ଭୁବନେଶ୍ୱର: ଫିଲ୍ମରେ ସିନା ଖଳନାୟକ । ହେଲେ ବାସ୍ତବ ଜୀବନରେ ମହାନାୟକ । ଦରଦ ଓ ମାନବିକତାର ଜଣେ ମୂର୍ତ୍ତିମନ୍ତ ପ୍ରତୀକ । ନିଜର ମହାନତା ଯୋଗୁଁ କୋଟି କୋଟି ଲୋକଙ୍କ ହୃଦୟରେ ବସା ବାନ୍ଧି ସାରିଲେଣି । ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଥିବା ଏହି ମଣିଷ ହେଉଛନ୍ତି ୪୬ ବର୍ଷୀୟ ସୋନୁ ସୁଦ୍ । ମୁମ୍ବାଇରେ ଫସି ରହିଥିବା ବିଭିନ୍ନ ରାଜ୍ୟର ପାଖାପାଖି ୧୫ ହଜାର ପ୍ରବାସୀଙ୍କୁ ଏ ପର୍ଯ୍ୟନ୍ତ ବସ୍ ଯୋଗେ ଭିଟାମାଟିକୁ ଫେରାଇଥିବା ସୋନୁଙ୍କ ଅଭିଯାନରେ ଏବେ ଯୋଡି ହୋଇଛି ଓଡ଼ିଶା ଫର୍ଦ୍ଦ ।
କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାରେ ଫସି ରହିଥିବା ୧୬୯ ଜଣ ଓଡ଼ିଆ ଝିଅଙ୍କୁ ଏକ ଚାର୍ଟଡ୍ ବିମାନରେ ଭୁବନେଶ୍ୱର ଫେରାଇ ଆଣିବାର ବ୍ୟବସ୍ଥା କରି ଓଡ଼ିଆଙ୍କ ହୃଦୟ ଜିଣି ଯାଇଛନ୍ତି ।








