Thursday, May 7, 2026 08:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୂଚନା ଓ ଲୋକସମ୍ପର୍କ ବିଭାଗ ପଙ୍ଗୁ; ସରକାରଙ୍କ ପାଇଁ ସତର୍କ ଘଣ୍ଟି

by Our Correspondent
15 Jul, 2018- 11:09 AM
in Latest News, News
1 min read
0
ସୂଚନା ଓ ଲୋକସମ୍ପର୍କ ବିଭାଗ ପଙ୍ଗୁ; ସରକାରଙ୍କ ପାଇଁ ସତର୍କ ଘଣ୍ଟି
ଭୁବନେଶ୍ୱର: ରଥଯାତ୍ରା ପୂର୍ବସଂଧ୍ୟାରେ ପୁରୀରେ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋଟେ ଦଶଦିନିଆ ମଲଟି ମିଡ଼ିଆ ଫଟୋ ପ୍ରଦର୍ଶନୀ ଏବଂ ଆରଟି ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ପ୍ରଗତି ସମ୍ପର୍କିତ ଫଟୋ ପ୍ରଦର୍ଶନୀ । ପ୍ରଥମଟିର ଆୟୋଜକ ଥିଲେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଲୋକସମ୍ପର୍କ ବ୍ୟୁରୋ । ଦ୍ୱିତୀୟଟିର ଆୟୋଜକ ଥିଲେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ । ପ୍ରଥମଟିର ଉଦଘାଟକ ଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦ୍ୱିତୀୟଟିର ଉଦଘାଟକ ଥିଲେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା । ବିଭାଗର ସଚିବ, ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ପଦାଧିକାରୀମାନେ ସେଠି ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମର ବହୁଳ ପ୍ରସାର ହେଲା । ସବୁ ଖବରକାଗଜ ଓ ଟିଭିରେ ବଡ଼ ବଡ଼ ହୋଇ ବାହାରିଲା । ଅଥଚ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ କାର୍ଯ୍ୟକ୍ରମ ସେହି ପୁରୀ ବାଘ ଆଖଡ଼ା ମଠରେ ସୀମିତ ରହିଗଲା । କୌଣସି ଟିଭି କି ଖବରକାଗଜରେ ପଦୁଟିଏ ବି ବାହାରିଲାନି । କେନ୍ଦ୍ର ସରକାରଙ୍କ ଆୟୋଜିତ ମଲଟି ମିଡ଼ିଆ ଫଟୋ ପ୍ରଦର୍ଶନୀରେ ୪୮ ମାସର ପରିବର୍ତ୍ତିତ ଭାରତକୁ ଉପସ୍ଥାପିତ କରାଯାଇ ବହୁଳ ପ୍ରସାର କରାଗଲା । ହେଲେ ରାଜ୍ୟ ସରକାରଙ୍କ ଆୟୋଜିତ ଫଟୋ ପ୍ରଦର୍ଶନୀରେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ପ୍ରଗତି ସ୍ଥାନ ପାଇଥିଲେ ମଧ୍ୟ ତାହାର ପ୍ରସାର ହୋଇପାରିଲା ନାହିଁ । କେନ୍ଦ୍ର ସରକାରଙ୍କ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ରଠାରୁ ଆରମ୍ଭ କରି ପ୍ରେସ୍ ରିଲିଜ୍ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ରମକୁ ସଫଳ କରାଗଲା । ହେଲେ ରାଜ୍ୟ ସରକାରଙ୍କ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ନା ଦିଆଗଲା ନିମନ୍ତ୍ରଣ ପତ୍ର ନା ପ୍ରେସ୍ ରିଲିଜ । ଫଳ ହେଲା ଉକ୍ତ ଫଟୋ ପ୍ରଦର୍ଶନୀ ସମ୍ପର୍କରେ କେହି ଜାଣିପାରିଲେ ନାହିଁ ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗଟି କିଭଳି ଚାଲିଛି ତାହାର ଏହା ଏକ ସମ୍ୟକ ଉଦାହରଣ ବୋଲି କୁହାଯାଉଛି । ବିଭାଗଟି ଏବେ ଅଥର୍ବ ଓ ପଙ୍ଗୁ ହୋଇଯାଇଛି ବୋଲି ଅନେକ ସମାଲୋଚନା କରିଛନ୍ତି । ବିଭାଗରେ ମନ୍ତ୍ରୀଙ୍କ କଥା ନିର୍ଦ୍ଦେଶକ ବି ଶୁଣୁନାହାନ୍ତି । ନିର୍ଦ୍ଦେଶକଙ୍କ ମନମାନି ଯୋଗୁଁ ଅଧିକାରୀମାନେ ଯେଝା ବାଟରେ ଯିଏ । ବିଭାଗଟି ପୂରା ଅସଜଡ଼ା ହୋଇଯାଇଛି ବୋଲି ନିଜେ ମନ୍ତ୍ରୀ ବି ସ୍ୱୀକାର କରୁଛନ୍ତି । ତେବେ ବଡ଼କଥାଟି ହେଉଛି, ବିଭାଗର ବର୍ତ୍ତମାନ ନିର୍ଦ୍ଦେଶକଙ୍କ ମନମାନି ଓ ସ୍ୱେଚ୍ଛାଚାରିତା ସମ୍ପର୍କରେ ମନ୍ତ୍ରୀ, ସଚିବ ଜାଣୁଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ତଙ୍କୁ ବିସ୍ମିତ କରିଛି । ପ୍ରଶ୍ନ ଉଠିଲାଣି ବିଭାଗରେ ମନ୍ତ୍ରୀ କି ସଚିବ ବଡ଼ ନା ନିର୍ଦ୍ଦେଶକ । ବିଭାଗର ଏଭଳି କାର୍ଯ୍ୟକଳାପ ସରକାରଙ୍କ ପାଇଁ ଘାତକ ହୋଇଛି ବୋଲି କିଛି ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ।
ଇତିମଧ୍ୟରେ ଜଣେ କିରାଣୀଙ୍କ ବଦଳିକୁ ନେଇ ବିଭାଗର କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ମିଡ଼ିଆ ସେକ୍ସନ୍ ରେ କାମ କରୁଥିବା ସଂପୃକ୍ତ କିରାଣୀଙ୍କ କାର୍ଯ୍ୟଦକ୍ଷତାକୁ ସମସ୍ତେ ପ୍ରଂଶସା କରୁଥିବା ବେଳେ ରଥଯାତ୍ରା ପୂର୍ବଦିନ ତାଙ୍କୁ ଅଚାନକ ବଦଳି କରାଯାଇଛି । ତାଙ୍କର କୁଆଡ଼େ ଭୁଲ୍, ନିର୍ଦ୍ଦେଶକ ଚାହୁଁଥିବା ଏକ ବେନିୟମ କାର୍ଯ୍ୟର କାଗଜପତ୍ର କାମ ସେ କଲେ ନାହିଁ । ଆଉ ତା’ର ଦଣ୍ଡ ଭୋଗିଲେ କିରାଣୀ । ବିଭାଗର ଅନ୍ୟ ଦକ୍ଷ କର୍ମଚାରୀଙ୍କ ମନୋବଳକୁ ଏହା ଦୁର୍ବଳ କରୁଛି ବୋଲି ଅନେକ କର୍ମଚାରୀ କହିଛନ୍ତି ।
Previous Post

ଶରଧାବାଲିରେ ଲୀଳାମୟ

Next Post

ଧର୍ମେନ୍ଦ୍ରଙ୍କ ଜଗନ୍ନାଥ ତତ୍ତ୍ୱ: ଛେରାପହଁରା ଯାହା ‘ଝାଡୁ ମାରିବା’ ତାହା

Next Post
ଧର୍ମେନ୍ଦ୍ରଙ୍କ ଜଗନ୍ନାଥ ତତ୍ତ୍ୱ: ଛେରାପହଁରା ଯାହା ‘ଝାଡୁ ମାରିବା’ ତାହା

ଧର୍ମେନ୍ଦ୍ରଙ୍କ ଜଗନ୍ନାଥ ତତ୍ତ୍ୱ: ଛେରାପହଁରା ଯାହା ‘ଝାଡୁ ମାରିବା’ ତାହା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA