Thursday, April 30, 2026 11:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶାହାଙ୍କ ଡିନର୍ ପାର୍ଟିରେ ସୌମ୍ୟ

by Our Correspondent
08 Sep, 2017- 11:53 AM
in Latest News, Politics
1 min read
0
ଶାହାଙ୍କ ଡିନର୍ ପାର୍ଟିରେ ସୌମ୍ୟ
ଭୁବନେଶ୍ୱର: ଗତକାଲି ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ଯୋଗଦେଇଥିଲେ ସୌମ୍ୟରଂଜନ ପଟ୍ଟନାୟକ । ହୋଟେଲ ମେ ଫେୟାରରେ ଏକାଠି ବସି ଖାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍ ଙ୍କ ଗହଣରେ ପାର୍ଟି ବେଶ୍ ଜମିଥିଲା । ଶାହାଙ୍କ ମିଶନ୍ ୧୨୦ ପ୍ଲସ୍ ଅଭିଯାନ ଅବସରରେ ଆୟୋଜିତ ହୋଇଥିଲା ଏହି ଡିନର୍ ପାର୍ଟି । ବରିଷ୍ଠ ସମ୍ପାଦକ ଓ ମିଡ଼ିଆ ମାଲିକଙ୍କୁ ଆମନ୍ତ୍ରିତ କରାଯାଇଥିଲା । ସେହି ଆମନ୍ତ୍ରଣ ରକ୍ଷା କରି ଅନ୍ୟମାନଙ୍କ ଭଳି ସୌମ୍ୟ ବି ଯାଇଥିଲେ ।
ଶାହାଙ୍କ ଡିନର୍ ପାର୍ଟିରେ ‘ସମ୍ବାଦ’ ଓ ‘କନକ’ ଟିଭି ମାଲିକ ସୌମ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା କାହିଁକି ? ଅନ୍ୟ ସମ୍ପାଦକ କି ମାଲିକଙ୍କ ଭଳି ସେ ଯିବାରେ ଅସୁବିଧା କେଉଁଠି ? ହୁଏତ ଏହି ପ୍ରଶ୍ନ ଉଠିପାରେ । ମାତ୍ର ଅନ୍ୟ ସମ୍ପାଦକ ଓ ମାଲିକଙ୍କ ସହ ସୌମ୍ୟଙ୍କୁ ତୁଳନା କରାଯାଇପାରିବ ନାହିଁ । ଯେମିତି ତଥାଗତ ଶତପଥୀ କି ବୈଜୟନ୍ତ ପଣ୍ଡା । ଏହି କାଟାଗୋରିର ସୌମ୍ୟ ବି ଜଣେ । ଅଣବିଜେପି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ସେମାନେ ସିଧାସଳଖ ଜଡ଼ିତ । ମିଡ଼ିଆ ଭିନ୍ନ ସୌମ୍ୟଙ୍କର ବିବିଧ ପରିଚୟ ମଧ୍ୟରେ ରହିଛି ‘ଆମ ଓଡ଼ିଶା ପାର୍ଟି’ ସଭାପତି ପରିଚୟ । ସୌମ୍ୟ ନିଜେ ଏହି ଦଳ ଗଢ଼ି ନିର୍ବାଚନରେ ନିଜେ ଲଢ଼ୁଛନ୍ତି ଏବଂ ପ୍ରାର୍ଥୀ ଛିଡ଼ା କରାଉଛନ୍ତି । ବିଜେଡ଼ି ଓ ବିଜେପି ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ । ସୁତରାଂ ନିଜେ ଏକ ଅଣବିଜେପି ରାଜନୈତିକ ଦଳର ମୁଖିଆ ହୋଇ ବିଜେପି ଜାତୀୟ ମୁଖିଆଙ୍କ ଏଜେଣ୍ଡାଭରା ଡିନର୍ ପାର୍ଟିରେ ଯୋଗଦେବାକୁ ବୁଦ୍ଧିଜୀବୀ ମହଲ ଠିକ୍ ମନେକରୁନାହାନ୍ତି ।
କିଛି ବୁଦ୍ଧିଜୀବୀଙ୍କ ମତରେ ସୌମ୍ୟ ନିଜକୁ ଅତି ସିଆଣିଆ ଭାବୁଛନ୍ତି । ଖବରକାଗଜ, ଟିଭି, ରେଡ଼ିଓ କି ଯାତ୍ରାପାର୍ଟି ମାଲିକଭାବେ ସେ ନିଜକୁ ସୀମିତ ରଖିନାହାନ୍ତି । ଭାଷା ଆନ୍ଦୋଳନ, ରକ୍ତଦାନ, ଚାଷୀ ଆନ୍ଦୋଳନ, ଚିଟଫଣ୍ଡ ଜମାକାରୀଙ୍କ ସ୍ୱାର୍ଥରକ୍ଷା ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି । ସାମାଜିକ ଆନ୍ଦୋଳନ ଛଡ଼ା ପ୍ରତ୍ୟକ୍ଷ ରାଜନୀତିରେ ନିଜକୁ ଓତଃପ୍ରୋତଃ ଜଡ଼ିତ କରିଛନ୍ତି । କଂଗ୍ରେସରୁ ତଡ଼ାଖାଇଲା ପରେ ‘ଆମ ଓଡ଼ିଶା ପାର୍ଟି’ ଗଢ଼ି ନିର୍ବାଚନ ମୈଦାନରେ । ଏକା ସମୟରେ ସବୁ କାନ୍ଧରେ ଗାମୁଛା ପକାଇ ସ୍ୱାଦ ଚାଖିବା ଉଦ୍ୟମକୁ ସେମାନେ ପସନ୍ଦ କରିନାହାନ୍ତି । ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ତାଙ୍କର ଯୋଗଦାନକୁ ସେମାନେ ସେହି ଦୃଷ୍ଟିରେ ଦେଖିଛନ୍ତି । ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ସୌମ୍ୟ-ଧର୍ମେନ୍ଦ୍ରଙ୍କ ନିବିଡ଼ ସମ୍ପର୍କ ନେଇ ଆଲୋଚନା ହୋଇଥିଲା । ତେବେ ପରେ ସେ ବିଜେଡ଼ିରେ ମିଶୁଥିବା ଚର୍ଚ୍ଚା ହେଲା । ହଠାତ୍ ତାଙ୍କୁ ନବୀନ ନିବାସରେ ବି ଦେଖିବାକୁ ମିଳିଲା । ସେହି ଚର୍ଚ୍ଚାରେ ଅନ୍ତ ଘଟି ନ ଥିବା ବେଳେ ତାଙ୍କୁ ଦେଖିବାକୁ ମିଳିଛି ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ।
ସୂଚନାଯୋଗ୍ୟ, ଓଡ଼ିଶାରେ ମିଶନ୍ ୧୨୦ ପ୍ଲସ୍ ରେ ବିଜେପିର ମୁଖ୍ୟ ଟାର୍ଗେଟ୍ ରହିଛି ମିଡ଼ିଆ । ମିଡ଼ିଆକୁ ହାତରେ ରଖିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି କାର୍ଯ୍ୟକାରୀ କଲାଣି । ଏଥିପାଇଁ ଦଳ ପକ୍ଷରୁ ଆଖିବୁଜା ଟଙ୍କା ଖର୍ଚ୍ଚ ହେଉଛି । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ପଦୋନ୍ନତି ପାଇଲା ପରେ ମିଶନ୍ ଆହୁରି ଜୋରଦାର ହୋଇଛି ।
Previous Post

ଶାହାଙ୍କ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ ଫିକ୍ସିଂ !

Next Post

ଶାହାଙ୍କ ଫ୍ଲପ୍ ସୋ !

Next Post
ଶାହାଙ୍କ ଫ୍ଲପ୍ ସୋ !

ଶାହାଙ୍କ ଫ୍ଲପ୍ ସୋ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA