Thursday, April 30, 2026 12:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରୁପାନୀଙ୍କ ପାଟିରେ ଧର୍ମେନ୍ଦ୍ରଙ୍କ ଭାଷା

by Our Correspondent
17 Dec, 2018- 06:41 PM
in Latest News, Politics
1 min read
0
ରୁପାନୀଙ୍କ ପାଟିରେ ଧର୍ମେନ୍ଦ୍ରଙ୍କ ଭାଷା
ଭୁବନେଶ୍ୱର: ଗୁଜୁରାଟର ସୁରଟରେ ରହୁଥିବା ୭ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ମନ ଜିଣିବା ପାଇଁ ବଳ କଷାକଷି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଟ ଯାଇଥିବା ବେଳେ ବିଜେପି ଶାସିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଭୁବନେଶ୍ୱର ଆସିଥିଲେ । ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଫେଲ୍ । ମାତ୍ର ତାଙ୍କ ବକ୍ତବ୍ୟରେ ରାଫେଲ୍ ପ୍ରସଙ୍ଗ ଗୌଣ ହୋଇ ନବୀନଙ୍କ ଗୁଜୁରାଟ ଗସ୍ତ ମୁଖ୍ୟ ହୋଇଯାଇଥିଲା । ନବୀନଙ୍କ ଗୁଜୁରାଟ ଗସ୍ତକୁ ସେ ତେର୍ଚ୍ଛା ବାଣ ମାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷା ଶୁଣାଇଛନ୍ତି ।
୧୯ ବର୍ଷ ପରେ ସୁରଟ କଥା ନବୀନଙ୍କର କେମିତି ମନେପଡ଼ିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ ରୁପାନି । କହିଥିଲେ, ତାଙ୍କ ସରକାର ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପଢ଼ା ଯାଉଥିବା ୭ଟି ସ୍କୁଲକୁ ସରକାରୀ ସ୍ୱୀକୃତି ଦିଆଯାଇଛି । ସେଠି ଓଡ଼ିଆମାନେ ଭଲରେ ଅଛନ୍ତି । ଏଠିକା ସରକାର ସେମାନଙ୍କ ପାଇଁ ଚିନ୍ତା କରିବା ଦରକାର ନାହିଁ । ପ୍ରବାସୀ ଓଡ଼ିଆଙ୍କ ପାଇଁ ତାଙ୍କ ସରକାର କ’ଣ କ’ଣ କରିଛନ୍ତି ତାହାର ହିସାବ ଥୋଇଥିଲେ ରୁପାନୀ । ଚିଟଫଣ୍ଡ ଓ ଆୟୁଷ୍ମାନ୍ ଯୋଜନା ପ୍ରସଙ୍ଗ ବି ଉଠାଇଥିଲେ । ସୁରଟରେ ରହୁଥିବା ଅନେକ ଓଡ଼ିଆ ଚିଟଫଣ୍ଡର ଶିକାର ହୋଇଛନ୍ତି । ସେମାନଙ୍କ ବହୁ କଷ୍ଟ ଅର୍ଜିତ ଧନ ବୁଡ଼ିଯାଇଛି । ନବୀନବାବୁ ସେମାନଙ୍କ କଥା ଆଗ ବୁଝନ୍ତୁ ବୋଲି ରୁପାନୀ କହିଥିଲେ । ସେହିଭଳି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ସପକ୍ଷରେ ସେ ଯୁକ୍ତି ଦର୍ଶାଇଥିଲେ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସୁରଟ ପ୍ରବାସୀ ଓଡ଼ିଆମାନେ ଉପକୃତ ହେବେ ନାହିଁ । ତେଣୁ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ରୁପାନୀ ପରାମର୍ଶ ଦେଇଥିଲେ ।
ରୁପାନୀଙ୍କ ପ୍ରତିଟି ମନ୍ତବ୍ୟରେ ଧର୍ମେନ୍ଦ୍ର ଓ ରାଜ୍ୟ ବିଜେପିର ଭାଷା ଜଳ ଜଳ ଦିଶିଥିଲା । ରାଫେଲ ପ୍ରସଙ୍ଗରେ ବିଜେପି ନେତାମାନେ ସାରା ଦେଶ ବୁଲି କଂଗ୍ରେସ ବିରୋଧରେ ପ୍ରେସ୍ ମିଟ୍ କରୁଛନ୍ତି । ସେହିକ୍ରମରେ ଓଡ଼ିଶାକୁ ଜଣେ କେନ୍ଦ୍ରୀୟ ନେତା ଆସିବାର ଥିଲା । ମାତ୍ର ନବୀନଙ୍କ ସୁରଟ ଗସ୍ତ କାର୍ଯ୍ୟକ୍ରମକୁ ଟକ୍କର ଦେବା ପାଇଁ ରୁପାନୀଙ୍କୁ ଏଠାକୁ ଆଣିବା ପାଇଁ ବ୍ୟବସ୍ଥା ହୋଇଥିଲା । ଧର୍ମେନ୍ଦ୍ର ପ୍ରଧାନ ଏହାର ମୁଖ୍ୟ ଯୋଗାଡ଼ିଆ ଥିବା କୁହାଯାଉଛି ।
ଏପଟେ ରୁପାନୀଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛି ବିଜେଡ଼ି । ଓଡ଼ିଶାବାସୀଙ୍କ ପାଇଁ ଓଡ଼ିଶା ସରକାର ବେଶ୍ ଯତ୍ନଶୀଳ । ସେ ବିଷୟରେ ରୁପାନୀ ମୁଣ୍ଡ ଖେଳାଇବା ଆବଶ୍ୟକ ନାହିଁ ବୋଲି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶା ବାହାରେ ରହୁଥିବା ଲୋକ ଉପକୃତ ହେବେ । ବିଜେପି ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତି ନ କରୁ । ସେହିଭଳି ଓଡ଼ିଶାର ଚିଟଫଣ୍ଡ ପ୍ରସଙ୍ଗରେ ରୁପାନୀ ମନ୍ତବ୍ୟ ନଦେଇ ନିଜ ରାଜ୍ୟ କଥା ବୁଝନ୍ତୁ । ଗୁଜୁରାଟରେ ବି ଚିଟଫଣ୍ଡ ଦୁର୍ନୀତି ଅଭିଯୋଗ ରହିଛି । ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ, ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଗତ ସେପ୍ଟେମ୍ବରରେ ସୁରଟରେ ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରିବା ଲକ୍ଷ୍ୟରେ ବଡ଼ ଧୂମଧାମରେ ଓଡ଼ିଶା ପର୍ବର ଆୟୋଜନ କରାଯାଇଥିଲା । ଏହି ଆୟୋଜନର ପ୍ରଚ୍ଛଦପଟରେ ଧର୍ମେନ୍ଦ୍ର ଥିଲେ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ରୁପାନୀଙ୍କୁ ସାଙ୍ଗରେ ନେଇ ନିଜେ ଉତ୍ସବରେ ଅତିଥି ଥିଲେ । ପ୍ରବାସୀ ଓଡ଼ିଆଙ୍କ ଭୋଟକୁ ବିଜେପି ସପକ୍ଷରେ ରଖିବାକୁ ଏଭଳି ଉଦ୍ୟମ ହୋଇଥିବା ଚର୍ଚ୍ଚା ହୋଇଥିଲା । ଠିକ ସେହିଭଳି ଆଜି ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ପଛରେ ବିଜେଡ଼ି ସପକ୍ଷରେ ପ୍ରବାସୀ ଓଡ଼ିଆଙ୍କ ଭୋଟ ହାତେଇବାର ଲକ୍ଷ୍ୟ ଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ଓଡ଼ିଶା ମହୋତ୍ସବରେ ଯୋଗଦେଇ ଆସନ୍ତାକାଲି ଫେରିବେ । ମୁଖ୍ୟମନ୍ତ୍ରୀଙ୍କ ସୁରଟ୍ ଗସ୍ତକୁ ନେଇ ଗତକାଲି ଧର୍ମେନ୍ଦ୍ର କଟାକ୍ଷ କରିଥିଲେ । ଆଜି ରୁପାନୀ ଭବନେଶ୍ୱର ଆସି ଅବିକଳ ସେହି କଥା କହିଛନ୍ତି ।
Previous Post

ଚାଷୀଙ୍କୁ ପ୍ରତାରଣାର ପ୍ରତିବାଦ: ୮ରେ ସଂସଦ ଭବନ ଘେରାଉ କରିବ ବିଜେଡ଼ି

Next Post

ହୃଦରୋଗ ଆକ୍ରାନ୍ତ ଓଡ଼ିଆ ଶିଶୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Next Post
ହୃଦରୋଗ ଆକ୍ରାନ୍ତ ଓଡ଼ିଆ ଶିଶୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ହୃଦରୋଗ ଆକ୍ରାନ୍ତ ଓଡ଼ିଆ ଶିଶୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA