ପୁରୀ: ସୁପ୍ରିମ୍ କୋର୍ଟରେ ମାମଲାର ପୁନର୍ବିଚାର ପୂର୍ବରୁ ପୁରୀରେ ରଥଯାତ୍ରା ପୂର୍ବର ବଡ଼ ପରମ୍ପରା ତିନି ରଥ ପାଇଁ ଆଜ୍ଞାମାଳ ପ୍ରଦାନ କରାଯାଇଛି । ଏଥିସହ ପାରମ୍ପରିକ ନୀତିକାନ୍ତି ଆରମ୍ଭ ହୋଇଯାଇଛି । କାଲି ରଥ ଟଣା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ସୁପ୍ରିମ୍ କୋର୍ଟ ଙ୍କ ରାୟ ଆସିଲା ପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଛନ୍ତି । ସଂଧ୍ୟା ୫ଟାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଡକାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ ।








