Sunday, May 10, 2026 03:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମୀର-ବୈଜୟନ୍ତ ଭେଟ: ଡାଲ୍ ମେଁ କୁଚ୍ କାଲା ହୈ

by Our Correspondent
24 Jun, 2018- 06:07 PM
in Latest News, Politics
1 min read
0
ସମୀର-ବୈଜୟନ୍ତ ଭେଟ: ଡାଲ୍ ମେଁ କୁଚ୍ କାଲା ହୈ
ଭୁବନେଶ୍ୱର: ସମୀର ଦେ’ ଙ୍କ ଘରେ ବୈଜୟନ୍ତ ପଣ୍ଡାଙ୍କ ପାଇଁ ସମ୍ବର୍ଦ୍ଧନା ପର୍ବ ଓ ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଏକସ୍ୱରରେ ସମୀର ଅନୁଗତଙ୍କ ପ୍ରସ୍ତାବ ବିଜେପି ରାଜନୀତିକୁ ସରଗରମ କରିଛି । କେଉଁ ପରିସ୍ଥିତିରେ ବୈଜୟନ୍ତଙ୍କୁ ସମୀର ନିଜ ଘରକୁ ଡାକିନେଇ ସମ୍ବର୍ଦ୍ଧିତ କଲେ ତାହା ରାଜ୍ୟ ବିଜେପି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି । ଏହାର ଆୟୋଜନ ପଛରେ ଖୋଦ୍ ବୈଜୟନ୍ତଙ୍କ ଭୂମିକାକୁ ଅନେକ ଅଙ୍ଗୁଳି ଉଠାଇଥିବା ବେଳେ ସମୀରଙ୍କୁ ମୋହରା କରି କଟକ ଲୋକସଭା ଟିକେଟ ଦଖଲ ଉଦ୍ୟମର ଏହା ଅୟମାରମ୍ଭ ବୋଲି କୁହାଯାଉଛି ।
କଟକର ଜଣେ ବରିଷ୍ଠ ବିଜେପି ନେତାଙ୍କ ସୂଚନା ଅନୁଯାୟୀ, ବୈଜୟନ୍ତଙ୍କ ଇଚ୍ଛାରେ ଏଭଳି ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ସମୀର ଦେ ଙ୍କ ଘରେ ଭେଟଘାଟର ମୁଖ୍ୟ ସୂତ୍ରଧର ଥିଲେ ବୈଜୟନ୍ତଙ୍କ ଅଫିସ୍ ର ବିଶ୍ୱସ୍ତ ସହଯୋଗୀ । ତେବେ ସମୀରଙ୍କୁ ବୈଜୟନ୍ତ ନିଜର କରିବାକୁ କାହିଁକି ଚାହିଁଲେ ଏବଂ ସମୀର ବି ବୈଜୟନ୍ତଙ୍କ ପାଇଁ କାହିଁକି ବ୍ୟାକୁଳ ହେଲେ? ଏହାର ଗହନ ଖୋଲିବାକୁ ଯାଇ ସଂପୃକ୍ତ ନେତା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଖାସ୍ ନିକଟତର ହେଉଛନ୍ତି ସମୀର ଦେ । ସାଙ୍ଗକୁ କଟକରେ ତାଙ୍କର କିଛିଟା ଦବଦବା ରହିଛି । ବୈଜୟନ୍ତଙ୍କୁ ସାଙ୍ଗରେ ରଖିଲେ ସମୀର ତାଙ୍କର ଲାଭକ୍ଷତି ହିସାବ କରିଛନ୍ତି । ସେପଟେ ବୈଜୟନ୍ତ, ବିଜେପିରେ ଯୋଗଦେଇ କେନ୍ଦ୍ରାପଡ଼ା ଆସନରୁ ଲଢ଼ିବାକୁ ଆଉ ଚାହୁଁନାହାନ୍ତି । ଲଢ଼ିଲେ ରିସ୍କ ଅଛି ବୋଲି ଜାଣିଛନ୍ତି । ସେହିଦୃଷ୍ଟିରୁ କଟକ ଲୋକସଭା ଆସନଟି ତାଙ୍କ ପାଇଁ ନିରାପଦ । ତେଣୁ ସମୀରଙ୍କ ସହଯୋଗରେ ଆଗୁଆ ନିଜକୁ କଟକ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାର ଏହା ସୁଚିନ୍ତିତ ଯୋଜନା ।
ସୂଚନା ଅନୁଯାୟୀ, ସମୀର ଦେଙ୍କ ଘରେ ବୈଜୟନ୍ତଙ୍କ ପାଇଁ ଅନୁଷ୍ଠିତ ସଂଧ୍ୟା ଆସରକୁ କଟକ ସାହି ଓ ଶାନ୍ତି କମିଟିର ଅଧିକାଂଶ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସମୀରଙ୍କ ଅନୁଗତ ନଗର ବିଜେପି ଓ ମଣ୍ଡଳ କର୍ମକର୍ତ୍ତାଙ୍କୁ ଡକାଯାଇଥିଲା । ବୈଜୟନ୍ତ ମିଶନ୍-୨୦୧୯ର ମଙ୍ଗ ଧରିବେ ବୋଲି ସମୀର ତାଙ୍କର ସମ୍ବର୍ଦ୍ଧନା ଭାଷଣରେ କହିଥିଲେ । ବିଜେପି ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ତାଙ୍କ ଭାଷଣରେ ବୈଜୟନ୍ତଙ୍କୁ କଟକ ପୁଅ କହି ବେଶ୍ ଟେକିଥିଲେ । ବୈଜୟନ୍ତ ହିଁ କଟକ ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି ଦାବି କରି ସେ ଏଠାରୁ ଲଢ଼ନ୍ତୁ ବୋଲି ପ୍ରସ୍ତାବ ରଖିଥିଲେ । ସେଠାରେ ଉପସ୍ଥିତ ଅନ୍ୟମାନେ କରତାଳି ଦେଇ ତାହାକୁ ସମର୍ଥନ କରିଥିଲେ । ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ବୈଜୟନ୍ତ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ସୁଯୋଗ ମିଳିଲେ କଟକ ପାଇଁ କାମ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ । ଅର୍ଥାତ୍ ବିଜେପି ଚାହିଁଲେ କଟକରୁ ଲଢ଼ିବାକୁ ସେ ପ୍ରସ୍ତୁତ ବୋଲି ପରୋକ୍ଷରେ ସୂଚାଇ ଦେଇଥିଲେ ।
ବୈଜୟନ୍ତଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ପର୍ବକୁ ପୂର୍ବତନ ମେୟର ନିବେଦିତା ପ୍ରଧାନ, ରାଜେନ୍ଦ୍ର ସାମଲ ଆଦିଙ୍କୁ ଆମନ୍ତ୍ରିତ କରାଯାଇଥିଲା ବେଳେ ଦଳର ବରିଷ୍ଠ ନେତା ନୟନ କିଶୋର ମହାନ୍ତି କିନ୍ତୁ ଅନୁପସ୍ଥିତ ଥିଲେ । ସୁତରାଂ ସମୀର ଦେ କେବଳ ତାଙ୍କର ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ନେଇ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମୀରଙ୍କ ବୈଜୟନ୍ତ ପର୍ବକୁ ତାଙ୍କ ବିରୋଧୀ ଗୋଷ୍ଠୀର ଅନେକ ନେତା ଗ୍ରହଣ କରିନାହାନ୍ତି । ବ୍ୟକ୍ତିଗତ ସ୍ୱାର୍ଥ ଉଦ୍ଦେଶ୍ୟ ରଖି ସମୀର ଏହି ନାଟକ କରିଛନ୍ତି ବୋଲି ବିରୋଧୀ ଗୋଷ୍ଠୀର ଜଣେ ନେତା କହିଛନ୍ତି । ଏହା ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କର ସ୍ୱୀକୃତି ନ ଥିବା ସେ ଦାବି କରିଛନ୍ତି ।
ସମୀରଙ୍କ ଶିବିରରେ ବୈଜୟନ୍ତଙ୍କ ଅନ୍ଧାରି ପ୍ରବେଶ ଅନେକ ବିଜେପି ନେତାଙ୍କୁ ବିସ୍ମିତ କରିଛି । ଜଣେ ନେତାଙ୍କ କହିବାନୁଯାୟୀ, ଆସନ୍ତା ୧ ତାରିଖରେ ଅମିତ୍ ଶାହାଙ୍କ ଓଡ଼ିଶାଗସ୍ତ ବେଳେ ବୈଜୟନ୍ତ ବିଜେପିରେ ମିଶିବେ ବୋଲି ଆଗରୁ କଥାବାର୍ତ୍ତା ସରିଥିଲା । ମାତ୍ର ଏବେ ସେଥିରେ ଅନିଶ୍ଚିତତା ସୃଷ୍ଟି ହୋଇଛି । ବୈଜୟନ୍ତ ଉପରୁ କଥାବାର୍ତ୍ତା କରି ବିଜେପିରେ ମିଶିବାକୁ ଯୋଜନା କରିଥିବାରୁ ଧର୍ମେନ୍ଦ୍ରଙ୍କ ସମେତ କିଛି ବରିଷ୍ଠ ନେତା ସହଜରେ ଗ୍ରହଣ କରୁନାହାନ୍ତି । ତେବେ ଏହା ସହିତ ବୈଜୟନ୍ତଙ୍କ କଟକ ଆଗମନ ପଛର ସମ୍ପର୍କ ବୁଝାପଡୁନି ବୋଲି ସେ କହିଛନ୍ତି ।
ସେପଟେ ଖବରଟି ପଦାକୁ ଆସି ଚର୍ଚ୍ଚା ହେଲା ପରେ ସମୀର ଦେଙ୍କ ପ୍ରତିକ୍ରିୟା କୌତୁହଳ ସୃଷ୍ଟି କରିଛି । ସମୀର କହିଛନ୍ତି, “ବୈଜୟନ୍ତ ତାଙ୍କର ଜଣେ ବନ୍ଧୁ, ଭାରି ଭଲ ଲୋକ । ତାଙ୍କ ଘରେ ଏକ ସାମାଜିକ ଉତ୍ସବରେ ଯୋଗଦେବାକୁ ଆସିଥିଲେ ।” ପ୍ରଶ୍ନ ହେଉଛି, ସମୀର ଦେଙ୍କ ଘରେ ଅନୁଷ୍ଠିତ ଆସରର ଭିଜୁଆଲ୍ କ’ଣ ଏକ ପାରିବାରିକ/ସାମାଜିକ ଉତ୍ସବର ? ସେଠି ବୈଜୟନ୍ତଙ୍କୁ ଫୁଲତୋଡ଼ା ଦେଇ ଜଣ ଜଣ କରି ସମ୍ବର୍ଦ୍ଧିତ କରୁଛନ୍ତି । ସମୀର ଦେ ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ଦେଉଛନ୍ତି । ବିଜେପି ନଗର ସଭାପତି ବୈଜୟନ୍ତଙ୍କୁ କଟକ ଆସନରୁ ଲଢ଼ିବା ପାଇଁ ପ୍ରସ୍ତାବ ଦେଉଛନ୍ତି । ଅନ୍ୟମାନେ କରତାଳି ଦେଇ ସମର୍ଥନ କରୁଛନ୍ତି । ବୈଜୟନ୍ତ ସମ୍ବର୍ଦ୍ଧନା ଗ୍ରହଣ କରି ଭାଷଣ ଦେଉଛନ୍ତି.. । ଅଥଚ ସମୀର ଦେ କହୁଛନ୍ତି କ’ଣ ନା ତାଙ୍କ ଘରେ ସାମାଜିକ ଉତ୍ସବ ହେଉଥିଲା ।
ଲୋକଙ୍କୁ ଭଣ୍ଡାଇବା ପାଇଁ ସମୀରଙ୍କ ପାଇଁ ଆଉ କ’ଣ କିଛି ରାସ୍ତା ନ ଥିଲା ?
Previous Post

ସମୀର ଦେ ଙ୍କ ମେଳିରେ ବୈଜୟନ୍ତ; କଟକରୁ ଲଢ଼ିବେ ଲୋକସଭା !

Next Post

ବୈଜୟନ୍ତ-ଦିଲ୍ଲୀପ-ଦାମ-ବିଜୟ ଏକାଠି

Next Post
ବୈଜୟନ୍ତ-ଦିଲ୍ଲୀପ-ଦାମ-ବିଜୟ ଏକାଠି

ବୈଜୟନ୍ତ-ଦିଲ୍ଲୀପ-ଦାମ-ବିଜୟ ଏକାଠି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA