Thursday, April 30, 2026 11:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶାହାଙ୍କ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ ଫିକ୍ସିଂ !

by Our Correspondent
07 Sep, 2017- 03:40 PM
in Latest News, Politics
1 min read
0
ଶାହାଙ୍କ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ ଫିକ୍ସିଂ !
ଭୁବନେଶ୍ୱର: ଗତକାଲି ଅମିତ୍ ଶାହାଙ୍କ ବୁଦ୍ଧିଜୀବୀ ସମ୍ମିଳନୀକୁ ଫିକ୍ସିଂ କରିଥିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ୍ । ବିଜେପି ଓ ଧର୍ମେନ୍ଦ୍ରଙ୍କ ପ୍ରତି ଲୟାଲ୍ ଥିବା ବୁଦ୍ଧିଜୀବୀଙ୍କୁ ସ୍କ୍ରିନ୍ ଟେଷ୍ଟ ଭଳି ଚୟନ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ନିମନ୍ତ୍ରଣ ନାଁରେ ଦଳୀୟ ହୁକୁମ୍ କୁ ସ୍ୱାଭିମାନୀ ବୁଦ୍ଧିଜୀବୀ ଏଡାଇ ଦେଇଥିଲେ । କାଁ ଭାଁ ସେଠାକୁ ଯାଇଥିଲେ । ଜଣେ ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ୪ ଦିନ ତଳେ ବିଜେପି ଅଫିସରୁ ତାଙ୍କ ପାଖକୁ ଇଂରାଜୀରେ ଏକ ମେସେଞ୍ଜ ଆସିଥିଲା । ଲେଖାଥିଲା- ଅମିତ୍ ଶାହା ୬ ସେପ୍ଟେମ୍ବର ସଂଧ୍ୟା ୫.୩୦ରେ ହୋଟେଲ ପାଲହାଇଟସ୍ ରେ ବୁଦ୍ଧିଜୀବୀଙ୍କୁ ଭେଟିବେ । ଆପଣ ପାର୍ଟି ଇଣ୍ଟେଲେକ୍ଚୁଆଲ୍ ସେଲ୍ ର ପ୍ରଫେସର ପାଣିଙ୍କଠାରୁ ଇନଭିଟେସନ୍ କାର୍ଡ କଲେକ୍ଟ କରିବାକୁ ଅନୁରୋଧ । ଏଭଳି ଅବାଂଛିତ ଅନୁରୋଧ ଭଦ୍ରବ୍ୟକ୍ତିଙ୍କୁ ବ୍ୟଥିତ କରିଥିଲେ ମଧ୍ୟ ଆଗ୍ରହବଶତଃ ପାର୍ଟି ଅଫିସ୍ ଆସି ପ୍ରଫେସର ପାଣିଙ୍କୁ ଭେଟିଲେ । ପ୍ରଫେସର ପାଣି ତାଙ୍କର ପରିଚୟ ଯାଞ୍ଚ କଲା ପରେ ଧର୍ମେନ୍ଦ୍ରଙ୍କ ସିନିୟର୍ ଓ ଜୁନିୟର୍ ଗୁମାସ୍ତା(ପିପି)ଙ୍କୁ ଯୋଗାଯୋଗ କଲେ । କ’ଣ କଥା ହେଲେ କେଜାଣି ଅନ୍ୟ ଆଳ ଦେଖାଇ ସଂପୃକ୍ତ ଭଦ୍ରବ୍ୟକ୍ତିଙ୍କୁ ଇନଭିଟେସନ୍ କାର୍ଡ ଦେବାକୁ ମନା କରିଦେଲେ । ବିଚରା ଭଦ୍ରବ୍ୟକ୍ତି ସେଠାରୁ ଅପମାନିତ ହୋଇ ଫେରିଥିବା ଆମକୁ କହିଛନ୍ତି ।
ଆଜି ହୋଟେଲ ମାରିଅନ୍ ରେ ଅମିତ୍ ଶାହାଙ୍କ ସାମ୍ବାଦିକ ସମ୍ମିଳନୀରେ ବି ସେମିତିକା ଘଟଣା ଦେଖିବାକୁ ମିଳିଲା । ଶାହାଙ୍କ ଆସିବା ପୂର୍ବରୁ ଦଳର ମୁଣ୍ଡିଆଳ ମୁଖପାତ୍ର ସଜ୍ଜନ ଶର୍ମା ସାମ୍ବାଦିକଙ୍କୁ ଟିଉସନ୍ କଲେ । କମାଣ୍ଡ ଦେଲେ, ଯାହାର ନାଁ ଡକାଯିବ ସେ କେବଳ ପ୍ରଶ୍ନ ପଚାରିବେ । ଉପରେ ପଡ଼ି କେହି ପ୍ରଶ୍ନ କରିପାରିବେନି । ମଞ୍ଚ ଉପରୁ ଯାହା ନିର୍ଦ୍ଦେଶ ଯିବ ତାହା ସାମ୍ବାଦିକମାନେ ମାନିବାକୁ ଏକପ୍ରକାର ଚେତାବନୀ ଶୁଣାଇଥିଲେ । ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ଅମିତ୍ ଶାହା ଆସିଲେ । ସାଙ୍ଗରେ ଥିଲେ ଧର୍ମେନ୍ଦ୍ର, ଜୁଏଲ୍, କନକ ବର୍ଦ୍ଧନ, ସମ୍ବିତ ପାତ୍ର ଓ ଅରୁଣ ସିଂ । ଆରମ୍ଭ ହେଲା ସାମ୍ବାଦିକ ସମ୍ମିଳନୀ । ମୋଦି ସରକାରଙ୍କ ସଫଳତା ଗାନ କରିବା ସହ ଶାହା ଓଡ଼ିଶାକୁ ମୋଦି ସରକାରଙ୍କ ମୋଟା ଆର୍ଥିକ ଅନୁଦାନର ପରିସଂଖ୍ୟାନ ଦେଇଥିଲେ । ସେଠୁଁ ଆରମ୍ଭ ହେଲା ସାମ୍ବାଦିକଙ୍କ ପ୍ରଶ୍ନ । ସଜ୍ଜନ ଶର୍ମା ଜଣଙ୍କ ପରେ ଜଣେ ପ୍ରାୟ ୧୦ ଜଣ ସାମ୍ବାଦିକଙ୍କ ନାଁ ଡାକି ପ୍ରଶ୍ନ କରିବାକୁ କହିଲେ । ଯେଉଁ ସାମ୍ବାଦିକ ନିଜ ଆଡୁ ପ୍ରଶ୍ନ କରିବାକୁ ଚାହିଁଲେ ତାଙ୍କୁ ସୁଯୋଗ ଦିଆଗଲାନି । ସଜ୍ଜନଙ୍କ ବାରଣସତ୍ତ୍ୱେ ଶାହାଙ୍କ ଇସାରାରେ ଦୁଇ ତିନି ଜଣ ଅଣତାଲିକାଭୁକ୍ତ ସାମ୍ବାଦିକ ପ୍ରଶ୍ନ ପଚାରିବାକୁ ସୁଯୋଗ ପାଇଲେ ।
ଧର୍ମେନ୍ଦ୍ର ଶିଶୁପାଳ
ଓଡ଼ିଶାରେ ବିଜେପିର ୧୨୦ ମିଶନ୍ + ନିଶ୍ଚିତ ସଫଳ ହେବ ବୋଲି ଶାହା ଦମ୍ଭ ଦେଖାଇଥିଲେ । ତେବେ କାହାରି ନେତୃତ୍ୱରେ ଦଳ ଲଢ଼ିବ ତାହା ନିର୍ଣ୍ଣୟ ହୋଇନାହିଁ । ସାମ୍ବାଦିକଙ୍କ ଦୋହରା ପ୍ରଶ୍ନରେ ଶାହା ଏହି ଉତ୍ତର ଦୋହରାଇଥିଲେ । ବିଜେପି ଭିତିର ସୂତ୍ରର ଖବର ଅନୁଯାୟୀ ସାମ୍ବାଦିକଙ୍କ ମୁହଁରେ ଏହି ପ୍ରଶ୍ନ ପଚାରି ଧର୍ମେନ୍ଦ୍ରଙ୍କ ଲୋକେ ଶାହାଙ୍କ ପାଟିରୁ ଧର୍ମେନ୍ଦ୍ରଙ୍କ ନାଁ ଶୁଣିବାକୁ ଅନାଇଥିଲେ । ମାତ୍ର ଶାହା ସେମାନଙ୍କୁ ନିରାଶ କରିଥିଲେ । ଅନ୍ୟ ଏକ ପ୍ରଶ୍ନରେ ବିଜେଡ଼ି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି ଶାହା କହିଥିଲେ ।
Previous Post

ସୁଲୋଚନା ବିଜେଡ଼ିକୁ ବିପଦ

Next Post

ଶାହାଙ୍କ ଡିନର୍ ପାର୍ଟିରେ ସୌମ୍ୟ

Next Post
ଶାହାଙ୍କ ଡିନର୍ ପାର୍ଟିରେ ସୌମ୍ୟ

ଶାହାଙ୍କ ଡିନର୍ ପାର୍ଟିରେ ସୌମ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA