ଭୁବନେଶ୍ୱର: ସୁରଟ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଟକିଥିଲେ ଅହମ୍ମଦାବାଦରେ । ସିଧା ଯାଇଥିଲେ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ୍ । ହୃଦରୋଗରେ ଆକ୍ରାନ୍ତ ହୋଇ ସେଠାରେ ପ୍ରାୟ ୧୫୦ ଓଡ଼ିଆ ପିଲା ଚିକିତ୍ସିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଚାହିଁଥିଲେ । ମୁଖ୍ୟମନ୍ତ୍ରୀ ସେହି ପିଲା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଥିଲେ । ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ୩୬ ଜଣ ପିଲା ସୁସ୍ଥ ହୋଇସାରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡିସଚାର୍ଜ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ।








