ପୁରୀ: ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆଜି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରୁ ରତ୍ନବେଦୀ ଛାଡ଼ି ଶରଧାବାଲିରେ ପହଞ୍ଚିଛନ୍ତି ଲୀଳାମୟ । ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି ଓ ରଥଟଣା କାର୍ଯ୍ୟ ବେଶ୍ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା । ଚତୁର୍ଦ୍ଦଶା ମୂର୍ତ୍ତିଙ୍କ ଧାଡ଼ି ପହଞ୍ଚି ଆରମ୍ଭ ହୋଇଥିଲା ଅଧଘଣ୍ଟା ପୂର୍ବରୁ । ଠାକୁରଙ୍କ ରଥରୁଢ଼ା ପରେ ଗଜପତି ଶ୍ରୀନଅରରୁ ଏକ ସୁସଜ୍ଜିତ ବିମାନରେ ଆସି ଛେରାପହଁରା କରିଥିଲେ ।
ନିର୍ଦ୍ଧାରିତ ସମୟର ଦେଢ଼ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ଅପରାହ୍ନ ୨ଟା ୩୫ ମିନିଟ୍ ରେ ପ୍ରଥମେ ଦେବୀ ବଳଭଦ୍ରଙ୍କ ତାଳଧ୍ୱଜ, ପଛରେ ସୁଭଦ୍ରଙ୍କ ଦେବଦଳନ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଗଡ଼ି ଚାଲିଥିଲା ବଡ଼ଦାଣ୍ଡରେ । ଅପରାହ୍ନ ସୁଦ୍ଧା ତାଳଧ୍ୱଜ ଓ ଦେବୀଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା ବେଳେ ଗୁଣ୍ଡିଚା ମନ୍ଦିରର ସାମାନ୍ୟ ପଛକୁ ଶରଧାବାଲିରେ ଅଟକିଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।
ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ଆଜି ବଡ଼ଠାକୁରଙ୍କ ପହଞ୍ଚି ବିଜେଠାରୁ ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମରେ ଭକ୍ତିପୂତ ହୋଇପଡ଼ିଥିଲା ବଡ଼ଦାଣ୍ଡ । କଡ଼ା ସୁରକ୍ଷା ବଳୟ ଯୋଗୁଁ ସେଭଳି ବଡ଼ ବିଶୃଙ୍ଖଳା ନଜରକୁ ଆସିନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭିଭିଆଇପିମାନେ ବଡ଼ଦାଣ୍ଡରେ ଉପସ୍ଥିତ ରହି ମହାପ୍ରଭୁଙ୍କ ଆର୍ଶିବାଦ ଲୋଡ଼ିଥିଲେ ।