Sunday, May 10, 2026 04:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମୀର ଦେ ଙ୍କ ମେଳିରେ ବୈଜୟନ୍ତ; କଟକରୁ ଲଢ଼ିବେ ଲୋକସଭା !

by Our Correspondent
23 Jun, 2018- 11:28 PM
in Latest News, Politics
1 min read
0
ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଜେପି କ୍ୟାମ୍ପରେ ଖୋଲାଖୋଲି ଆର୍ବିଭାବ ହୋଇଛନ୍ତି ବୈଜୟନ୍ତ ପଣ୍ଡା । ନିଜର ରାଜନୈତିକ ଭବିଷ୍ୟତ ପରଖୁୁଥିବା ବୈଜୟନ୍ତଙ୍କୁ ଆଜି କଟକରେ ବିଜେପିର ବରିଷ୍ଠ ନେତା ସମୀର ଦେ ଙ୍କ ବାସଭବନରେ ଆୟୋଜିତ ବନ୍ଧୁମିଳନରେ ଦେଖିବାକୁ ମିଳିଥିଲା । ଖାସ୍ ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଏହି ବନ୍ଧୁମିଳନ କରାଯାଇ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖାଲି ସେତିକି ନୁହେଁ, କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ବିଜେପି ନେତାମାନେ ବୈଜୟନ୍ତଙ୍କୁ ଅନୁରୋଧ କରି କରତାଳି ଦେଇଥିଲେ ।

ସୂଚନା ଅନୁଯାୟୀ, ପୂର୍ବ ଯୋଜନାମତେ ସମୀର ଦେ ଆଜି ତାଙ୍କ ସିଡ଼ିଏ-୧ ବାସଭବନସ୍ଥିତ ଘରେ ତାଙ୍କ ଚେଲାଚାମୁଣ୍ଡାଙ୍କୁ ଧରି ବୈଜୟନ୍ତଙ୍କ ପାଇଁ ଏହି ବନ୍ଧୁମିଳନର ଆୟୋଜନ କରିଥିଲେ । ବୈଜୟନ୍ତ ସେଠାରେ ପହଞ୍ଚିଲାକ୍ଷଣି ତାଙ୍କୁ ଫୁଲତୋଡ଼ାରେ ପୋତି ଦେଇଥିଲେ । ବିଜେପି ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ତାଙ୍କ ଅଭ୍ୟର୍ଥନା ଭାଷଣରେ ବୈଜୟନ୍ତଙ୍କୁ ବେଶ୍ ପ୍ରଶଂସା କରିଥିଲେ । କେନ୍ଦ୍ରାପଡ଼ା ସାଂସଦ ଭାବେ ବୈଜୟନ୍ତଙ୍କ କାର୍ଯ୍ୟକାଳକୁ ଭୂରି ଭୂରି ପ୍ରଶଂସା କରିବା ସହ ଆଗାମୀ ନିର୍ବାଚନରେ କଟକରୁ ବିଜେପି ଲୋକସଭା ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲେ । ନଗର ସଭାପତିଙ୍କ ଏହି ପ୍ରସ୍ତାବକୁ ସମୀର ଦେ ଙ୍କ ସମେତ ସେଠାରେ ଉପସ୍ଥିତ ଅନ୍ୟ ନେତାମାନେ କରତାଳି ଦେଇ ସମର୍ଥନ କରିଥିଲେ । ନିଜେ ବୈଜୟନ୍ତ ମଧ୍ୟ ବେଶ୍ ଉଲ୍ଲସିତ ହୋଇଥିଲେ । ସଭାକୁ ସମୀର ଦେ ସଞ୍ଚାଳନ କରୁଥିବା ବେଳେ ବୈଜୟନ୍ତଙ୍କ ବାମ ପଟେ ନଗର ସଭାପତି ଓ ଡାହାଣ ପଟେ ପୂର୍ବତନ ମେୟର ନିବେଦିତା ପ୍ରଧାନ ଉପସ୍ଥିତ ଥିଲେ ।
ଏ ପର୍ଯ୍ୟନ୍ତ ବିଜେପିରେ ଯୋଗ ଦେଇ ନ ଥିବା ବୈଜୟନ୍ତଙ୍କୁ ନେଇ ସମୀର ଦେ ଙ୍କ ଏହି ବନ୍ଧୁମିଳନ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । କୁହାଯାଉଛି, ଏହି ମେଳି ଆୟୋଜନ ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ ଥିଲା । ଯାହାର କାର୍ପଟଦାର ଥିଲେ ନିଜେ ବୈଜୟନ୍ତ । ବୈଜୟନ୍ତ କେବେ ବିଜେପିରେ ମିଶିବେ ତାହାର ତାରିଖ ଏଠାରେ ଧାର୍ଯ୍ୟ ହୋଇଥିବା ବେଳେ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ପାଇଁ ପୂର୍ବପ୍ରସ୍ତୁତି ହୋଇଥିଲା ।
Previous Post

ଓଡ଼ିଆ ମିଡ଼ିଆକୁ ବୈଜୟନ୍ତଙ୍କ ଛି

Next Post

ସମୀର-ବୈଜୟନ୍ତ ଭେଟ: ଡାଲ୍ ମେଁ କୁଚ୍ କାଲା ହୈ

Next Post
ସମୀର-ବୈଜୟନ୍ତ ଭେଟ: ଡାଲ୍ ମେଁ କୁଚ୍ କାଲା ହୈ

ସମୀର-ବୈଜୟନ୍ତ ଭେଟ: ଡାଲ୍ ମେଁ କୁଚ୍ କାଲା ହୈ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA