Thursday, April 30, 2026 10:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲୀଳାମୟଙ୍କ ଲୀଳା; ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ

by Our Correspondent
22 Jun, 2020- 04:21 PM
in Latest News, News
1 min read
0
ଲୀଳାମୟଙ୍କ ଲୀଳା; ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ

# ସୁପ୍ରିମ୍ କୋର୍ଟ ପୁନର୍ବିଚାର କଲେ,କେବଳ ପୁରୀରେ ରଥଯାତ୍ରା
# ରାଜ୍ୟ ଓ କେନ୍ଦ୍ର ସରକାର ରଖିଲେ ବଳିଷ୍ଠ ଯୁକ୍ତି
# ଭକ୍ତଙ୍କ ଭାବାବେଗ ସହ ଯୋଡିହେଲେ ମହାପ୍ରଭୁ

ନୂଆଦିଲ୍ଲୀ: କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆଖିରେ ଆନନ୍ଦର ଅଶ୍ରୁ । ଭକ୍ତଙ୍କ ଭାବାବେଗକୁ ବୁଝିପାରିଛନ୍ତି ଲୀଳାମୟ ବଡ଼ଠାକୁର । ଏବର୍ଷ ପୁରୀରେ ଅଟକିବନି ରଥଯାତ୍ରା । କୋଭିଡ୍ ନିୟମ ପାଳନ ସହ କମ୍ ସେବାୟତଙ୍କୁ ନେଇ ଆସନ୍ତାକାଲି ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ଗତ ୧୮ ତାରିଖରେ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶର ପୁନର୍ବିଚାର କରିଛନ୍ତି । ତେବେ କେବଳ ପୁରୀ ଛଡ଼ା ଅନ୍ୟ କେଉଁଠି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ପୁରୀରେ ରଥଯାତ୍ରା ବନ୍ଦ ନ କରିବାକୁ ପାଖାପାଖି ଏକାଧିକ ପିଟିସନ୍ ଏବଂ ରାଜ୍ୟ ଓ କେନ୍ଦ୍ର ସରକାର ରଥଯାତ୍ରା ସପକ୍ଷରେ ବଳିଷ୍ଠ ଯୁକ୍ତି ରଖିବା ପରେ ସୁପ୍ରିମ୍ କୋର୍ଟ କେବଳ ପୁରୀ ମୂଳପୀଠରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ସୁପ୍ରିମ୍ କୋର୍ଟ ଗ୍ରୀଷ୍ମ ଛୁଟି ସତ୍ତ୍ୱେ ମାମଲାର ଗୁରୁତ୍ୱ ଉପଲବ୍ଧି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେଙ୍କ ନେତୃତ୍ୱରେ ଜଷ୍ଟିସ୍ ଦିନେଶ ମାହେଶ୍ୱରୀ ଏବଂ ଜଷ୍ଟିସ୍ ଏ.ଏସ୍.ବୋପନ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ନାଗପୁରସ୍ଥିତ ନିଜ ବାସଭବନରୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡ଼େ ଭିଡ଼ିଓ କନଫରେନ୍ସିଂରେ ରାୟ ଶୁଣାଇଥିଲେ ।
କୋଭିଡ୍ ସଂକ୍ରମଣ ଯେଭଳି ନ ବ୍ୟାପେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱବାନ ରହିବାକୁ ସୁପ୍ରିମ୍ କୋର୍ଟ ସର୍ତ୍ତ ରଖିଛନ୍ତି । ବିନା ଭକ୍ତରେ କେବଳ ସେବାୟତ ଏବଂ ପୁଲିସମାନେ ରଥ ଟାଣିବେ । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣ ଯେମିତି ନ ବ୍ୟାପିବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜ୍ୟ ସରକାର ଏ ନେଇ ତ୍ୱରିତ୍ ପଦକ୍ଷେପ ନେବାକୁ ମୁଖ୍ୟ ବିଚାରପତି ଶୁଣାଣି ବେଳେ ସତର୍କ କରାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ହରିଶ ସାଲଭେ ଏହାକୁ ଗ୍ରହଣ କରି କହିଥିଲେ, ଆମେ ଏଥିପ୍ରତି ଯଥେଷ୍ଟ ଯତ୍ନବାନ । ସଂକ୍ରମଣ ବଢ଼ାଇ ଆମ ମୁଣ୍ଡ ତଳକୁ ହେବାକୁ ଦେବୁନୁ ।
ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିଚାର ପାଇଁ ଦାଖଲ ହୋଇଥିବା ୧୭ଟି ମୋଡ଼ିଫିକେସନ୍ ପିଟିସନ୍ ଆଜି ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟକୁ ଆସିବା ପରେ ସେ ତାହାକୁ ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ସୁପ୍ରିମ୍ କୋର୍ଟ ବେଞ୍ଚକୁ ପଠାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଞ୍ଜୀବ ମିଶ୍ର ଏକ ଆଫିଡେଭିଟ୍ ଦାଖଲ କରି କୋଭିଡ୍ ନିୟମ ପାଳନ ସହ ବିନା ଭକ୍ତରେ ରଥଯାତ୍ରା କରାଯାଇପାରିବ ଏବଂ ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ଦର୍ଶାଇଥିଲେ । କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ୍ ସାଲଭେ ମଧ୍ୟ ଏହା ଉପରେ ବଳିଷ୍ଠ ଯୁକ୍ତି ରଖିଥିଲେ ।
ସେପଟେ ପୁରୀରେ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଯୁକ୍ତିକୁ କେନ୍ଦ୍ର ସରକାର ସମର୍ଥନ କରିଥିଲେ । ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ ଯେ ବିନା ଭକ୍ତରେ, କୋଭିଡ୍ କଟକଣା ଭିତରେ ରଥଯାତ୍ରା ସମ୍ଭବ । ରଥଯାତ୍ରା ଶହ ଶହ ବର୍ଷର ପରମ୍ପରା । କୋଟି କୋଟି ଲୋକଙ୍କ ଆସ୍ଥା ଓ ପରମ୍ପରା ବନ୍ଦ କରାଯାଇପାରିବ ନାହିଁ । ରାଜ୍ୟ ସରକାର ଗୋଟିଏ ଦିନ କର୍ଫ୍ୟୁ କରି ରଥଯାତ୍ରା ଆୟୋଜନ କରିପାରିବେ । ଏବର୍ଷ ରଥଯାତ୍ରା ବନ୍ଦ ହେଲେ ଆଉ ୧୨ ବର୍ଷ ଯାଏ ରଥଯାତ୍ରା ହୋଇପାରିବ ନାହିଁ । ବିନାଭକ୍ତରେ ରଥଯାତ୍ରାକୁ ଟେଲିଭିଜନ୍ ରେ ସିଧା ପ୍ରସାରଣ କରିବାକୁ ମଧ୍ୟ ସେ ପ୍ରସ୍ତାବ ରଖିଥିଲେ ।
ଜଷ୍ଟିସ୍ ଅରୁଣ ମିଶ୍ର ଏହି ଯୁକ୍ତି ଓ ସତ୍ୟପାଠକୁ ମୁଖ୍ୟ ବିଚାରପତିଙ୍କ ବିଚାର ପାଇଁ ପଠାଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡେ ମାମଲାର ଗମ୍ଭୀରତା ଅନୁଭବ କରି ନାଗପୁରସ୍ଥିତ ନିଜ ବାସଭବନରୁ ଭିଡ଼ିଓ କନଫରେନ୍ସିଂରେ ଅନ୍ୟ ଦୁଇଜଣ ବିଚାରପତିଙ୍କୁ ଯୋଡି ତୁରନ୍ତ ଶୁଣାଣି କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା, ହରିଶ ସାଲଭେଙ୍କ ସହ ମୋହନ ପରାସରନ, ରଞ୍ଜିିତ୍ କୁମାର, ମନିନ୍ଦର ସିଂ, ଅରିଜିତ ପ୍ରସାଦ, ଭି.କେ. ବିଶ୍ୱନାଥଙ୍କ ଭଳି ବରିଷ୍ଠ ନାମୀ ଓକିଲ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଦୀର୍ଘ ଦେଢ଼ ଘଣ୍ଟାର ଶୁଣାଣି ପରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ତିନିଜଣିଆ ବେଞ୍ଚ ।
ସୂଚନାଯୋଗ୍ୟ, କୋଭିଡ୍ ପରିସ୍ଥିତି ଯୋଗୁଁ ଏବର୍ଷ ପୁରୀରେ ରଥଯାତ୍ରା ବନ୍ଦ କରିବାକୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମ୍ କୋର୍ଟରେ ଆବେଦନ କରାଯାଇଥିଲା । ଗତ ୧୮ ତାରିଖରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ହରିଶ୍ ସାଲଭେ ତାଙ୍କ ଯୁକ୍ତିରେ କହିଥିଲେ ଯେ ଯେତେବେଳେ ବି କୌଣସି ପାର୍ବଣ ହୁଏ, ଗହଳି ହୁଏ । ସୁତରାଂ ରଥଯାତ୍ରା ସପକ୍ଷରେ ଯୁକ୍ତି ଉପସ୍ଥାପିତ କରି ନ ଥିଲେ । ଶେଷରେ ରଥଯାତ୍ରା ବନ୍ଦ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ।
ତେବେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶା ନିଯୋଗ ଏବଂ ଖୋଦ୍ ଶଙ୍କରାଚାର୍ଯ୍ୟ ଗ୍ରହଣ କରି ନ ଥିଲେ । ଶ୍ରୀମକନ୍ଦିର ପରିଚାଳନା କମିଟି ସଭାପତି ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରଥଯାତ୍ରା ବନ୍ଦ ନ ହେଉ ବୋଲି କହିଥିଲେ । ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଗଜପତିଙ୍କ ଏହି ଚିଠି ପରେ ରାଜ୍ୟ ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲେ । ଆଇନ ଅନୁଯାୟୀ, ରଥଯାତ୍ରା ସପକ୍ଷରେ ସୁପ୍ରିମ୍ କୋର୍ଟରେ ସରକାର ମତ ରଖିବେ ବୋଲି ଗତକାଲି ଆଇନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଥିଲା ।
ରଥଯାତ୍ରା ବନ୍ଦ ଆବେଦନକାରୀଙ୍କ ଘରକୁ ଅଣ୍ଡାମାଡ଼: ପୁରୀରେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିବା ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ସୁଶାନ୍ତ ପାଢ଼ୀଙ୍କ ଘର ଉପରକୁ କ୍ଷୁବ୍ଧ ଜଗନ୍ନାଥପ୍ରେମୀମାନେ ଅଣ୍ଡାମାଡ଼ କରିଛନ୍ତି । ସୁଶାନ୍ତଙ୍କ ବମିଖାଲ୍ ସାଈ ବିହାରସ୍ଥିତ ଘର ଆଗରେ ସେମାନେ ବିକ୍ଷୋଭ କରିବା ସହ ଅଣ୍ଡାମାଡ଼ କରିଥିଲେ । ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କର ରଥଯାତ୍ରା ବନ୍ଦ ପାଇଁ ସୁଶାନ୍ତ ଆବେଦନ ଭକ୍ତମାନଙ୍କ ଭାବାବେଗକୁ କୁଠାରଘାତ କରିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଘଉଡ଼ାଇଥିଲେ ।
Previous Post

ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ୍ ସିଗନାଲ୍ !

Next Post

ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

Next Post
ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA