Wednesday, March 11, 2026 12:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ସଜଳ ସ୍ମୃତିର ସଚିତ୍ର ଅଧ୍ୟାୟ

by Jyoti prakash Mohapatra
11 Jul, 2020- 11:37 AM
in Guest Column, Latest News, Story Of The Week
1 min read
5
ସଜଳ ସ୍ମୃତିର ସଚିତ୍ର ଅଧ୍ୟାୟ
ଗାଁଟି ନଈକୂଳିଆ । ଗାଁ କଡ଼ ଦେଇ ସମାନ୍ତରାଳ ଭାବେ ବହି ଯାଇଛି କାଣୀ ନଈ । କିଛି ଦୂରକୁ ଗଲେ ଆଉ ଗୋଟେ ନଈ- ଯେଉଁଥିରେ ଜୁଆର ଆସେ । ଦିନରେ ଆଉ ରାତିରେ । ନାଁ- କଣ୍ଠିଆ ନାଳ, ଦାଢିସାହି ଏମିତି ଏମିତି । ପଛକୁ ଫେରିଲେ ପୁଣି ଗୋଟେ ନଈ- ଖରସ୍ରୋତା । ପ୍ରବଳ ବନ୍ୟା କରାଉ ଥିବା ନଈ । ବର୍ଷାଦିନେ ସବୁ ନଈ ମିଶିଯାଇ ସମୁଦ୍ରର ଭ୍ରମ ତିଆରି କରେ ।
ଏମିତି ପାଣି, ବଢି ପାଣି ଆଉ ଧୋଇଆ ଇଲାକାର ଗାଁ ସେଇଟି । ଗାଁ ଆରମ୍ଭରେ ସ୍କୁଲ । ଗୋଟେ ହତା ଭିତରେ ପ୍ରଥମଠାରୁ ଦଶମ ଶ୍ରେଣୀ । ତା’ପରେ ମହାଦେଙ୍କ ମନ୍ଦିର । ସେଇଠି ଗାଁ ଛକ । କଡ଼କୁ ଠାକୁରାଣୀଙ୍କ ଆସ୍ଥାନ । ଗାଁ ମଝି ଦେଇ ରାସ୍ତା ଚିରି ଯାଇଛି ଗାଁର ଛାତିକୁ । ପ୍ରତିଟି ଗଳି ଗୋଟିଏ ସାହି । ଯେମିତି- ପଣ୍ଡା ସାହି, ପତି ସାହି, ସାହୁ ସାହି, ଓ ଶେଷକୁ ସବୁଯାକ ସାମଲ ସାହି ଏମିତି । ତା’ ଆଗକୁ ଦାଣ୍ଡ ଗଡ଼ିଆ । ଗାଁ ଶେଷକୁ ତାରିଣୀଙ୍କ ମନ୍ଦିର ଆଉ ଉଚ୍ଚା ନଦୀ ବନ୍ଧ । ସେଇ ବନ୍ଧ କଡ଼ରେ କୃଷ୍ଣଚୂଡ଼ା ଗଛଟିଏ । ପତଳା, ନହକା ଆଉ ବନ୍ୟା ମାଡ଼ ଖାଇ ଖାଇ ସଂଘର୍ଷ କରି ଜୀଇଁଥିବା ଗଛ ।
ଏମିତି ଗାଁ ସବୁଆଡ଼େ ଥିବ । ଆପଣଙ୍କ ଗାଁ ଏହାଠାରୁ ଆହୁରି ଭଲ ହୋଇଥିବ । ଆହୁରି ସୁନ୍ଦର ଓ ମାର୍ଜିତ ଦେଖା ଯାଉଥିବ । ଆମ ଗାଁ କିନ୍ତୁ ଏମିତି । ଛୋଟିଆ, କୁନି ଅଥଚ ଚମତ୍କାର ବାଗରେ ସୁନ୍ଦର । ଯେଉଁଠି ଗୋଧୂଳି ଉଡ଼ି ଆସେ ନଈ ଆରପାଖ ବିଲରୁ ଆସ୍ତେ ଓ ତାରି ଭିତରେ ବୁଡ଼ି ଯାଏ ଦିନଯାକର ଆଲୁଅ । ଯେଉଁଠି ମହାଦେବଙ୍କ ମନ୍ଦିର ଆଳତିର ଘଣ୍ଟା ବାଜି ଉଠିଲେ- ଗାଁ ଯାକର ହାତ ଆପେ ଯୋଡ଼ି ହୋଇ ଆସେ- ବାବା ସ୍ୱପ୍ନେଶ୍ୱର ରକ୍ଷା କରିବ, ପ୍ରଭୁ । ଉଦ୍ଧାର କରିବ ସବୁ ଆପଦ ବିପଦରୁ । ଯେଉଁଠି ସକାଳର ପହିଲି ଖରା ନଈ ପାଣି ଛାତିରେ ପଡ଼ି ଚକମକି ଆଲୁଅର ଭ୍ରମ ସୃଷ୍ଟି କରେ ଆଉ ଦାନ୍ତ କାଠି ନେଇ ଦାନ୍ତ ଘସି ସାରି ଗାଁ ପିଲା ବନ୍ଧରୁ କୁଦାଟେ ମାରେ ନଈ ଛାତିକୁ । ଭରା ନଈ ପହଁରି ଯାଇ ଆରପାକ ବାବାସାହିରେ ଯାଇ ପହଞ୍ଚି, ସେ କୂଳରେ ଧୂଏ ମୁହଁ ।
ଯେଉଁ ଗାଁକୁ ଆଗରୁ ଯିବା ପାଇଁ ପାଖାପାଖି ବାର କିଲୋମିଟର ଚାଲି ଯିବାକୁ ପଡ଼ୁଥିଲା । ବସ ରହଣି ଜାଗାଠାରୁ ନଈ ପାର ହୋଇ ଗାଁରେ ପହଞ୍ଚିବାକୁ ଲାଗୁଥିଲା ଅଧାଦିନରୁ ଅଧିକ । ଯେଉଁ ଗାଁ ପୁରୁଣା କଟକ ଜିଲ୍ଲାରେ ହୋଇ ବି ଏକାଦିନେ କଟକରେ ପହଞ୍ଚି ହେଉନଥିଲା । ଏମିତି ଗାଁ ସେ । ମୋ ଗାଁ ।
ସେଇ ନଦୀବନ୍ଧରେ ସଂଜକୁ ଆମର ଖଟି ଜମେ । କଲେଜ ଜମାନାରେ ବେଶ ଖଟି ଜମୁଥିଲା । ଏବେ ତ ଆଉ ନାହିଁ । କ୍ରମଶଃ ଅନ୍ଧାର ବେଢି ଆସୁଥିବ ନଈକୂଳକୁ, ପତଳା କୁହୂଡ଼ି ପରି ଝୀନ ଆବରଣଟେ ଢାଙ୍କି ଦେଉଥିବ ନଈର ଅସ୍ତିତ୍ୱକୁ । ନଈ ତେଣିକି ଆସ୍ତେ ଶବ୍ଦ କରି ବହି ଚାଲିଥିବ । ଆଉ ପଚାଶ କଥା ଉଠୁଥିବ ସେ ଖଟିରେ । ଫକୁନି ନା’, ବକୁ, କାଳିଆ, ନାଲୁ, ଦିଲ୍ଲୀଆ- ଆହୁରି କେତେ ସଦସ୍ୟ । ସେଇଠି ଗୋଟେ କଣକୁ ରେଡ଼ିଓଟେ ଧରି କୃଷ୍ଣଚୂଡ଼ା ଗଛକୁ ଆଉଜି ଛିଡ଼ା ହୋଇଥିବି ମୁଁ । ଚେଷ୍ଟା କରୁଥିବି କେମିତି ଲାଗିଯିବ- ବିବିଧ ଭାରତୀ । ଥରେ ବିବିଧ ଭାରତୀ ଲାଗିଗଲେ ରେଡ଼ିଓ ବନ୍ଧ ଉପରେ ଥୋଇ ଦେଇ ଚାଲିଲା ଖଟି ।
କେତେ କଥା, କେତେ ଗପ, ଅସରନ୍ତି କଥାର ଅଛିଡ଼ା ଖିଅ । କଲେଜର ଗପ, ନିଶ ଗଜୁରା ବୟର ପହିଲି ପହିଲି ପ୍ରେମର ପୁଲକିତ କଥା, ପୁଣି ସେ ପ୍ରେମକୁ ବଞ୍ଚେଇ ରଖିବା ପାଇଁ ହଜାରେ ମାନସିକ, ପ୍ରାର୍ଥନା ।
ପ୍ରତି କଥାରେ ଆଉ ଜଣେ ସାହାସ ଦେଉଥିବ:
– ତୁ ମାଡ଼ି ଚାଲ । ଆମେ ଅଛୁ ବେ! କିଛି ହେବନି ପା କଇନି (କହିଲି) ।
ପ୍ରେମିକ ଟୋକା ତଥାପି ଭରସା ପାଉ ନଥିବ ।
– ନାଇଁରେ, ଭାରି କଷ୍ଟ ନାଗୁଚି (ଲାଗୁଛି) ମତେ । ଏଡ଼େ ସହଜ କଥା ନୁହେଁ ।
ଧଡ଼ାସ୍‌ କରି ଅନ୍ଧାରରୁ ଆସୁଥିବ ଜବରଦସ୍ତ ଉତ୍ତର- ହେଇ ଶୁଣୁ, ଶୁଣୁ ବେ! ତୁ ଶଳା ଜାଣିଲୁ ନା ବେ ପକ୍କା ଡରୁଆ । ମୁଁ ଅଛି ପା ।
କଉନୁ ଥରେ, ଏକାବାଗେ ଯାଇ ସେ ଝିଅକୁ ନେଇ ଆସିବି । ତୁ ଆମ ଗାଁ ମହାଦେବ ପାଖେ ବାହା ହୋଇଯିବୁ । କଥା ସଇଲା ।
ଏଥର ଟିକେ ବଢୁଥିବ ସାହାସ । ପ୍ରେମ କରୁଥିବା ଟୋକା କହୁଥିବ- ସେଇ ମହାଦେବ ଭରସା ।
ଏତିକିବେଳେ ରେଡ଼ିଓରେ ବିବିଧ ଭାରତୀରୁ ବାଜି ଉଠୁଥିବ ଲତା ଦିଦିର ଗୀତ- ରହେନା ରହେଁ ହମ୍‌, ମେହେକା କରେଙ୍ଗେ… ।
ଆଉ ନିଜ ପ୍ରେମ କାହାଣୀ ଶୁଣାଉ ଥିବା ପିଲାଟାର ସ୍ୱର ଅଚାନକ ବେଶ କରୁଣ ଶୁଭୁଥିବ । ସେ ଗୀତ ସାଙ୍ଗରେ ଓ ନଈର ହାଲକା ପାଣି ଶବଦ ସାଙ୍ଗେ କୋଉଠି ବୁନେ୍ଦ ଲୁହେ ଅନ୍ଧାରରେ ଝରି ପଡ଼ିଥିବ, କେହି ତାର ଟେର ପାଇ ନଥିବେ ।
ସେଇଠୁ ସେ କହୁଥିବ- ଗୋଟେ କାମ ମୋ ପାଇଁ କରିଦିଅ । ହାତ ଯୋଡ଼ୁଛି । କାଲି ଚାଲ ସବୁ ମଣିଙ୍କ (ଆଖଣ୍ଡଳମଣି) ପାଖକୁ ଯିବା । ସକାଳୁ ସାଇକେଲରେ ବାହାରି ରାତି ହେଲା ବେଳକୁ ଆସି ପହଞ୍ଚି ଯିବା ମ ।
ସମସ୍ତେ ଏକା ସ୍ୱରରେ ‘ହଁ’ ଭରୁଥିବେ ।
ମୁଁ ଉତ୍ତର ଦେଉଥିବି- ଠିକ ଠିକ । କାଲି ଗୋଟେ ହେଇଯାଉ ଆମ ପିଲା ପାଇଁ । ବାବା ମଣି ତେଣିକି ସବୁ ବୁଝିବେ ।
ଆମ ଗାଁରୁ ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣିଙ୍କ ପାଖକୁ ଦୂରତା ୪୫ କିଲୋମିଟର ପାଖାପାଖି ହେବ । କିନ୍ତୁ ସମସ୍ତେ ଭୋରରୁ, ଅନ୍ଧାରୁଆ ବେଳୁ ଗାଧେଇ କିଛି ବି ନଖାଇ, ଗୋଟେ ସାଇକେଲରେ ଡବଲ ପେଡାଲିଂ କରି ବାହାରି ଯିବେ । (ସେ ଯାତ୍ରାର କାହାଣୀ ଆଉ ଦିନେ କେବେ)
ଏଇମିତି ଗାଁ ସେ । ସଜଳ ସ୍ମୃତିର ସଚିତ୍ର ଅଧ୍ୟାୟ । ମଣିଷକୁ ପ୍ରତି ମୁହୂର୍ତ୍ତରେ ଭାବପ୍ରବଣ ଓ ମଣିଷଙ୍କୁ ନିଖୁଣ ଭାବେ ଭଲ ପାଇବାକୁ ଶିଖେଇ ଥିବା ମାଟିର ଅସରନ୍ତି ପଣତ ସେ । ସେଇ ଗାଁର କାହାଣୀ ଆଜି ଏତିକି ।
ଏଣିକି ପ୍ରତି ସପ୍ତାହରେ ସେ ଗାଁର ଚିତ୍ର ଓ ଚରିତ୍ର ଉଭା ହେବେ ଆପଣଙ୍କ ସାମ୍ନାରେ ।
Previous Post

ଆଉ ୫ ମୁଣ୍ଡ ନେଲା କରୋନା, ୫୭୦ ନୂଆ ପଜିଟିଭ୍

Next Post

ଫାଇନ୍ ଦେବୁ ପଛେ ନିୟମ ଅଲବତ୍ ଭାଙ୍ଗିବୁ !

Next Post
ଫାଇନ୍ ଦେବୁ ପଛେ ନିୟମ ଅଲବତ୍ ଭାଙ୍ଗିବୁ !

ଫାଇନ୍ ଦେବୁ ପଛେ ନିୟମ ଅଲବତ୍ ଭାଙ୍ଗିବୁ !

Comments 5

  1. Bijay says:
    6 years ago

    ଖୁବ୍ ସୁନ୍ଦର ଭାବରେ ଗ୍ରାମ୍ୟା ଜୀବନ କୁ ଚିତ୍ରଣ କରିଛନ୍ତି।

    Reply
  2. Asim Kumar Pani says:
    6 years ago

    Excellent creation….. the story has it’s own life

    Reply
  3. Kamal says:
    6 years ago

    Para-barti adhhayaku apekhyaa….

    Reply
  4. Maheswar Das says:
    6 years ago

    Very fine art of Odia literature, thanks for young man possess such inherent qualities of an author, very glad the same belongs my neighbouring village.

    Reply
  5. Nutan Rout says:
    6 years ago

    ଚମତ୍କାର… ଏଵେ ପଢିଲି

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA