Monday, May 25, 2026 07:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରୀ ଜମି ହଡ଼ପ ପଛରେ ବିଧାୟକଙ୍କ ହାତ !

by Our Correspondent
07 Jul, 2016- 12:13 PM
in News
1 min read
0
ସରକାରୀ ଜମି ହଡ଼ପ ପଛରେ ବିଧାୟକଙ୍କ ହାତ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଭୁବନେଶ୍ୱରର ହାର୍ଟ କୁହାଯାଉଥିବା ଖାରବେଳନଗର କେଶରୀ ଟକିଜ୍‌ ପଛ ଲାଇନ୍‌ରେ ଥିବା ବିବାଦୀୟ ଜିଏ ପ୍ଲଟ୍‌ ୫୩ କୁ ଜନୈକ ବବିତା ଅଗ୍ରୱାଲ୍‌ଙ୍କ ନାଁରେ ରେକର୍ଡ କରାଇଛନ୍ତି ତହସିଲଦାର । ମିଡ-ଡେ ଓଡ଼ିଶାରେ ଖବରଟି ପ୍ରକାଶ ପାଇଲା ପରେ ବିଭିନ୍ନ ସ୍ତରରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ସାଧାରଣ ପ୍ରଶାସନ ବିଭାଗକୁ ଚିତା କାଟି ଦେଇଥିବା ତସହିଲଦାରଙ୍କ ଏଭଳି କେଳେଙ୍କାରୀ ପଛରେ ନେତା-ଅଫିସର ବଳ ଲାଗିଥିବା ସୂଚନା ମିଳିଛି । ଦୁଇବର୍ଷ ତଳେ ଉକ୍ତ ବିବାଦୀୟ ପ୍ଲଟ୍‌ ଉପରେ ସ୍ଥାନୀୟ ବିଧାୟକ ବିଜୟ ମହାନ୍ତି(ବାଦଲ)ଙ୍କ ହାତପାଣ୍ଠିରୁ ଏକ କମ୍ୟୁନିଟି ସେଣ୍ଟର ଗଢ଼ି ଉଠିବା ସମସ୍ତଙ୍କୁ ଅବାକ୍‌ କରିଛି ।

ଏକ ବିବାଦୀୟ ସରକାରୀ ପ୍ଲଟ୍‌ ଉପରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ବିଧାୟକ କାହିଁକି ଆଗ୍ରହୀ ହେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୩-୧୪ ମସିହାରେ ୫୦ ହଜାର ଟଙ୍କା ବ୍ୟୟରେ ବିଧାୟକଙ୍କ ଲାଡ଼ଫଣ୍ଡରେ ଗଢ଼ା ହୋଇଥିବା କମ୍ୟୁନିଟି ସେଣ୍ଟର ନାଁ ରହିଛି ଭୁବନେଶ୍ୱରୀ ମହିଳା ସମିତି । ରହସ୍ୟର କଥା, ବିଧାୟକଙ୍କ ଏହି ହାତପାଣ୍ଠି ତାଙ୍କ ନିର୍ବାଚନମଣ୍ଡଳୀ ଭୁବନେଶ୍ୱର ମହାନଗର ନିଗମରେ ଖର୍ଚ୍ଚ ହୋଇଛି ସତ ହେଲେ ଭୁବନେଶ୍ୱର ପଞ୍ଚାୟତ ସମିତି ଜରିଆରେ ଆସିଛି । ପଞ୍ଚାୟତ ସମିତି ଟଙ୍କା ମହାନଗର ନିଗମ ଅଞ୍ଚଳରେ ଖର୍ଚ୍ଚ ହେବା ପଛରେ କୌଣସି ନା କୌଣସି ମନ୍ଦ ଉଦ୍ଦେଶ୍ୟ ରହିଥିବା ବାରି ହେଉଛି । ବିଧାୟକଙ୍କ ହାତପାଣ୍ଠି ଲାଗିଛି ସହରରେ ହାର୍ଟ ଉପରେ ଥିବା ସରକାରୀ ବିବାଦୀୟ ପ୍ଲଟ୍‌ ଉପରେ । ଜାଗାଟି ସାଧାରଣ ପ୍ରଶାସନ ବିଭାଗର ବୋଲି ବିଧାୟକ ନିଶ୍ଚିତ ଅବଗତ ଥିବେ । ଆଉ ସେହି ଜାଗାଟି ବିବାଦୀୟ ବୋଲି ବି ଅଜଣା ନ ଥିବେ ବିଧାୟକ । କମ୍ୟୁନିଟି ସେଣ୍ଟର ନାଁରେ ସରକାରୀ ଜାଗାକୁ ହଡ଼ପ କରିବା ପାଇଁ କୁଚକ୍ରୀ ଗୋଷ୍ଠୀ ବିଧାୟକଙ୍କ ସହଯୋଗ ନେଇଥିବା ସନ୍ଦେହ ଉପୁଜିଛି ।

ପୂର୍ବରୁ ଲେଖିଛୁ, ସାଧାରଣ ପ୍ରଶାସନ ବିଭାଗ ଜାଗାଟିକୁ ରାଜେନ୍ଦ୍ର କୁମାର ନାୟକ ନାକ ଜଣେ ବ୍ୟକ୍ତିଙ୍କୁ ୫୬ ବର୍ଷ ତଳେ ସରକାର ୯୦ ବର୍ଷିଆ ଲିଜ୍‌ରେ ଦେଇଥିଲେ । ମାତ୍ର ଲିଜ୍‌ ସର୍ତ୍ତ ମୁତାବକ ସେଠାରେ ନିର୍ମାଣ ହୋଇ ନ ଥିବାରୁ ଲିଜ୍‌ ବାତିଲ ହୋଇଛି ଏବଂ ଗତବର୍ଷ ସାଧାରଣ ପ୍ରଶାସନ ତାହା ହାତକୁ ନେଇଛି । ନିଲାମୀ ସୂତ୍ରରେ ଜାଗାଟିକୁ ବିକ୍ରୀ କରିବାକୁ ସରକାରୀ ପ୍ରକ୍ରିୟା ଆରମ୍ଭ ହେବା ବେଳକୁ ଜାଗା କିନ୍ତୁ ବିକ୍ରୀ ହୋଇଯାଇଛି । ବବିତା ଅଗ୍ରୱାଲ୍‌ ନାମକ ଜଣେ ମହିଳାଙ୍କ ନାଁରେ ଜାଗାର ଖାତା ଖତିଆନ୍‌ ରେକର୍ଡ କରାଇଦେଇଛନ୍ତି ତହସିଲଦାର । ସାଧାରଣ ପ୍ରଶାସନ ମାଲିକାନାର ପ୍ଲଟ୍‌ଟି ବିଭାଗ ଅଜାଣତରେ କିଭଳି ବିକ୍ରୀ ହେଲା ତାହା ତଦନ୍ତର ବିଷୟ ହୋଇଥିଲା ବେଳେ ହେରାଫେରିର ବର୍ଷେ ପୂର୍ବରୁ ସେଠାରେ ବିଧାୟକଙ୍କ ହାତପାଣ୍ଠି ଲାଗିବା ଏକ ବଡ଼ ଘୋଟାଲାର ଇଙ୍ଗିତ ଦେଉଛି ।

ବିଧାୟକ ଜାଣିଶୁଣି ଏଭଳି କରିଛନ୍ତି ନା ଅଜାଣତରେ ? ନିଜ ଏମଏଲଏ ଲାଡଫଣ୍ଡ ଖର୍ଚ୍ଚ ପାଇଁ ସେହି ଜାଗା ଫିଟ୍‌ କେସ୍‌ ତ ? ସେଠାରେ କମ୍ୟୁନିଟି ସେଣ୍ଟର ସ୍ଥାପନ ପଛରେ ବିଧାୟଙ୍କର ଅହେତୁକ ଆଗ୍ରହ କାହିଁକି ? ଉକ୍ତ ପ୍ଲଟ୍‌ଟି ସାଧାରଣ ପ୍ରଶାସନ ବିଭାଗର ଏବଂ କଚେରୀ ମାମଲାରେ ଛନ୍ଦି ହୋଇଥିବା ବିଧାୟକ ଜାଣନ୍ତି ନା ନାହିଁ ? ଭୁବନେଶ୍ୱର ପଞ୍ଚାୟତ ସମିତି ପାଇଁ ଉଦ୍ଦିଷ୍ଟ ଟଙ୍କା ଭୁବନେଶ୍ୱର ସହରକୁ ପଶି ଆସିଲା କେମିତି ? ବିଧାୟକ ହାତପାଣ୍ଠି ଖର୍ଚ୍ଚ ନିୟମରେ ଏହି ବ୍ୟବସ୍ଥା ଅଛି ତ ?

ଖାରବେଳନଗରର ଏହି ସରକାରୀ ଦାମୀ ପ୍ଲଟ୍‌, ସାଧାରଣ ପ୍ରଶାସନ ବିଭାଗ ଅଗୋଚରରେ ଭୁବନେଶ୍ୱର ତହସିଲଦାର ବବିତା ଅଗ୍ରୱାଲ୍‌ଙ୍କ ନାଁରେ ତାହାକୁ ରେକର୍ଡ କରାଇବା ଏବଂ ସେହି ପ୍ଲଟ୍‌ ଉପରେ ପୂର୍ବରୁ ବିଧାୟକଙ୍କ ଲାଡ୍‌ଫଣ୍ଡରେ କମ୍ୟୁନିଟି ସେଣ୍ଟର ନିର୍ମାଣ ହେବା ସମଗ୍ର ମାମଲାକୁ ରହସ୍ୟମୟ କରିଛି । ସାଧାରଣ ପ୍ରଶାସନ ବିଭାଗ ଏସବୁ ଜାଣି ଚକିତ ହୋଇଯାଇଛି । ତହସିଲଦାରଙ୍କଠାରୁ ଏହି ସଙ୍ଗୀନ ବେଆଇନ କାରବାରର ସମସ୍ତ ରେକର୍ଡପତ୍ର ମାଗିଛି । ମାମଲାର ତଦନ୍ତ ହେଲେ ଯାଇ ସବୁ ଗୁମର ଖୋଲିପାରିବ ।

Previous Post

ଠକର ସତ୍ୟପାଠ

Next Post

ପୁଣି ଚର୍ଚ୍ଚାରେ ପ୍ରେମା ଖୁଣ୍ଟିଆ

Next Post
ପୁଣି ଚର୍ଚ୍ଚାରେ ପ୍ରେମା ଖୁଣ୍ଟିଆ

ପୁଣି ଚର୍ଚ୍ଚାରେ ପ୍ରେମା ଖୁଣ୍ଟିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA