Saturday, April 18, 2026 02:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରେପିଷ୍ଟ୍ ବାବାଙ୍କୁ ନେଇ ଜଳୁଛି ପଞ୍ଜାବ-ହରିୟାଣା, ୩୦ ମୃତ

by Our Correspondent
25 Aug, 2017- 10:33 PM
in Latest News, News
1 min read
0
ରେପିଷ୍ଟ୍ ବାବାଙ୍କୁ ନେଇ ଜଳୁଛି ପଞ୍ଜାବ-ହରିୟାଣା, ୩୦ ମୃତ
ନୂଆଦିଲ୍ଲୀ: ହରିୟାଣାର ଡେରା ସଚା ସୌଦା ମୁଖ୍ୟ ବହୁ ଚର୍ଚ୍ଚିତ ବାବା ଗୁରୁମିତ୍ ରହିମ୍ ସିଂହ ଓରଫ୍ ରାମ ରହିମ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୦୨ ମସିହାରେ ଜଣେ ମହିଳା ଅନୁଗତଙ୍କୁ ଦୁଷ୍କର୍ମ ମାମଲାରେ ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୨୮ ତାରିଖରେ ବାବାଙ୍କ ପାଇଁ ଦଣ୍ଡ ଘୋଷଣା ହେବ । ରେପିଷ୍ଟ୍ ବାବା ରାମ ରହିମ୍ ଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କଲାପରେ ତାଙ୍କ ଅନୁଗତମାନେ ଲଙ୍କାକାଣ୍ଡ ଭିଆଇଛନ୍ତି । ପଞ୍ଜାବ ଓ ହରିୟାଣାରେ ନିଆଁ ଜଳୁଛି । ପ୍ରବଳ ହିଂସାକାଣ୍ଡ ଓ ପୁଲିସ ଗୁଳିରେ ଅତି କମ୍ ରେ ୩୦ ଜଣ ଡେରା ସମର୍ଥକ ପ୍ରାଣ ହରାଇଛନ୍ତି । ୨୫୦ରୁ ଅଧିକ ସମର୍ଥକ ଆହତ ହୋଇଛନ୍ତି । ପଞ୍ଜାବ ଓ ହରିୟାଣା ନିଆଁ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ଡେଇଁଛି । ସେ ସବୁଜାଗାରେ ପୋଡ଼ାଜଳା ଚାଲିଛି । ଓଡ଼ିଶାର କିଛି ସ୍ଥାନରେ ବାବାଙ୍କ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରାମ ରହିମ୍ ଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଲା ମାତ୍ରେ ପଞ୍ଚକୁଲାରୁ ଆରମ୍ଭ ହୋଇଥିଲା ହିଂସାକାଣ୍ଡ । ସେଠାରୁ ସମଗ୍ର ରାଜ୍ୟ ଓ ପଞ୍ଜାବକୁ ବ୍ୟାପିଥିଲା ହିଂସା । ଅନୁଗତମାନେ ରାସ୍ତାକୁ ଓହ୍ଲାଇ ଉନ୍ମତ୍ତ କାଣ୍ଡ କରିଥିଲେ । ହଜାର ହଜାର ସମର୍ଥକ ବିଭିନ୍ନ ସହରରେ ଗାଡ଼ି ମଟର, ଟ୍ରେନ୍ ପୋଡାଜଳା କରିଥିଲେ । ବାବାଙ୍କ ଅନୁଗାମୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଗୁଳି ଚଳାଇଥିଲା । ପୁଲିସ ଗୁଳିରେ ବର୍ତ୍ତମାନ ସୁଦ୍ଧା ଅତି କମ୍ ରେ ୩୦ ଜଣ ଡେରା ସମର୍ଥକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ୨୫୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ପୁଲିସ ଗୁଳିକୁ ଡେରା ସମର୍ଥକ ଖାତିର କରିନାହାନ୍ତି । ଉତକ୍ଷିପ୍ତ ସମର୍ଥକମାନେ ପୁଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି । ହିଂସାକାଣ୍ଡର ଲାଇଭ୍ କରୁଥିବା ଦୁଇଟି ଜାତୀୟ ଚାନେଲର ଓବି ଭ୍ୟାନକୁ ଜାଳି ଦେଇଛନ୍ତି ।
ହିଂସାକାଣ୍ଡ ଏବେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ବ୍ୟାପିଛି । ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଆରମ୍ଭ ହୋଇଛି । ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ଗୃହମନ୍ତ୍ରୀ ରାଜନାଥ ସିଂ ଜରୁରୀ ବୈଠକ ଡାକି ସମୀକ୍ଷା କରିଛନ୍ତି । ଉତ୍ତେଜନାପ୍ରବଣ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ହରିୟାଣାର ପଞ୍ଚକୁଲା, ବାବାଙ୍କ ଆଶ୍ରମ ଶୀର୍ଷା ଆଦି ଜାଗାରେ କର୍ଫ୍ୟୁ ଜାରି ହୋଇଛି । ଦିଲ୍ଲୀ ସହରରେ ୧୪୪ ଧାରା ଜାରି ହୋଇଛି । ହିଂସାକାଣ୍ଡ ରୋକିବାରେ ବିଫଳ ବିଜେପି ଶାସିତ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର୍ ଙ୍କ ଇସ୍ତଫା ଦାବି ଜୋର୍ ଧରିଛି ।
ସୂଚନାଯୋଗ୍ୟ, ୨୦୦୨ ଏପ୍ରିଲ୍ ମାସରେ ବାବା ରାମ ରହିମ୍ ଙ୍କ ବିରୋଧରେ ଜଣେ ମହିଳା ଅନୁଗାମୀ ହରିୟାଣା ହାଇକୋର୍ଟରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମେ ମାସରେ ହାଇକୋର୍ଟ ଶୀର୍ଷାର ସେସନସ୍ ଜଜ୍ ଙ୍କୁ ଅଭିଯୋଗ ଯାଞ୍ଚ ଦାୟିତ୍ୱ ଦେଇଥିଲେ । ଡିସେମ୍ବରରେ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା । ତାଙ୍କ ବିରୋଧରେ ୩୭୬,୫୦୬ ଏବଂ ୫୦୯ ଦଫାରେ ମାମଲା ରୁଜୁ ହୋଇଥିଲା । ୨୦୦୩ ଡିସେମ୍ବରରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା । ୨୦୦୭ ଜୁଲାଇରେ ଅମ୍ବାଲା ସିବିଆଇ କୋର୍ଟରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା । ଚାର୍ଜସିଟ୍ ରେ ବାବା ୩୬ ମହିଳା ଅନୁଗତଙ୍କୁ ଦୁଷ୍କର୍ମ କରିଥିବା ଉଲ୍ଲେଖ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଅଭିଯୋଗୀକାରୀଙ୍କୁ ଠାବ କରିବାରେ ସିବିଆଇ ବିଫଳ ହୋଇଥିଲା । ୨୦୦୮ ଅଗଷ୍ଟରେ ମାମଲାର ଟ୍ରାଏଲ୍ ଆରମ୍ଭ ହୋଇଥିଲା । ସାକ୍ଷ୍ୟଗ୍ରହଣ ପରେ ଆଜି ମାମଲାର ରାୟ ଶୁଣାଇଥିଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ ।
Previous Post

ସାର୍ ଙ୍କୁ ସ୍କୁଲ ଫେରାଇବ କିଏ ?

Next Post

‘ଜୟ’ ଙ୍କ କଳାଟଙ୍କାର ତଦନ୍ତ ଦାବି କଲେ ଯୋଗୀ

Next Post
‘ଜୟ’ ଙ୍କ କଳାଟଙ୍କାର ତଦନ୍ତ ଦାବି କଲେ ଯୋଗୀ

‘ଜୟ’ ଙ୍କ କଳାଟଙ୍କାର ତଦନ୍ତ ଦାବି କଲେ ଯୋଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA