Thursday, April 30, 2026 08:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁପ୍ରିମ୍ କୋର୍ଟରେ ଆସନ୍ତାକାଲିକୁ ଝୁଲିଲା ରଥଯାତ୍ରା ନିଷ୍ପତ୍ତି

by Our Correspondent
21 Jun, 2020- 04:36 PM
in Latest News, News
1 min read
0
ସୁପ୍ରିମ୍ କୋର୍ଟରେ ଆସନ୍ତାକାଲିକୁ ଝୁଲିଲା ରଥଯାତ୍ରା ନିଷ୍ପତ୍ତି

ନୂଆଦିଲ୍ଲୀ: ପୁରୀରେ ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଭକ୍ତମାନଙ୍କର ଶେଷ ଆଶା ଉଜ୍ଜୀବିତ ହୋଇଛି । ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମ୍ କୋର୍ଟ ମାମଲାକୁ ଗ୍ରହଣ କରିଛନ୍ତି । ଆସନ୍ତାକାଲି ସୋମବାର ଦିନ ୧୧ଟାରେ ସୁପ୍ରିମ୍ କୋର୍ଟର ଜଣିକିଆ ବେଞ୍ଚ ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହାର ଶୁଣାଣି ହେବ । ଗ୍ରୀଷ୍ମ ଅବକାଶ ଥିଲେ ମଧ୍ୟ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ ରେ ଶୁଣାଣି ପାଇଁ ମାମଲା ଲିଷ୍ଟିଂ ହୋଇଛି ।

ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିଚାର ପାଇଁ ଦାଖଲ ହୋଇଥିବା ୧୭ଟି ମୋଡ଼ିଫିକେସନ୍ ପିଟିସନ୍ ଗ୍ରହଣଯୋଗ୍ୟ ନା ନାହିଁ ତାହାର ବିଚାର ହେବ । ଜଣିକିଆ ବେଞ୍ଚ ଏହା ଗ୍ରହଣଯୋଗ୍ୟ ବୋଲି ଅନୁଭବ କଲେ ଯାଇ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ । ମାମଲାର ରାୟ ଶୁଣାଇଥିବା ତିନିଜଣିଆ ବେଞ୍ଚ ହିଁ ଏହାର ଶୁଣାଣି କରିବେ ।
ରଥଯାତ୍ରା ପାଇଁ ମଝିରେ ଦିନଟିଏ ସମୟ ଥିବାରୁ କାଲି ମାମଲାର ଫଇସଲା ହେବା ଜରୁରୀ ହୋଇଥିବାରୁ ଏବେ ସମସ୍ତଙ୍କ ନଜର ସୁପ୍ରିମ୍ କୋର୍ଟଙ୍କ ଉପରେ । ତେବେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ୍ ରହିଥିବାରୁ ଆସନ୍ତାକାଲି ସୁପ୍ରିମ୍ କୋର୍ଟରେ କ’ଣ ଆଭିମୁଖ୍ୟ ରଖିବେ ଜଣାପଡ଼ିନାହିଁ । ଯଦି ସରକାର ରଥଯାତ୍ରା ପାଇଁ ଚାହୁଁଥାଆନ୍ତି, ତେବେ ଆଜି କ୍ୟାବିନେଟ୍ ବୈଠକ ଡାକି ପୂର୍ବ ନିଷ୍ପତ୍ତିକୁ ବଦଳାଇବାକୁ ପଡ଼ିବ ।
ଇତିମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶା ନିଯୋଗ ଏବଂ ଖୋଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି । ପରିଚାଳନା କମିଟି ସଭାପତି ତଥା ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ଜଗନ୍ନାଥଙ୍କ ମୂଳପୀଠ ପୁରୀରେ ରଥଯାତ୍ରା ବନ୍ଦ ନ ହେଉ ବୋଲି କହିଛନ୍ତି । ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଗଜପତି ଲେଖିଛନ୍ତି ।
ସୂଚନାଯୋଗ୍ୟ, ଏବର୍ଷ ରଥଯାତ୍ରା ବନ୍ଦ ପାଇଁ ଗତ ୧୮ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ, ବିଚାରପତି ଏ.ଏସ୍.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ପରିସ୍ଥିତିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବାର ସମ୍ଭାବନା ଥିବାରୁ ରଥଯାତ୍ରା ବନ୍ଦ କରିବା ପାଇଁ ଓଡ଼ିଶା ବିକାଶ ପରିଷଦର ଆବେଦନ ଉପରେ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ । ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ହୋଇ ନ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ନାମୀ ଓକିଲ୍ ହରିଶ୍ ସାଲଭେ ରଥଯାତ୍ରା ବିପକ୍ଷରେ ଆଭିମୁଖ୍ୟ ରଖିଥିଲେ ।
ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ସଂଧ୍ୟାରେ ରାଜ୍ୟ କ୍ୟବିନେଟ୍ ର ଜରୁରୀ ବୈଠକ ଡକାଯାଇ ଏହାକୁ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ପାରିତ କରାଯାଇଥିଲା । ତେବେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବିନା ଭକ୍ତରେ କୋଭିଡ୍ ନିୟମ ଭିତରେ ରଥଯାତ୍ରା କରିବା ପାଇଁ ନିଜର ମତ ସ୍ପଷ୍ଟ କରିଛନ୍ତି ।
Previous Post

ଗିରଫ ପୂର୍ବରୁ ଅଭିଯୁକ୍ତ ଗାଧୋଇବ, ନୂଆ ଜାମା ପିନ୍ଧିବ

Next Post

ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ୍ ସିଗନାଲ୍ !

Next Post
ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ୍ ସିଗନାଲ୍ !

ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ୍ ସିଗନାଲ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA