Thursday, April 30, 2026 01:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଷ୍ଟେଜ୍ ସୋ ! ବିଧାନସଭାରୁ ଧୋଇଗଲା ବମିଖାଲ ପୋଲ

by Our Correspondent
16 Sep, 2017- 04:37 PM
in Latest News, Politics
1 min read
0
ଷ୍ଟେଜ୍ ସୋ ! ବିଧାନସଭାରୁ ଧୋଇଗଲା ବମିଖାଲ ପୋଲ
ଭୁବନେଶ୍ୱର: ବହୁଚର୍ଚ୍ଚିତ ବମିଖାଲ ଓଭରବ୍ରିଜ୍ ଭୁଷୁଡିବା ପ୍ରସଙ୍ଗଟି ବିଧାନସଭାରୁ ଧୋଇ ହୋଇଗଲା । ଏ ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ଆଜି ଅଧିବେସନର ଶେଷ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଜେଡ଼ି ଏହାକୁ କରାଇ ଦେଲାନାହିଁ । ମୁଲତବୀ ନୋଟିସ୍ କାରୀ ଖୋଦ୍ କଂଗ୍ରେସ ବି ସେଥିରେ ଆଗୁଆ ଷଣ୍ଢ ପୂରାଇଦେଲା । ତେଲ ଦରବୃଦ୍ଧିର ପ୍ରତିବାଦରେ ଉଭୟ ଦଳ ଗୃହରେ ହୋହଲ୍ଲା ଓ ନାରାବାଜି କରିବାରୁ ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ବାଚସ୍ପତି ଅବିଳମ୍ବେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଲେ । କଂଗ୍ରେସ ସହ ବିଜେଡ଼ି ଭିତିରି ବୁଝାମଣା କରି ମୁଲତବୀ ଆଲୋଚନାକୁ ଅଟକାଇ ଦେଲେ ବୋଲି ବିଜେପି ଅଭିଯୋଗ କରିଥିଲା ବେଳେ କଂଗ୍ରେସ ପାଲଟା ଆକ୍ରମଣ କରିଛି ।
ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ିଲା ୧୦ ତାରିଖରେ । ନିର୍ମାଣକାରୀ ଠିକାସଂସ୍ଥା ପଣ୍ଡା ଇନଫ୍ରାକୁ ସରକାରୀ ଅନୁକମ୍ପା ଓ ପୋଲରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଧରି ୧୧ ତାରିଖରେ ବିରୋଧୀ କଂଗ୍ରେସ ଓ ବିଜେପି ତୁମ୍ବିତୋଫାନ କଲେ । ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀ ପଢ଼ିଥିବା ବିବୃତିକୁ ନା ସେମାନେ ଶୁଣାଇଦେଲେ ନା ଗୃହ ଚଲାଇଦେଲେ । ଜିଦ୍ ଧରିଥିଲେ ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ିବା ଉପରେ ଆଲୋଚନା ହେଉ । ସେଥିପାଇଁ ଗୃହ ଅଚଳ ହୋଇଯାଇଥିଲା । ସେଦିନ ଅପରାହ୍ନରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହର କାର୍ଯ୍ୟ ପରାମର୍ଶଦାତା ବୈଠକ ବସି ୧୬ ତାରିଖକୁ ଆଲୋଚନା ପାଇଁ ସମୟଧାର୍ଯ୍ୟ ହେଲା ପରେ ଯାଇ ଗୃହ ସ୍ୱାଭାବିକ ହୋଇଥିଲା ।
ସେହି ଅନୁଯାୟୀ ଆଜି ବିରୋଧୀଦଳର ମୁଲତବୀ ନୋଟିସ୍ କୁ ବାଚସ୍ପତି ଆଲୋଚନା ପାଇଁ ଗ୍ରହଣ କରିଥିଲେ । ପ୍ରଶ୍ନୋତ୍ତର କାଳରୁ ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଥିଲା । ତେବେ ଶୂନ୍ୟକାଳରେ ତେଲଦର ବୃଦ୍ଧି ବିରୋଧରେ ସ୍ୱର ଉଠାଇ ଗୃହ ଅଚଳ କରିବାକୁ ବିଜେଡ଼ି ବିଧାୟକମାନେ ସଜବାଜ ହୋଇଥିଲେ । ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ା ଆଲୋଚନାରୁ ନିସ୍ତାର ପାଇବାକୁ ବାଟ ଖୋଜୁଥିବା ବିଜେଡ଼ି ପାଇଁ ଏହା ବଢ଼ିଆ ଅସ୍ତ୍ର ପାଲଟିଥିଲା । ଗୃହର ପ୍ରଥମାର୍ଦ୍ଧ ଚଲାଇ ନ ଦେବାକୁ ସୁଚିନ୍ତିତ ଯୋଜନାରେ ଦଳ ନିଜକୁ ପ୍ରସ୍ତୁତ କରିଥିଲା । ଖୋଦ୍ ବାଚସ୍ପତିଙ୍କୁ ଏନେଇ ଇଙ୍ଗିତ ରହିଥିବା ବାରି ହୋଇପଡୁଥିଲା ।
ତେବେ ପ୍ରଶ୍ନୋତ୍ତର କାଳ ପରେ ଗୃହ ଅଚଳ କରିବାର ବିଜେଡ଼ି ଯୋଜନାକୁ ହାଇଜାକ୍ କରିବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିଲା । ତେଲଦର ପ୍ରତିବାଦର ଫାଇଦା ବିଜେଡ଼ିକୁ ନ ଦେଇ ନିଜେ ଆଗ ଫାଇଦା ଉଠାଇବାକୁ କଂଗ୍ରେସ ବିଧାୟକଦଳ ବାଟ ଖୋଜିଥିଲେ । ପ୍ରଶ୍ନୋତ୍ତର କାଳ ଚାଲିବା ଭିତରେ ସେମାନେ ତରବରିଆ ହୋଇ ବ୍ୟାନର, ପୋଷ୍ଟର ଦରାଣ୍ଡିଥିଲେ । ବିଜେଡ଼ିକୁ ଫୁରସତ୍ ନ ଦେଇ ପ୍ରଶ୍ନକାଳ ସରିବାକୁ ପାଖାପାଖି ମାତ୍ର ୫ ମିନିଟ୍ ବାକିଥିବା ବେଳେ ହଠାତ୍ ନିଜ ଆସନ ଉପରେ ଛିଡ଼ା ହୋଇ ହୋ ହଲ୍ଲା ଆରମ୍ଭ କରିଥିଲେ । ତେଲଦର ବୃଦ୍ଧି ପ୍ରତିବାଦର ବ୍ୟାନର ପ୍ରଦର୍ଶନ କରିଥିଲେ । ସବୁ ଟିଭି ଚାନେଲ୍ ରେ ପ୍ରଶ୍ନକାଳ ଲାଇଭ୍ ଚାଲୁଥିବାରୁ କଂଗ୍ରେସ ଯୋଜନାମୁତାବକ ଏହାର ଭରପୂର ଫାଇଦା ନେଇଥିଲା ।
ସେପଟେ ବିଜେଡ଼ି ବିଧାୟକମାନେ ପଛରେ ପଡ଼ି ଅସ୍ତବ୍ୟସ୍ତ ହେଲାବେଳକୁ ପ୍ରଶ୍ନକାଳ ସରିଯାଇଥିଲା । ଆଉ ବିଜେଡ଼ି ବିଧାୟକମାନେ ପଛକୁ ନ ଚାହିଁ ଆରମ୍ଭ କରିଦେଇଥିଲେ ତେଲ ଦର ବୃଦ୍ଧିର ପ୍ରତିବାଦ । ମୋଦି ସରକାରଙ୍କ ବିରୋଧରେ ଚାଲିଲା ନାରାବାଜି । ବାଚସ୍ପତି ଅଧିକ ସମୟ ନ ଗଡ଼ାଇ ସିଧା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଦେଇଥିଲେ । ବମିଖାଲ୍ ଓଭରବ୍ରିଜ୍ ଭୁଷୁଡ଼ିବା ଉପରେ ହୋଇପାରିଲାନି ମୁଲତବୀ ଆଲୋଚନା । ବିଜେଡ଼ି ନିଜ ଯୋଜନାରେ ସଫଳ ହୋଇ ଆଶ୍ୱସ୍ତି ପାଇଲା ।
Previous Post

ଆଟାକିଂ ହେଲା ବିଜେଡି, ଗାଲୁ ପେଲିଲା ବିଜେପି

Next Post

ଶାସ୍ତ୍ରୀନଗରରେ ବିଜେଡ଼ି-ବିଜେପି ଅପୂର୍ବ ମିଳନ

Next Post
ଶାସ୍ତ୍ରୀନଗରରେ ବିଜେଡ଼ି-ବିଜେପି ଅପୂର୍ବ ମିଳନ

ଶାସ୍ତ୍ରୀନଗରରେ ବିଜେଡ଼ି-ବିଜେପି ଅପୂର୍ବ ମିଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA