Thursday, April 30, 2026 06:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶିକ୍ଷକ ଆନ୍ଦୋଳନ: ସଂଘ ଖୁସ୍, ସରକାର ଖୁସ୍

by Our Correspondent
02 Sep, 2017- 10:12 AM
in Latest News, News
1 min read
0
ଶିକ୍ଷକ ଆନ୍ଦୋଳନ: ସଂଘ ଖୁସ୍, ସରକାର ଖୁସ୍
ଭୁବନେଶ୍ୱର: ଦୀର୍ଘ ୧୭ ଦିନ ଧରି ଲୋୟର ପିଏମଜିରେ ବସିଥିବା ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀମାନେ ଆନ୍ଦୋଳନରୁ ହଟିିଛନ୍ତି । ସରକାରଙ୍କଠାରୁ ଗ୍ରାଣ୍ଟ ଇନ୍ ଏଡ୍ ଲଡୁ ଧରି ସେମାନେ ଘରମୁହାଁ ହୋଇଛନ୍ତି । ଗତ ଦୁଇ ଦୁଇଟି ଆଲୋଚନାରେ ଏହି ଦାବିଟିକୁ ସରକାର ମାନି ସାରିଥିଲେ । ଚାରି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ରୋକଠୋକ୍ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଲୋୟର ପିଏମଜିରେ ବସିଥିବା ଶିକ୍ଷକ ନେତାଙ୍କୁ ତାହା ଗନ୍ଧେଇଥିଲା । ନାକଟେକି କହିଲେ, ନା, ହବନି । ଖାଲି ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ କରିଦେଲେ ହବନି । ଆମର ଚାକିରି ସତ୍ତାବଳି ଦାବିକୁ ସରକାର ଗ୍ରହଣ କରନ୍ତୁ । ଏହି ଦୁଇଟି ଯାକ ଦାବି ପୂରଣ ନ ହେଲା ଯାଏଁ ଆମେ ଏଠୁ ଉଠିବାର ପ୍ରଶ୍ନ ଉଠୁନି । ନବୀନ ପଟ୍ଟନାୟକ ଆମକୁ ଆଉ ଧପେଇ ପାରିବେନି । ଆମେ ବୁଦ୍ଧି ଶିଖିଯାଇଛୁ ।
ଗତକାଲି ପଞ୍ଚମ ରାଉଣ୍ଡ କଥାବାର୍ତ୍ତାରେ ଖୋଦ୍ ମୁଖ୍ୟମନ୍ତ୍ରୀ ବସିଲା ପରେ ଅଡୁଆ ତୁଟିଯାଇଛି । ଏବେ ଖାଲି ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ହେଲେ ଚଳିବାର ରାଜି ଦେଇ ସଂଘ ନେତାମାନେ ଆନ୍ଦୋଳନରୁ ହଟିଛନ୍ତି । ଚାକିରି ସର୍ତ୍ତାବଳୀ ଦାବି ପୂରଣ ପାଇଁ ସରକାରଙ୍କୁ ୨ ମାସର ମହଲତ ଦେଇଛୁ କହି ବିରାଦାରୀ ଭାଇଙ୍କୁ ଘରକୁ ପଠାଇଛନ୍ତି । ଶିକ୍ଷକମାନେ ଆନ୍ଦୋଳନରୁ ହଟିବା ପରେ ସରକାର ଆଶ୍ୱସ୍ତ ହୋଇଛନ୍ତି । ସାଙ୍ଗକୁ ଅଭିଭାବକ ବି ଆଶ୍ୱସ୍ତ ହୋଇଛନ୍ତି । ତେବେ ଆନ୍ଦୋଳନସ୍ଥଳରେ ନବୀନ ବିରୋଧୀ ନାରା ଦେଉଥିବା କିଛି ଶିକ୍ଷକ ଓ ଅଧ୍ୟାପକଙ୍କୁ ଏହା ଠିକ୍ ଲାଗିନି । ସଂଘ ନେତାଙ୍କ ମତିଗତିକୁ ସେମାନେ ଭଲ ଦୃଷ୍ଟିରେ ଦେଖିନାହାନ୍ତି । ଯଦି ଖାଲି ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ପୂରଣରେ ରାଜି ହବାର ଥିଲା ତାହା ହେଲେ ଖରାବର୍ଷାରେ ଆମକୁ ୧୭ ଦିନ ଧରି ରାଜରାସ୍ତାରେ ବସାଉଥିଲ କାହିଁକି ? ପିଲାଙ୍କ ପାଠପଢ଼ା ଓ ଭବିଷ୍ୟତ ସହ ଏ କି ପ୍ରକାର ଖେଳ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
କଟକ ଜିଲ୍ଲାର ଜଣେ ଶିକ୍ଷକ ନେତାଙ୍କ କହିବା ଅନୁଯାୟୀ, ୬୦ ହଜାର ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ଥିଲେ । ଭୁବନେଶ୍ୱରରେ ଆନ୍ଦୋଳନ ଆୟୋଜନ ପାଇଁ ମୁଣ୍ଡପିଛା ପ୍ରଥମେ ଆଦାୟ ହୋଇଥିଲା ହଜାରେ ଟଙ୍କା । ଚୂଡ଼ାନ୍ତ ସମାଧାନର ଲୋଭ ଦେଖାଇ ୫ ଦିନ ତଳେ ସମସ୍ତଙ୍କଠାରୁ ଆଉ ହଜାରେ ଲେଖାଏଁ ଆଦାୟ ହୋଇଛି । ସୁତରାଂ ଦୁଇଟି କିସ୍ତିରେ ୬୦ ହଜାର ଶିକ୍ଷକ ଓ କର୍ମଚାରୀ ମୁଣ୍ଡପିଛା ଦେଇଛନ୍ତି ୨ ହଜାର ଟଙ୍କା । ଏହି ହିସାବରେ ସଂଘ ପକେଟକୁ ଯାଇଛି କୋଟିଏ କୋଡ଼ିଏ ଲକ୍ଷ । ସରକାରଙ୍କ ସହ ଲିଆସନିଂରେ ବହୁତ ଖର୍ଚ୍ଚ ହଉଥିବା କହି କୁଆଡେ ଏହି ଟଙ୍କା ଆଦାୟ ହୋଇଛି । ଖାଲି ଏଥର ନୁହେଁ ସବୁ ଥର ଏଠି ଆନ୍ଦୋଳନ ବେଳେ ଆମକୁ ଏମିତି ଚାନ୍ଦା ଦେବାକୁ ପଡ଼େ ବୋଲି କଳାହାଣ୍ଡି ଜିଲ୍ଲାର ଜଣେ ଶିକ୍ଷକ ନେତା କହିଛନ୍ତି । ଆନ୍ଦୋଳନ ଆମର କିଛି ବଡ଼ ନେତାଙ୍କ ପାଇଁ ବେପାରର ପର୍ବ ବୋଲି ସେ କଟାକ୍ଷ କରିଛନ୍ତି ।
ତେବେ ସେ ଯାହା ହେଉ, ଶିକ୍ଷକ ଓ ଅଧ୍ୟାପକ ସଂଘର ମିଳିତ ମଞ୍ଚ ନେତାଙ୍କ ମଧ୍ୟରେ ଆନ୍ଦୋଳନକୁ ନେଇ ଫାଟ ସୃଷ୍ଟି ହୋଇଥିବା ଖବର ମିଳିଥିଲା । ବିରୋଧୀ ମୁୁଣ୍ଡଙ୍କୁ ଏଥିରେ ପୂରାଯାଇଥିବାରୁ ବିବାଦ ଉପୁଜିଥିଲା । କୁହାଯାଉଛି, ଏହି ମଉକାର ଭରପୂର ଉପଯୋଗ କରିଥିଲେ ସରକାର । ଆନ୍ଦୋଳନରୁ ଶିକ୍ଷକଙ୍କୁ ନିବୃତ୍ତ କରାଇବା ପାଇଁ ସରକାରୀ ପ୍ରତିନିଧି ଓ ଶିକ୍ଷକ/ଅଧ୍ୟାପକ ସଂଘ ନେତାଙ୍କ ମଧ୍ୟରେ ମନ୍ତ୍ରଣା ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ମିଟିଂରେ ବସି ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ସମ୍ପର୍କରେ ପଦୁଟିଏ କହିଦେଲେ, ଆମେ ଆନ୍ଦୋଳନରୁ ହଟିବାର ଆଳ ପାଇଯିବୁ ବୋଲି ସଂଘର ନେତାମାନେ ବିଶ୍ୱାସ ଦେଇଥିଲେ । ସେହି ଅନୁଯାୟୀ କଥାବାର୍ତ୍ତା ଚାଲିଲା । ଗଲା ୨୯ ତାରିଖ ସଂଧ୍ୟାକୁ ଏଥିପାଇଁ ସମୟଧାର୍ଯ୍ୟ ହୋଇଥିଲା । ମାତ୍ର ସେଦିନ ମୁଖ୍ୟମନ୍ତ୍ରୀ ସପ୍ତମ ବେତନ କମିସନ ଲାଗୁ ଘୋଷଣା କରିବାରୁ ଯୋଜନା ସାକାର ହୋଇ ନ ଥିଲା । ତାହା ଗଡ଼ିଥିଲା ୧ ତାରିଖକୁ । ସେହି ଅନୁଯାୟୀ, ଗତକାଲି ଆଲୋଚନା ଆଳରେ ଘଣ୍ଟାଏ ଆଲୋଚନା ହେଲା । ଆଉ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡରେ କଥା କୁହାଇ ଆନ୍ଦୋଳନ ସ୍ଥଗିତ ଘୋଷଣା କଲେ ସଂଘର ନେତା । ଚାକିରି ସର୍ତ୍ତାବଳୀ ଦାବି ପୂରଣ ପାଇଁ ୨ ମାସ ମହଲତ ଘୋଷଣା କରି ଯେଝା ବାଟରେ ଯେଝା ଚାଲିଗଲେ ।
ବିଡ଼ମ୍ବନାର କଥା ହେଉଛି, ପୂର୍ଣ୍ଣଦାନ କିଏ ପାଇବେ, କେତେ ପାଇବେ ତାହାର ସମ୍ପୂର୍ଣ୍ଣ ରୂପରେଖ ସଂଘର ନେତାମାନଙ୍କୁ ବି ମାଲୁମ୍ ନାହିଁ । ୨ ମାସ ମଧ୍ୟରେ ସରକାର ଏହାର ବ୍ରେକ୍ ଅପ୍ ଦେବେ ବୋଲି ମିଳିତ ମଞ୍ଚ ର ଆବାହକମଣ୍ଡଳୀ ସଦସ୍ୟ ପବିତ୍ର ମାହାଲ କହିଛନ୍ତି ।
Previous Post

ଧରାପଡ଼ିଲା ମହାନଦୀ ଆନ୍ତରିକତା !

Next Post

ଖସୁଛି ସୌମ୍ୟଙ୍କ ଟିଆରପି

Next Post
ଖସୁଛି ସୌମ୍ୟଙ୍କ ଟିଆରପି

ଖସୁଛି ସୌମ୍ୟଙ୍କ ଟିଆରପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA