Thursday, April 30, 2026 11:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶାହାଙ୍କ ଫ୍ଲପ୍ ସୋ !

by Our Correspondent
08 Sep, 2017- 11:13 PM
in Latest News, Politics
1 min read
1
ଶାହାଙ୍କ ଫ୍ଲପ୍ ସୋ !
ଭୁବନେଶ୍ୱର: ମଣ୍ଡଳ କାର୍ଯ୍ୟକର୍ତ୍ତା ମହାସମ୍ମିଳନୀ ସହ ସରିଛି ଶାହାଙ୍କ ତିନିଦିନିଆ ଓଡ଼ିଶା ଗସ୍ତ । ମିଶନ୍ ୧୨୦ ପ୍ଲସ୍ କୁ ସାକାର କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଟିଉସନ୍ କରି ଶାହା ମନ୍ତ୍ର ଫୁଙ୍କିଲେ । ନିଜେ ଜୋରରେ ରଡି କରି ପାର୍ଟି ଲୋକଙ୍କୁ ଘୋଷେଇଲେ । ନବୀନ ପଟ୍ଟନାୟକଙ୍କୁ ମନଇଚ୍ଛା ଗାଳି କଲେ । ବିଜେଡ଼ି ସରକାରକୁ ଓପାଡ଼ି ଫିଙ୍ଗିଦିଅ ବୋଲି ଆହ୍ୱାନ ଦେଲେ । ବିଜେଡ଼ି ସରକାରର ୧୭ ବର୍ଷର ହିସାବ ମାଗି ଦିଲ୍ଲୀ ଫେରିଗଲେ । ପ୍ରଚାର, ଗହଳି, ଭାଷଣବାଜିରେ ଶାହାଙ୍କୁ ବେଶ୍ ମାଇଲେଜ୍ ମିଳିଛି ସତ ହେଲେ ସୋ’ କିନ୍ତୁ ଫ୍ଲପ୍ । ପ୍ରଭାବଶୂନ୍ୟ । ଠିକ୍ ‘ ଅପରେସନ୍ ସକ୍ସେସ୍ ପେସେଣ୍ଟ ଡେଡ୍’ ଭଳି ଅବସ୍ଥା ।
ଶାହାଙ୍କ ପରିକଳ୍ପିତ ‘ମିଶନ୍ ୧୨୦ ପ୍ଲସ୍’ କୁ ଓଡ଼ିଶାର ସାଧାରଣ ଲୋକ ଜମାରୁ ଗୁରୁତ୍ୱ ଦେଇନାହାନ୍ତି । କାରଣ ସେଥିରେ ବାସ୍ତବତାକୁ ସେମାନେ ଗ୍ରହଣ କରୁନାହାନ୍ତି । ସବୁଠାରୁ ବଡ଼କଥା ହେଉଛି, ଶାହା ଯେତେ ଚିଲାଇଲେ ବି ସେ ନରେନ୍ଦ୍ର ମୋଦି ନୁହଁନ୍ତି । ମୋଦିଙ୍କ ଲୋକପ୍ରିୟତାର ଅଧିକାରୀ ଶାହା ନୁହଁନ୍ତି । ଗରିବ, ଅପାଠୁଆ ଓଡ଼ିଶା ଲୋକ ତାଙ୍କୁ ଚିହ୍ନିନାହାନ୍ତି । ଖୋଦ୍ ତାଙ୍କ ଦଳର ଅଧିକାଂଶ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ଶାହା କିଏ ବୋଲି ମାଲୁମ୍ ନାହିଁ । ଆଜି ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ମହାସମ୍ମିଳନୀରେ ଯୋଗଦେବାକୁ ଆସିଥିବା କିଛି କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତାରୁ ଏହା ଧରାପଡ଼ିଛି । ରାୟଗଡ଼ାରୁ ଆସିଥିବା କିଛି କାର୍ଯ୍ୟକର୍ତ୍ତା ଭୁବନେଶ୍ୱର ମିଟିଂ ବିଷୟରେ କିଛି କହିପାରି ନ ଥିଲେ । ମାଷ୍ଟରକ୍ୟାଣ୍ଟିନ୍ ତଳେ ସେମାନଙ୍କୁ ଏକାଠି କରାଇ ହାତରେ ଶାହା, ଧର୍ମେନ୍ଦ୍ର ଫଟୋ ଲଗା ପ୍ଲାକାର୍ଡ ଧରାଇ ଦିଆଯାଇଥିଲା । ମୁଣ୍ଡରେ ଗେରୁଆ ଟୋପି ପିନ୍ଧାଇ ଦିଆଯାଇଥିଲା । ନରେନ୍ଦ୍ର ମୋଦି, ଅମିତ୍ ଶାହା, ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ ସ୍ଲୋଗାନ୍ ଦିଅ ବୋଲି ଘୋଷେଇ ଦିଆଯାଇଥିଲା । ଜନତା ମୈଦାନ ରାସ୍ତାରେ ପ୍ଲାକାର୍ଡ ଏବଂ ଘୋଷା ସ୍ଲୋଗାନ୍ ଦେଇ ସଭାସ୍ଥଳକୁ ଯାଇଥିଲେ ସଂପୃକ୍ତ କାର୍ଯ୍ୟକର୍ତ୍ତା ।
ଜଣଙ୍କେ ୫୦ ଟି ପରିବାର ବୁଲି ମୋଦିଙ୍କ ସନ୍ଦେଶ ଓ ସମୃଦ୍ଧ ଓଡ଼ିଶାର ସଂକଳ୍ପ ପହଞ୍ଚାଇବା ପାଇଁ ଶାହା ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଏମିତି କରି ବିଜେପି ୧୨୦ରୁ ଅଧିକ ସିଟ୍ ପାଇବ ବୋଲି ତାଙ୍କର ଗଣନା । ୨୦୦୯ ନିର୍ବାଚନରେ ବିଜେପିର ବିଧାୟକ ସଂଖ୍ୟା ଥିଲା ୬ । ୨୦୧୪ରେ ସମଗ୍ର ଦେଶରେ ମୋଦି ଲହରୀ ଭାସୁଥିବା ବେଳେ ଓଡ଼ିଶାରେ ବିଜେପିକୁ ମିଳିଲା ୧୦ଟି ଆସନ । ଆସନ୍ତା ନିର୍ବାଚନରେ ଶାହା ତାକୁ ୧୨ ଗୁଣା ବଢ଼େଇବେ । ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସିଂଙ୍କ ସମେତ ବିଜେପି ନେତାଙ୍କ ପାଖରେ ଏହାର ଯଥାର୍ଥ ଯୁକ୍ତି ନାହିଁ । କେବଳ ଗୋଟିଏ ଯୁକ୍ତି, ଶାହାଙ୍କ ଗଣିତ ଭୁଲ୍ ହୁଏନି । ବିଗତ ଦିନରେ ଶାହାଙ୍କ ମାଷ୍ଟର ଷ୍ଟ୍ରାଟେଜି ଦିଲ୍ଲୀ ଏବଂ ବିହାର ଭଳି ରାଜ୍ୟରେ ଫେଲ୍ ମାରିଥିଲା । ମାତ୍ର ସେହି ଉଦାହରଣକୁ ଲୁଚେଇ ମହାରାଷ୍ଟ୍ର, ୟୁପି, ଉତ୍ତରାଖଣ୍ଡ କି ଗୋଆ ସହ ଓଡ଼ିଶାକୁ ସେମାନେ ତୁଳନା କରୁଛନ୍ତି । ମାତ୍ର ସେଠିକା ସ୍ଥିତିଠାରୁ ଓଡ଼ିଶାର ସ୍ଥିତି ଯେ ସମ୍ପୂର୍ଣ୍ଣ ଭିନ୍ନ ତାହା ସେମାନଙ୍କୁ ଅଜଣା ନାହିଁ । ଓଡ଼ିଶାରେ ବିଜେପିର ତୃଣମୂଳ ସଂଗଠନ ଆଦୌ ନାହିଁ କହିଲେ ଚଳେ । ୟୁପି ଭଳି ଜାତିଗତ ରାଜନୀତି ନାହିଁ । ଅପରପକ୍ଷେ ତୃଣମୂଳସ୍ତରରୁ ବିଜେଡ଼ିର ମଜବୁତ ସଂଗଠନ ଅଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ ଅଛି । ସୁତରାଂ ଆଗାମୀ ନିର୍ବାଚନରେ ବିଜେପି ଏକ ତୃତୀୟାଂଶରୁ ଅଧିକ ଆସନ ପାଇବାର ଦମ୍ଭ ବାହାସ୍ଫୋଟ ବୋଲି କୁହାଯାଉଛି ।
ନବୀନଙ୍କ ୧୭ ବର୍ଷର ହିସାବ ମାଗୁଥିବା ଶାହାଙ୍କୁ ତାହା ବୁମେରାଂ ହୋଇପାରେ ବୋଲି ରାଜନୈତିକ ମହଲ ଆଶଙ୍କା କରୁଛନ୍ତି । ସେମାନଙ୍କର ଯୁକ୍ତି, ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିକୁ ଲୋକେ କ୍ରମାଗତ ଚାରିଥର ଶାସନଗାଦିରେ ବସାଇଛନ୍ତି । ନବୀନ ଯଦି ଭ୍ରଷ୍ଟ ତେବେ ଲୋକେ ତାଙ୍କୁ ଭୋଟ ଦେଉଛନ୍ତି କେମିତି ? ନବୀନଙ୍କ ମେଣ୍ଟ ଶାସନରେ ୯ ବର୍ଷକାଳ ବିଜେପି ଥିବା ଶାହା ବୋଧେ ଭୁଲିଯାଇଛନ୍ତି । ଶାହା ନବୀନଙ୍କ ୧୭ ବର୍ଷ ଶାସନର ହିସାବ ନ ମାଗି ବରଂ ଏଇ ତିନିବର୍ଷ ଶାସନର ହିସାବ ମାଗିଥିଲେ ଗ୍ରହଣୀୟ ହୋଇଥାଆନ୍ତା ବୋଲି କୁହାଯାଉଛି ।
ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶା ବିଜେପିରେ ଏବେ ଧର୍ମେନ୍ଦ୍ର ରାଜ୍ ଚାଲିଛି । ତେବେ ଶାହା ତାଙ୍କୁ ସେନାପତି ଭାବେ ଘୋଷଣା କରିବାକୁ ଡରିଛନ୍ତି । ସେ ଜାଣିଛନ୍ତି ଧର୍ମେନ୍ଦ୍ର ଦଳରେ ଏବଂ ସାଧାରଣରେ ସର୍ବସମ୍ମତ ନେତା ନୁହଁନ୍ତି । ଦିଲ୍ଲୀ ଆର୍ଶିବାଦ, କ୍ଷମତା ଓ ପଇସା ତାଙ୍କୁ ବଳୀୟାନ୍ କରିଛି । ତେବେ ଧର୍ମେନ୍ଦ୍ରଙ୍କୁ ନେଇ ପାର୍ଟିରେ ଜଳୁଥିବା ଅସନ୍ତୋଷ ଓ କନ୍ଦଳକୁ ପ୍ରଶମିତ କରିବାରେ ସମର୍ଥ ହୋଇନାହାନ୍ତି ଶାହା । ଓଲଟି ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ଶାହା ମିଶନ୍ ୧୨୦ ପ୍ଲସ୍ ଅଭିଯାନ ଆଗକୁ ନେଉଛନ୍ତି । ଧର୍ମେନ୍ଦ୍ର ବି ଏହାର ବେଶ୍ ଫାଇଦା ଉଠାଇଛନ୍ତି । ଶାହାଙ୍କ ଆଗରେ ନିଜର ଅସନ୍ତୋଷ ଜଣାଇବାକୁ ଦଳର ଅନେକ ବରିଷ୍ଠ ନେତା ଯୋଜନା କରିଥିଲେ ମଧ୍ୟ ଧର୍ମେନ୍ଦ୍ର ତାହା କରାଇ ଦେଇନାହାନ୍ତି । ଶାହାଙ୍କ ତିନିଦିନିଆ ଓଡ଼ିଶାଗସ୍ତ କାଳରେ ସେ ତାଙ୍କ ପାଖ ଛାଡ଼ିନାହାନ୍ତି । ଧର୍ମେନ୍ଦ୍ର ତାଙ୍କ ହାତଗଣତି ଅନୁଗତଙ୍କୁ ଧରି ସବୁ କାମରେ ଆଗଭର ଦେଖାଇଛନ୍ତି । ବୁଦ୍ଧିଜୀବୀ ସମ୍ମିଳନୀ ନାଁରେ ଫେକ୍ ବୁଦ୍ଧିଜୀବୀ ମେଳି ଏବଂ ନିଜର ବୋଲକରା ଭାବୁଥିବା ମିଡ଼ିଆକୁ ଡାକି ଆପ୍ୟାୟିତ କରିଛନ୍ତି । ନିଜର ଗୁମାସ୍ତା ଏବଂ ଦୁଇଜଣ ନିନ୍ଦିତ ମୁଖପାତ୍ରଙ୍କ ଜରିଆରେ ଶାହାଙ୍କ ସୋରୁ ବାହାଦୁରି ନେବାର ଚେଷ୍ଟା ଦଳରେ ଅଧିକ ଅସନ୍ତୋଷକୁ ବରଣ କରିଛି । ଏହା ଦଳକୁ କିଭଳି ୧୨୦ ପ୍ଲସ୍ ଆସନରେ ପହଞ୍ଚାଇବ ତାହା ଶାହା ଜାଣିଥିବେ ।
Previous Post

ଶାହାଙ୍କ ଡିନର୍ ପାର୍ଟିରେ ସୌମ୍ୟ

Next Post

ରାହୁଲଙ୍କ ମୁଣ୍ଡରେ ପୁଣି କେଁ ?

Next Post
ରାହୁଲଙ୍କ ମୁଣ୍ଡରେ ପୁଣି କେଁ ?

ରାହୁଲଙ୍କ ମୁଣ୍ଡରେ ପୁଣି କେଁ ?

Comments 1

  1. Jayanta Kumar Behera says:
    9 years ago

    It’s true facts
    Amit Saha body and voice ru laguchi Hafiz ra Bhai
    Jihad sunei gala
    Center re BJP + odisha BJP hele
    Odisha ku kichi milibani
    Pani se lekar khani,khadan sab lootenge
    Jo opostion Kare GA jail Jane ka rasta dekhega.
    100%

    Naveen se achha Koi nehi ho sakta.Naveen ye Jo word samjho.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA