ଭୁବନେଶ୍ୱର: ଗୁରୁବାର ରାତିରେ ଆଉ ୪ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ରେ ପହଞ୍ଚଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ତେବେ ନୂଆ ଆକ୍ରାନ୍ତମାନେ କେଉଁ ଅଞ୍ଚଳର ତାହାର ସୂଚନା ନାହିଁ । ପୂର୍ବରୁ ଦିନରେ ଦୁଇ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ୱେବସାଇଟ୍ ସୂଚନା ଅନୁଯାୟୀ ଗୁରୁବାର ଗୋଟିଏ ଦିନରେ ରାତି ୧୧ଟା ସୁଦ୍ଧା ୪୦୮ ନମୁନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୬ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଆକ୍ଟିଭ୍ କେସ୍ ଅଛନ୍ତି । ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।