତିନି ରଥ ପାଇଁ ମୋଟ ୮୬୫ ଖଣ୍ଡ କାଠ ଦରକାର ହୋଇଥାଏ ।