Thursday, April 30, 2026 11:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାହୁଲଙ୍କ ମୁଣ୍ଡରେ ପୁଣି କେଁ ?

by Our Correspondent
09 Sep, 2017- 10:19 PM
in Latest News, Politics
1 min read
0
ରାହୁଲଙ୍କ ମୁଣ୍ଡରେ ପୁଣି କେଁ ?
ଭୁବନେଶ୍ୱର: ପିସିସି ପରିବର୍ତ୍ତନ ହବ ହବ ବୋଲି ୫ ଦିନ ବିତିଗଲା । ରାହୁଲ ଗାନ୍ଧୀ ୧୦ ତାରିଖରେ ଆମେରିକା ଗସ୍ତ ପୂର୍ବରୁ ଆଜି କାମ ସାରିଦେବେ ବୋଲି ସକାଳୁ ଜୋର୍ ଚର୍ଚ୍ଚା ହେଲା । ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ବଦଳିବା ପରେ ଓଡ଼ିଶାର ପାଳି ପଡ଼ିବ ବୋଲି ଉତ୍କଣ୍ଠା ବଢ଼ିଲା । ହେଲେ ରାତି ସୁଦ୍ଧା ହୋଇପାରିଲାନି । ଦିଲ୍ଲୀରେ ଡେରା ପକାଇଥିବା ଆଶାୟୀ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଏହା ଖାଲି ନିରାଶ କରିନାହିଁ ବରଂ ନିରଞ୍ଜନ ସମର୍ଥକ କ୍ୟାମ୍ପରେ କ୍ରୋଧ ଏବଂ ନିରୁତ୍ସାହ ସୃଷ୍ଟି କରିଛି । ରାହୁଲ ଗାନ୍ଧୀଙ୍କୁ ପାଗଳ ବୋଲି ଦଳର ଜଣେ ଯୁବ ବିଧାୟକ କଟୁ ଆକ୍ଷେପ କରିଛନ୍ତି । ନିରଞ୍ଜନଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସର ନବକଳେବର ଯୋଜନାକୁ ଆଜି ଏହା ଫିକା ପକାଇଦେଇଥିଲେ ମଧ୍ୟ ଆସନ୍ତାକାଲିକୁ ଶେଷ ଅପେକ୍ଷା କରାଯାଇଛି ।
ତେବେ କ’ଣ ପାଇଁ ଲଟକି ରହିଛି ରାଜ୍ୟ ପିସିସି ପରିବର୍ତ୍ତନ ? ରାହୁଲ ଗାନ୍ଧୀଙ୍କ ପାଖରେ କ’ଣ ରହିଛି ଅଡୁଆ ? ଦିଲ୍ଲୀ କଂଗ୍ରେସ ମହଲର ଖବର ଅନୁଯାୟୀ ଶ୍ରୀକାନ୍ତ ଜେନାଙ୍କ ଚକ୍ରାନ୍ତ ସବୁ ଗୋଳମାଳିଆ କରିଛି । ପ୍ରସାଦ ହରିଚନ୍ଦନଙ୍କ ଗାଦିରକ୍ଷା ନୁହେଁ ବରଂ ଭକ୍ତ ଦାସଙ୍କ ସପକ୍ଷରେ ସେ ଖେଳ ଖେଳୁଛନ୍ତି । ଏମିତିରେ ନିରଞ୍ଜନଙ୍କୁ ରାହୁଲ ପସନ୍ଦ କରୁ ନ ଥିଲେ ମଧ୍ୟ ସଂଖ୍ୟାଗରିଷ୍ଠଙ୍କ ମତ ତାଙ୍କ ସପକ୍ଷରେ ଥିବାରୁ ତାଙ୍କ ହାତ ବାନ୍ଧି ହୋଇଯାଇଛି । ତେବେ ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଏବଂ ତିନି ଜଣ କାର୍ଯ୍ୟକାରୀ ଉପସଭାପତି ଫର୍ମୂଲାରେ ନିରଞ୍ଜନଙ୍କୁ ଚେକ୍ ଦେବାର ଯୋଜନା ହୋଇଥିବାରୁ କେଁ ପଶିଛି । ଏହି ଫର୍ମୂଲା ପଛରେ ଶ୍ରୀକାନ୍ତଙ୍କ ଗୋଟିଚାଳନା ରହିଥିବା ଏବଂ ନିରଞ୍ଜନଙ୍କୁ ପାୱାରଲେସ୍ କରି ରଖିବାର ଯୋଜନା ହୋଇଥିବା ନିରଞ୍ଜନ ଗୋଷ୍ଠୀ ଅନୁଭବ କରୁଛନ୍ତି । ଦିଲ୍ଲୀରେ ଡେରା ପକାଇଥିବା ନିରଞ୍ଜନ ଏହାକୁ କରାଇ ନ ଦେବା ପାଇଁ ଜାଲ ବିଛାଇଛନ୍ତି । ହେଲେ ଶ୍ରୀକାନ୍ତ କିନ୍ତୁ ନଛୋଡ଼ବନ୍ଧା । ଭକ୍ତ ଦାସଙ୍କ ଶିବିରକୁ ଶକ୍ତିଶାଳୀ ରଖି ନିରଞ୍ଜନ ଦମନର ଚାଲ ଖେଳୁଛନ୍ତି ସେ । ଏହି ଟକରାଟକରି ଭିତରେ ପେଶି ହୋଇରହିଛି ପିସିସି ପରିବର୍ତ୍ତନ । ରାହୁଲଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଅଟକିଯାଇଛି ।
ଗତ ୫ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶାର ୩୬ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ଡାକି ୨୦ ମିନିଟିଆ ଟିଉସନ୍ କରିଥିଲେ । ରାଜ୍ୟ କଂଗ୍ରେସରେ ଦେଖାଦେଇଥିବା ଅସନ୍ତୋଷ ଉପରେ ପର୍ଯବେକ୍ଷକଙ୍କ ଅନୁଧ୍ୟାନ ରିପୋର୍ଟ ସେ ପାଇଛନ୍ତି ଏବଂ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ରାହୁଲ ଇସାରା ଦେଇଥିଲେ । ନିଜର ମନ ଖୋଲି ନ ଥିଲେ ମଧ୍ୟ ପରିବର୍ତ୍ତନର ଆଭାସ ଦେଇଥିଲେ । ନେତାଙ୍କୁ ସଂକଳ୍ପ ବି ଦିଆଇଥିଲେ । ‘ଆପଣଙ୍କ ମତ ଅନୁଯାୟୀ ନିଷ୍ପତ୍ତି ନିଆଯିବ ଏବଂ ଆଜିଠାରୁ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି’ ବୋଲି ଶୁଣାଇ ଦେଇଥିଲେ । ପରେ ନିରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଏବଂ ଭକ୍ତ ଦାସଙ୍କୁ ଡାକି ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ ।
ରାହୁଲ ଗାନ୍ଧୀଙ୍କ ଟିଉସନ୍ ରୁ ରାଜ୍ୟ କଂଗ୍ରେସ ନେତାମାନେ ସମ୍ଭାବ୍ୟ ପିସିସିରେ ୧+୩ ର ଫର୍ମୂଲା ବାରିଥିଲେ । ନିରଞ୍ଜନ ସଭାପତି ହେଉଥିବା ବେଳେ ପ୍ରଦୀପ, ନବ ଏବଂ ଚିରଞ୍ଜିବୀ ଉପସଭାପତି ହେବେ । ଭକ୍ତ ଦାସ ହେବେ ପ୍ରଚାର କମିଟି ଅଧ୍ୟକ୍ଷ । ଯେ କୌଣସି ମୁହୁର୍ତ୍ତରେ ରାହୁଲ ଏହି ଘୋଷଣା କରିବେ ବୋଲି ସେମାନେ ସୂଚନା ପାଇଥିଲେ । ତେବେ ଏଥିରେ ନିରଞ୍ଜନଙ୍କୁ ସାଇଜ୍ କରି ରଖିବାର ଯୋଜନା ବୁଝିଗଲା ପରେ ରାହୁଲଙ୍କ ଉପରେ ଚାପ ପଡିଛି । ସେପଟେ ନିରଞ୍ଜନଙ୍କ ସପକ୍ଷରେ ଥିବା ବିଧାୟକ ଗୋଷ୍ଠୀକୁ ଶ୍ରୀକାନ୍ତ ଭାଙ୍ଗିବାରେ ସମର୍ଥ ହୋଇଥିବା କୁହାଯାଉଛି । କୃଷ୍ଣ ସାଗରିଆ, କୈଳାସ କୁଲେସିକା, ଜାକବ୍ ପ୍ରଧାନଙ୍କ ଭଳି ଏସସି/ଏସଟି ବିଧାୟକଙ୍କୁ ସେ ଭକ୍ତଙ୍କ ସପକ୍ଷରେ ମନାଇଦେଇଛନ୍ତି । ରାଜ୍ୟ କଂଗ୍ରେସର ଏଭଳି ଜଟିଳ ଅବସ୍ଥାରେ ରାହୁଲ ସମାଧାନର ରାସ୍ତା ପାଉନାହାନ୍ତି । କ’ଣ କରିବେ ନକରିବେ ଦ୍ୱନ୍ଦରେ ପଡ଼ିଛନ୍ତି । ଆସନ୍ତକାଲି ସଂଧ୍ୟାରେ ରାହୁଲ ଆମେରିକା ଯିବା ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିଯିବେ ବୋଲି କିଛି ନେତା ମନକୁ ଆଶ୍ୱାସନା ଦେଇଛନ୍ତି ।
Previous Post

ଶାହାଙ୍କ ଫ୍ଲପ୍ ସୋ !

Next Post

ବଡ଼ି ଲାଙ୍ଗୁଏଜ୍ ପ୍ରୋବ୍ଲେମ୍

Next Post
ବଡ଼ି ଲାଙ୍ଗୁଏଜ୍ ପ୍ରୋବ୍ଲେମ୍

ବଡ଼ି ଲାଙ୍ଗୁଏଜ୍ ପ୍ରୋବ୍ଲେମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA