Tuesday, May 26, 2026 04:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁତାଖିଅରେ ମେୟରଙ୍କ ଭବିଷ୍ୟତ

by Our Correspondent
17 Dec, 2016- 05:57 AM
in News
1 min read
0
ସୁତାଖିଅରେ ମେୟରଙ୍କ ଭବିଷ୍ୟତ

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଯୌନ କେଳେଙ୍କାରୀରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଲା ପରେ ମୁଖ୍ୟମନ୍ତ୍ରୀ ବିବ୍ରତ ହୋଇପଡ଼ିଛନ୍ତି । ଖୁବ ଶୀଘ୍ର ଏହା ଉପରେ ମୁଖ୍ୟମନ୍ତ୍ରୀ କଠୋର ପଦକ୍ଷେପ ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ସେକ୍ସ ସିଡ଼ିର ସମ୍ପୂର୍ଣ୍ଣ ଯାଞ୍ଚ ପର୍ଯ୍ୟନ୍ତ ଅପେକ୍ଷା ନ କରି ଅନନ୍ତଙ୍କୁ ମେୟର ପଦରୁ ହଟାଇ ଦେଇପାରନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ବିଚାର କରୁଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ମେୟରଙ୍କ ବିରୋଧରେ ଆସିଥିବା ଯୌନ କେଳେଙ୍କାରୀର ସତ୍ୟତା ଥାଉ କି ନ ଥାଉ ହେଲେ ଦଳକୁ ଯେ ଭୀଷଣ କ୍ଷତିଗ୍ରସ୍ତ କରୁଛି ମୁଖ୍ୟମନ୍ତ୍ରୀଙ୍କର ଅନୁଭବ ହୋଇଛି ।

ସେପଟେ ମେୟର ନିଜକୁ ବଞ୍ଚାଇବା ପାଇଁ ନିଜ ସମର୍ଥକଙ୍କୁ ଧରି ରାଜରାସ୍ତାରେ ନାରାବାଜି କରିବା ଦଳର ଅନେକ ବରିଷ୍ଠ ନେତାଙ୍କୁ ହଜମ ହୋଇନାହିଁ । ଦଳୀୟ ଶୃଙ୍ଖଳାର ଏହା ପରିପନ୍ଥୀ ବୋଲି ସେମାନେ ମନେ କରୁଛନ୍ତି । ଦଳର ବିନା ଅନୁମତିରେ ଗୁରୁବାର ରାତିରେ କ୍ୟାପିଟାଲ୍ ଥାନା କବଜା କରି ମେୟର, କର୍ପୋରେଟର ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯେଭଳି ନାରାବାଜି କଲେ ମୁଖ୍ୟମନ୍ତ୍ରୀଙ୍କୁ ତାହା ମଧ୍ୟ କ୍ଷୁବ୍ଧ କରିଛି । ଏତିକିବେଳେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସଂପୃକ୍ତ ସେକ୍ସ ସିଡ଼ି ଉପରେ ଦଳ ପକ୍ଷରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି ଏବଂ ମେୟରଙ୍କ ସଂପୃକ୍ତିର ଠୋସ୍ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତୃତୀୟ ମହଲା ଅନୁମୋଦିତ ମୁଖପାତ୍ରଙ୍କ ଏହି ବୟାନରେ ମେୟରଙ୍କ ଭବିଷ୍ୟତ ବିପଦର ସ୍ପଷ୍ଟତା ବାରିହୋଇପଡ଼ିଛି ।

ସୂଚନାଯୋଗ୍ୟ, ସେକ୍ସ ସିଡ଼ିରେ ରହିଥିବା ବ୍ୟକ୍ତିଜଣଙ୍କ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ବୋଲି ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି କହିବା ପରେ ରାଜନୈତିକ ଝଡ ବୋହିବା ଆରମ୍ଭ କରିଛି । କଂଗ୍ରେସ ଓ ବିଜେପି ମେୟରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲା ବେଳେ ସିଡି ପ୍ରସାରଣକାରୀ ନ୍ୟୁଜ୍ ୱେବ୍ ନିଆଁଖୁଣ୍ଟା. କମ୍ ମୁଖ୍ୟ ପ୍ରଦୀପ ପାଣ୍ଡେ ଓ ଇତିଶ୍ ପ୍ରଧାନଙ୍କ ବିରୋଧରେ ମେୟର କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି । କୋର୍ଟରେ ୧ କୋଟି ଟଙ୍କାର ମାନହାନି ମକଦ୍ଦମା ବି କରିଛନ୍ତି । ସେପଟେ ପ୍ରଦୀପ ପାଣ୍ଡେ ଓ ଇତିଶ୍ ପ୍ରଧାନଙ୍କୁ ପୁଲିସ ନୋଟିସ୍ ଦେବା ପରେ ସେମାନେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବାର ଦମ୍ଭ ଦେଖାଇବା ଘଟଣାକୁ ସଙ୍ଗୀନ ମୋଡ ଦେଇଛି । ବ୍ଲୁ ସିଡ଼ିରେ ଥିବା ଲୋକ ସେ ନୁହଁନ୍ତି ବୋଲି ମେୟରଙ୍କ ଦମ୍ଭର ଜବାବ ଦେବା ପାଇଁ ଉଭୟ ପ୍ରସ୍ତୁତ ବୋଲି ଜଣାଇ ଦେଇଛନ୍ତି । ତେବେ ତଦନ୍ତର ଫଳ କ’ଣ ହେବ ତାକୁ ସମସ୍ତେ ଅପେକ୍ଷା କରିଥିଲା ବେଳେ ମେୟରଙ୍କ ରାଜନୈତିକ ଭବିଷ୍ୟତ ନେଇ ଅଙ୍କକଷା ଆରମ୍ଭ ହୋଇଛି ।

Previous Post

ସବୁ କିଛି ରହସ୍ୟଘେରରେ..

Next Post

ବ୍ଲୁ ସିଡ଼ିର ନାୟିକା ଫେରାର

Next Post
ବ୍ଲୁ ସିଡ଼ିର ନାୟିକା ଫେରାର

ବ୍ଲୁ ସିଡ଼ିର ନାୟିକା ଫେରାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA