Friday, April 17, 2026 03:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟପାଳ ଅପମାନିତ: ଏସୀୟ ଖେଳକୁଦ ଉଦଯାପନୀ ଉତ୍ସବରୁ ଦୂରେଇ ଗଲେ

by Our Correspondent
06 Jul, 2017- 09:46 AM
in Latest News
1 min read
1
ରାଜ୍ୟପାଳ ଅପମାନିତ: ଏସୀୟ ଖେଳକୁଦ ଉଦଯାପନୀ ଉତ୍ସବରୁ ଦୂରେଇ ଗଲେ

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଉଦଯାପନ ଉତ୍ସବରେ ରାଜ୍ୟପାଳ ଡ. ଏସ.ସି.ଜମିର ଯୋଗଦେବେନି । ୮ ତାରିଖରୁ ରାଜ୍ୟପାଳ ଦିଲ୍ଲୀ ଯାଉଛନ୍ତି । ଫେରିବେ ୧୧ ତାରିଖରେ । ରାଜ୍ୟପାଳଙ୍କ ଏହି ଦିଲ୍ଲୀଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାର ଟେନସନରେ ପଡ଼ିଛନ୍ତି । ୯ ତାରିଖ ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ସ୍ଥିରିକୃତ ଥିବାରୁ ତାଙ୍କର ଅଚାନକ ଅନୁପସ୍ଥିତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟପାଳଙ୍କୁ ମନେଇବା ପାଇଁ ମନ୍ତ୍ରୀ ଓ ସରକାରୀବାବୁମାନେ ଝାଳନାଳ ଖଟାଇ ଦେଇଛନ୍ତି । ଗତକାଲି ଦିନ ତମାମ ସରକାରଙ୍କ ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ରାଜଭବନରେ ଡେରା ପକାଇଥିଲେ । ମାତ୍ର ଶେଷ ଖବର ଅନୁଯାୟୀ ରାଜ୍ୟପାଳ ତାଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ କରିନାହାନ୍ତି ।

ରାଜ୍ୟପାଳ ଡ. ଜମିର ଯେ ଖୁସିରେ ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଉଦଯାପନୀ ଉତ୍ସବରୁ ଅନୁପସ୍ଥିତ ରହୁଛନ୍ତି ତାହା ନୁହେଁ । ଉଦଘାଟନୀ ଉତ୍ସବରୁ ତାଙ୍କୁ ଯେଭଳି ଅଣଦେଖା କରାଗଲା ତାହା ତାଙ୍କୁ ବ୍ୟଥିତ କରିଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି । ୪୩ଟି ଦେଶ ଭାଗନେଇଥିବା ଏତେବଡ଼ କ୍ରୀଡ଼ା ଇଭେଣ୍ଟର ଉଦଘାଟନୀ ଉତ୍ସବ ବେଳେ ରାଜ୍ୟର ସର୍ବୋଚ୍ଚ କର୍ତ୍ତା ରାଜ୍ୟପାଳ ମହୋଦୟ ଭୁବନେଶ୍ୱରରେ ଉପସ୍ଥିତ ଥିଲେ । ମାତ୍ର ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମରେ ତାଙ୍କର ଉପସ୍ଥିତିକୁ ଏଡାଇ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉତ୍ସବର ଉଦଘାଟନକୁ ଦୃଷ୍ଟିରେ ରଖି ରାଜ୍ୟପାଳଙ୍କୁ ନୀଚ୍ଚ କରିଦିଆଗଲା । ରାଜଭବନର ଜନୈକ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପ୍ରୋଟୋକଲ୍ ଦୃଷ୍ଟିରୁ ଏତେବଡ଼ ଇଭେଣ୍ଟର ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ମୁଖ୍ୟ ଅତିଥି ରହିବା କଥା । ମୁଖ୍ୟମନ୍ତ୍ରୀ ସେଥିରେ ଉପସ୍ଥିତି ରହିବାରେ ଅସୁବିଧା ନ ଥିଲା । ମାତ୍ର ରାଜ୍ୟ ସରକାର ରାଜ୍ୟପାଳଙ୍କୁ ଭୁଲି ଗଲେ । ରାଜଭବନରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଆମନ୍ତ୍ରଣ କଲେ ନାହିଁ । ଓଲଟି ୯ ତାରିଖ ଉଦଯାପନୀ ଉତ୍ସବକୁ ତାଙ୍କୁ ଆମନ୍ତ୍ରଣ କରି ଅପମାନିତ କରିଛନ୍ତି । ରାଜ୍ୟପାଳଙ୍କୁ ଅଣଦେଖା କରି ରାଜ୍ୟ ସରକାର ସୌଜନ୍ୟତା ଓ ଶାଳିନତା ଭୁଲିଗଲେ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାରଙ୍କ ଏଭଳି ଆଚରଣ ରାଜ୍ୟପାଳଙ୍କୁ ଖାଲି ବ୍ୟଥିତ ନୁହେଁ ବରଂ କ୍ଷୁବ୍ଧ କରିଛି । ତେଣୁ ୯ ତାରିଖ ଉଦଯାପନୀ ଉତ୍ସବରେ ସେ ଯୋଗ ନ ଦେବାକୁ ସ୍ଥିର କରିଛନ୍ତି । ଦିଲ୍ଲୀରେ ଅନ୍ୟ କାର୍ଯ୍ୟ ବାହାନାରେ ରାଜ୍ୟପାଳ ସେଦିନ ଭୁବନେଶ୍ୱରରେ ନ ରହିବାକୁ ସ୍ଥିର କରିଛନ୍ତି । ରାଜ୍ୟପାଳଙ୍କ ଯୋଜନା ଜାଣିଲା ପରେ ସରକାରଙ୍କୁ ବଦନାମର ଭୟ ଘାରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି କ୍ରୀଡ଼ାମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ମନାଇବା ଉଦ୍ୟମ କରିଥିଲେ ମଧ୍ୟ ଫେଲ୍ ମାରିଥିଲେ । ପରେ ପରେ ବଛା ବଛା ବ୍ୟୁରୋକ୍ରାଟ ରାଜଭବନ ଯାଇ ରାଜ୍ୟପାଳଙ୍କୁ ମନାଇବା ଉଦ୍ୟମ କରି ହାତଟେକିଦେଇଛନ୍ତି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସି.ଜେ.ଭେନୁଗୋପାଳଙ୍କ ଉପରେ ସେମାନେ ଚାପ ପକାଇଥିଲେ ମଧ୍ୟ ତାହା କାଟୁ କରିନାହିଁ ।

Previous Post

ଅମିତ ଶାହାଙ୍କ ଲମ୍ବାଚଉଡ଼ା ସ୍ୱପ୍ନ

Next Post

କଂଗ୍ରେସକୁ ଜଗନ୍ନାଥ ସାହା

Next Post
କଂଗ୍ରେସକୁ ଜଗନ୍ନାଥ ସାହା

କଂଗ୍ରେସକୁ ଜଗନ୍ନାଥ ସାହା

Comments 1

  1. Rajat Rashmi Swain says:
    9 years ago

    Good story

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA