Monday, May 25, 2026 01:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସହରାଞ୍ଚଳର ଗରିବଙ୍କୁ କାମ ଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
18 Apr, 2020- 12:59 PM
in Latest News, News
1 min read
0
ସହରାଞ୍ଚଳର ଗରିବଙ୍କୁ କାମ ଦେଲେ ମୁଖ୍ୟମନ୍ତ୍ରୀ

ସାଢ଼େ ୪ ଲକ୍ଷ ପରିବାରଙ୍କ ପାଇଁ ୧୦୦ କୋଟିର ଯୋଜନା

ଭୁବନେଶ୍ୱର: କୋଭିଡ୍ ୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି ।  Urban Wage Employment Intiative ନାଁରେ ୧୦୦ କୋଟି ଟଙ୍କାର ଏକ ଜରୁରୀକାଳୀନ କାର୍ଯ୍ୟକ୍ରମକୁ ସହରାଞ୍ଚଳ ଗରିବଙ୍କ ପାଇଁ ଉପହାର ଦେଇଛନ୍ତି । ରାଜ୍ୟର ୧୧୪ ଟି ପୌରାଞ୍ଚଳରେ ରହୁଥିବା ଶ୍ରମିକ, ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ଏଥିରୁ ରୋଜଗାର ପାଇବେ । ଏହି ଯୋଜନାରେ ସହରାଞ୍ଚଳର ୪ ଲକ୍ଷ ୫୦ ହଜାର ଗରିବ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚଳିତ ଏପ୍ରିଲ୍ ମାସରୁ ଆରମ୍ଭ ହୋଇ ଆଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ । ମିଶନ ଶକ୍ତିର ସହଭାଗିତା ଓ ସହାୟତାରେ କାର୍ଯ୍ୟକ୍ରମ କରାଯିବ । ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ।
ଯୋଜନାର ରୂପରେଖ ଅନୁଯାୟୀ, ସହରାଞ୍ଚଳରେ ଅନେକ ଶ୍ରମଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଡ୍ରେନ୍ ଗୁଡ଼ିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନଗୁଡ଼ିକର ଉନ୍ନତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସାମୟିକ କାର୍ଯକ୍ଷେତ୍ର ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ନିର୍ମାଣ ଅବଶେଷର ନିଷ୍କାସନ ସହିତ ଅନ୍ୟାନ୍ୟ ଶ୍ରମଭିତ୍ତିକ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିସହ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ(ୱାଲ୍ ପେଣ୍ଟିଂ) ନିର୍ମାଣ ପାଇଁ ସୁଯୋଗ ସୃଷ୍ଟି କରାଯିବ ।
ଉକ୍ତ ସମସ୍ତ କାର୍ଯ୍ୟକ୍ରମ ସମୟରେ ସାମାଜିକ ଦୂରତ୍ୱ ଓ କୋଭିଡ ମୁକାବିଲା ପାଇଁ ସରକାର ଜାରି କରିଥିବା ବିଭିନ୍ନ ନିଦେ୍ର୍ଦଶାବଳୀ ଅନୁପାଳନ କରାଯିବ ।
କୋଭିଡ୍ ୧୯ ସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ । ବରଂ ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଉପରୋକ୍ତ କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
Previous Post

ସୁରତରେ ଓଡ଼ିଆ ଦାଦନଙ୍କ ପାଇଁ କୁମ୍ଭୀର କାନ୍ଦଣା!

Next Post

ଭୁବନେଶ୍ୱରର ଆଉ ତିନି ସୁସ୍ଥ, ନୂଆ ବାଲେଶ୍ୱରରୁ ଜଣେ ପଜିଟିଭ୍

Next Post
ଭୁବନେଶ୍ୱରର ଆଉ ତିନି ସୁସ୍ଥ, ନୂଆ ବାଲେଶ୍ୱରରୁ ଜଣେ ପଜିଟିଭ୍

ଭୁବନେଶ୍ୱରର ଆଉ ତିନି ସୁସ୍ଥ, ନୂଆ ବାଲେଶ୍ୱରରୁ ଜଣେ ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA