Thursday, April 30, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶାସ୍ତ୍ରୀନଗରରେ ବିଜେଡ଼ି-ବିଜେପି ଅପୂର୍ବ ମିଳନ

by Our Correspondent
17 Sep, 2017- 01:48 PM
in Latest News, Politics
1 min read
0
ଶାସ୍ତ୍ରୀନଗରରେ ବିଜେଡ଼ି-ବିଜେପି ଅପୂର୍ବ ମିଳନ
ଭୁବନେଶ୍ୱର: ୟୁନିଟ୍-୪ ଶାସ୍ତ୍ରୀନଗର ବକ୍ସିପାତ୍ର ହାଉସ୍ ରେ ରହୁଛନ୍ତି ଭୃଗୁ ବକ୍ସିପାତ୍ର ଓ ଲୋପାମୁଦ୍ରା ବକ୍ସିପାତ୍ର । ହରିଶ୍ଚନ୍ଦ୍ର ବକ୍ସିିପାତ୍ରଙ୍କର ଏହି ସୁଯୋଗ୍ୟ ଦୁଇ ଦାୟାଦଙ୍କ ମଧ୍ୟରୁ ପୁଅ ଭୃଗୁ ବିଜେପି ହଟସିଟ୍ ଆସନରେ ଥିବା ବେଳେ ଝିଅ ଲୋପାମୁଦ୍ରା ବିଜେଡ଼ିର ହଟକେକ୍ । ସମ୍ମାନସ୍ପଦ ମହିଳା କମିଶନ ଅଧ୍ୟକ୍ଷା ଆସନରେ ନବୀନ ତାଙ୍କୁ ଦୁଇ ଦୁଇଟି ଟର୍ମ ବସାଇଛନ୍ତି । ତେବେ ସାଂପ୍ରତିକ ବିଜେଡ଼ି-ବିଜେପି ରାଜନୀତିରେ ଏବେ ଅନେକଙ୍କ ନଜର ପଡ଼ିଛି ବକ୍ସିପାତ୍ର ହାଉସ୍ ଉପରେ । ଗୋଟେ ଛାତ ତଳେ ଭାଇଭଉଣୀ ରହୁଥିବାରୁ ସକାଳୁ ସକାଳୁ ସେଠାରେ ବିଜେଡ଼ି ଓ ବିଜେପି ଲୋକଙ୍କ ଭିଡ଼ ହେଉଛି । ଲୋପାମୁଦ୍ରାଙ୍କ ପାଖକୁ ଯାଉଛନ୍ତି ବିଜେଡ଼ି ଲୋକ ଆଉ ଭୃଗୁଙ୍କ ପାଖକୁ ଯାଉଛନ୍ତି ବିଜେପି ଲୋକ । ଦୁଇ ମୁହାଁମୁହିଁ ଦଳର କର୍ମୀ ଗୋଟିଏ ଛାତତଳେ ବସି ବିଚାରବିମର୍ଷ କରିବା ଓଡ଼ିଶା ରାଜନୀତି ଇତିହାସରେ ଅପୂର୍ବ ଦୃଶ୍ୟର ଅବତାରଣା କରିଛି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଲୋକ ହେଉଛନ୍ତି ଭୃଗୁ । ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ । ମନ୍ତ୍ରୀ ହେବା ପୂର୍ବରୁ ଓ ପରେ ଧର୍ମେନ୍ଦ୍ର ଯେତେବେଳେ ଦିଲ୍ଲୀରୁ ଆସନ୍ତି ଆଗ ଯାଇ ପହଞ୍ଚନ୍ତି ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଭୃଗୁଙ୍କ ଘରେ । ଅନେକ ସମୟରେ ସେଠାକୁ ଦଳର ଅନ୍ୟନେତାମାନଙ୍କୁ ଡାକି ଦଳୀୟ ରଣନୀତି ବିଷୟରେ ଆଲୋଚନା କରନ୍ତି । ଏବେ ଧର୍ମେନ୍ଦ୍ର ସେଠାକୁ ଆସିବା କମାଇ ଦେଇଥିଲେ ମଧ୍ୟ ତାଙ୍କ ଏଜେଣ୍ଡା ଖାରବେଳନଗର (ଗୁମାସ୍ତାଙ୍କ ଅଫିସ୍) ବାଟ ଦେଇ ଏହିଠାରୁ କାର୍ଯ୍ୟକାରୀ ହେଉଥିବା ବିଜେପି ମହଲରୁ ସୂଚନା ମିଳିଛି ।
ସେପଟେ ବିଜୁ ଜନତା ଦଳ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଥିବାରୁ ମହିଳା କମିଶନଙ୍କୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଅଧ୍ୟକ୍ଷା ପଦରେ ବସାଇ ତାଙ୍କ ମାଧ୍ୟମରେ ବିଜେଡ଼ି ନିଜ ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଛି । ଯଦିଓ ଏହା ଏକ ସାମ୍ବିଧାନିକ ପଦବୀ କିନ୍ତୁ ଦଳୀୟ ନେତ୍ରୀଙ୍କ ହାତରେ ଡୋରି ଧରାଇ ବିଜେଡ଼ି ଗୋପନ ଏଜେଣ୍ଡା କାର୍ଯ୍ୟକାରୀ କରାଯାଉଥିବା ଲୁଚାଛପା ନୁହେଁ । ଏହି ଦୃଷ୍ଟିରୁ ଲୋପାମୁଦ୍ରା ମଧ୍ୟ କମ୍ କ୍ଷମତାଶାଳୀ ନୁହଁନ୍ତି । ରାତି ପାହିଲେ ଦଳର ଅନେକ ମହିଳା ନେତ୍ରୀ ଓ କର୍ମୀଙ୍କୁ ସେଠାରେ ଦେଖିବାକୁ ମିଳୁଛି । ଗୋଟେ ଛାତ ତଳେ ବିଜେପି ଓ ବିଜେଡ଼ି ଲୋକ ଆସୁଛନ୍ତି ଦୁଇ ଦରବାରକୁ ।
ବିଜେଡ଼ିର କିଛି ବରିଷ୍ଠ ମହିଳା ନେତ୍ରୀଙ୍କୁ ଏହା କିନ୍ତୁ ଅଶ୍ୱସ୍ତି ଲାଗୁଛି । ସକାଳ ପାଇଲେ ନବୀନ ପଟ୍ଟନାୟକ ଓ ବିଜେଡ଼ିକୁ ଗାଳି କରୁଥିବା ଭୃଗୁଙ୍କ ଘରକୁ ସେମାନେ ଯିବାକୁ ପସନ୍ଦ କରୁନାହାନ୍ତି । ଏମିତିକି ଭଉଣୀ ଲୋପାମୁଦ୍ରାଙ୍କ ଆଗରେ ମନଖୋଲା କଥା କହିବାକୁ ସେମାନେ ସଙ୍କୋଚ ମନେ କରୁଛନ୍ତି । ଡର, କାଳେ କଥା ପ୍ରଘଟ ହୋଇଯିବ । ସେପଟେ ମହିଳା କମିଶନ ଅଧ୍ୟକ୍ଷାଙ୍କୁୁ ନେଇ ଭୃଗୁଙ୍କ ଦରବାର କିନ୍ତୁ ବେଶ୍ ଉତ୍ସାହିତ । ଏହି ବାଟେ ବିଜେପି ଲୋକଙ୍କର କାମ ଅଚିରେ ହାସଲ ହୋଇଯାଉଥିବା କୁହାଯାଉଛି । ସେମାନଙ୍କ ବିରୋଧରେ କୌଣସି ମହିଳା ଅତ୍ୟାଚାରଜନିତ ମାମଲାକୁ ସେହି ବକ୍ସିପାତ୍ର ହାଉସ୍ ରେ ରଫାଦଫା କରିବାରେ ସମର୍ଥ ହେଉଛନ୍ତି ।
ନମିତା ପଣ୍ଡା କି ଜ୍ୟୋତି ପାଣିଗ୍ରାହୀଙ୍କ ସମୟରେ ବିଜେପି ରାଜରାସ୍ତାରେ ଟାୟାର ଜାଳି ମହିଳା କମିଶନଙ୍କ ବିରୋଧରେ ଗର୍ଜୁଥିଲା । ଛୋଟରୁ ବଡ଼ ଅନେକ ସ୍ପର୍ଶକାତର ମହିଳା ନିର୍ଯାତନା ପ୍ରସଙ୍ଗରେ ମହିଳା କମିଶନଙ୍କୁ ଭିଡ଼ିଓଟାରି ବିଜେଡ଼ି-ମାର୍କା କରୁଥିଲା । ହେଲେ ୨୦୧୨ ଡିସେମ୍ବରରେ ଲୋପାମୁଦ୍ରା ଦାୟିତ୍ୱ ନେଲାପରଠୁ ମହିଳା କମିଶନଙ୍କ ବିରୋଧରେ ବିଜେପି ରାଜରାସ୍ତାକୁ କାଇଁ ଓହ୍ଲାଇନାହିଁ । ମହିଳା କମିଶନଙ୍କ ଅପାରଗତା କିମ୍ବା ପକ୍ଷପାତିତା ଅଭିଯୋଗ ଆଣୁନି । ଏହା ଯେ ବିଜେଡ଼ିକୁ ସାହାଯ୍ୟ କରୁଛି ତାହା ଦଳର ଅନେକ ନେତା ସ୍ୱୀକାର କରିଛନ୍ତି ।
ଏହା ସତ ଯେ ରାଜ୍ୟରେ ନାରୀ ନିର୍ଯାତନା ବଢ଼ୁଛି । ଇତିମଧ୍ୟରେ କିଛି ନେତା, ଅଭିନେତା,ସାହିତ୍ୟିକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଖବର ଶିରୋନାମା ପାଲଟିଛି । ସୋସିଆଲ୍ ମିଡ଼ିଆରେ ନାରୀର ଇଜ୍ଜତ ଲୁଟାଯାଉଛି । ମହିଳା କମିଶନଙ୍କ ପାଖରେ ଗଦା ଗଦା ଅଭିଯୋଗ ପହଞ୍ଚୁଛି ହେଲେ ଆଖିଦୃଶିଆ ପଦକ୍ଷେପ ନାହିଁ । ରାଜ୍ୟରେ ମହିଳା କମିଶନ ଗୋଟେ ଅଛି ବୋଲି ଅନୁଭବ କହିହେଉନି । ସେଥିପାଇଁ ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡ଼ି ଶିବିରରୁ ଧନ୍ୟବାଦ ମିଳୁଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ କ୍ୟାମ୍ପକୁ ବିଜେଡ଼ି ଗୋପନ ଖବର ଲିକ୍ ହେଉଥିବା ଅନେକ ସନ୍ଦେହ କରିଛନ୍ତି । ସେ ଯାହା ବି ହେଉ, ଏଥିରେ ବିଜେପିର ଲାଭକୁ ବିଜେଡ଼ିର ଲାଭ । ବ୍ୟବସାୟରେ ସଂପୃକ୍ତ ବକ୍ସିପାତ୍ର ଭାଇଭଉଣୀଙ୍କର ବି ଦିପଟୁ ଲାଭ ବୋଲି ଦଳୀୟ ଶିବିରରେ ଆଲୋଚନା ହେଉଛି ।
Previous Post

ଷ୍ଟେଜ୍ ସୋ ! ବିଧାନସଭାରୁ ଧୋଇଗଲା ବମିଖାଲ ପୋଲ

Next Post

ବିଜେଡ଼ି-ବିଜେପି ଛକାଛକି, ହିଂସାକାଣ୍ଡ ଆଶଙ୍କା

Next Post
ବିଜେଡ଼ି-ବିଜେପି ଛକାଛକି, ହିଂସାକାଣ୍ଡ ଆଶଙ୍କା

ବିଜେଡ଼ି-ବିଜେପି ଛକାଛକି, ହିଂସାକାଣ୍ଡ ଆଶଙ୍କା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA